ବିଜେପୁର :- ବରଗଡ ଜିଲ୍ଲା ବିଜେପୁର ମହାବିଦ୍ୟାଳୟରେ ଗୋଷ୍ଠୀ ଶିକ୍ଷା କାର୍ଯ୍ୟାଳୟ ପକ୍ଷରୁ ଆଇନ ୨୦୧୩ କାର୍ଯକାରୀ ନେଇ ବୈଠକ ଅନୁଷ୍ଠିତ ହୋଇଯାଇଛି I ଏହି ବୈଠକରେ କାର୍ଯ୍ୟକ୍ଷେତ୍ରରେ ଯୌନ ନିର୍ଯାତନା ପ୍ରକାର ଭେଦ, ଏହାର ପ୍ରଭାବ, ଅଭିଯୋଗ କରିବାର ପ୍ରକ୍ରିୟା, ଆଭ୍ୟନ୍ତରୀଣ ଅଭିଯୋଗକମିଟି ଗଠନ, ଦଣ୍ଡବିଧାନ ବ୍ୟବସ୍ଥା ଇତ୍ୟାଦି ଉପରେ ଆଲୋଚନା ହୋଇଥିଲା lଗୋଷ୍ଠୀ ଶିକ୍ଷାଧିକାରୀ ବଲ୍ଲଭ ମେହେରଙ୍କ ଆବାହକତ୍ବ ତଥା ସ୍ଥାନୀୟ ମହାବିଦ୍ୟାଳୟର ଅଧ୍ୟକ୍ଷ ପ୍ରଦୀପ କୁମାର ମିଶ୍ର ତହସିଲଦାର ମୁକ୍ତେଶ୍ବର ପାଣିଗ୍ରାହୀ, ବିଡିଓ ସରୋଜ ବିଶ୍ବାଳ, ଆଇଆଇସି ସୁଶାନ୍ତମଣି ମହାନ୍ତ ପ୍ରମୁଖ ଯୋଗଦେଇ ପ୍ରଶିକ୍ଷଣ ପ୍ରଦାନ କରିଥିଲେ । ଆତ୍ମ ସଞ୍ଜମତା, ନୈତିକତା, ସଂସ୍କାର ଦ୍ବାରା ଯୌନ ଉତ୍ପୀଡନ ସମାଧାନର ମୂଳମନ୍ତ୍ର ବୋଲି ମତପ୍ରକାଶ ପାଇଥିଲା । ଅନ୍ତରୀଣ କମିଟି ଗଠନ ସହିତ ଛଅମାସ ପର୍ଯ୍ୟନ୍ତ ପ୍ରତିମାସ ଏହା ଉପରେ ସଚେତନତା ସୃଷ୍ଟି ପାଇଁ ପ୍ରତି ଶିକ୍ଷାନୁଷ୍ଠାନରେ ବୈଠକ ଅନୁଷ୍ଠିତ ହେବ । ଉକ୍ତ କର୍ମଶାଳାକୁ ବଡବାଉଁଶେନ ସିଆରସିସି ଦୁର୍ବାଦଳ ବଡଗୋଛିଆ ସଂଯୋଜନା କରିଥିବା ବେଳେ ବ୍ଲକର ବିଭିନ୍ନ ବିଦ୍ୟାଳୟର ପ୍ରଧାନ ଶିକ୍ଷକ, ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ଅଧ୍ୟକ୍ଷ, ସିଆରସିସିଗଣ ଯୋଗଦେଇ ପ୍ରଶିକ୍ଷଣ ନେଇଥିଲେ । ବିଜେପୁର ସିଆରସିସି ସୁଧାଂଶୁ ଶେଖର ଜାଲ ଧନ୍ୟବାଦ ଅର୍ପଣ କରିଥିଲେ ।
Sign in
Sign in
Recover your password.
A password will be e-mailed to you.
Prev Post