ଡୁଙ୍ଗୁରିପାଲି ବ୍ଲକ ସାମ୍ବାଦିକ ସଂଘ ଡୁଙ୍ଗୁରିପାଲି ପକ୍ଷରୁ ନୂତନ ଥାନା ଅଧିକାରୀଙ୍କୁ ସ୍ୱାଗତ ସମର୍ଦ୍ଧନା।

0 2

ସୁବର୍ଣ୍ଣପୁର, ଶାସକ ପ୍ରଶାସକ (ପ୍ରକାଶ କୁମାର ହାତୀ ) ଡୁଙ୍ଗୁରିପାଲି ବ୍ଲକ ସାମ୍ବାଦିକ ସଂଘ , ଡୁଙ୍ଗୁରିପାଲି ପକ୍ଷରୁ ଡୁଙ୍ଗୁରିପାଲି ଥାନାର ନୂତନ ଥାନାଧିକାରୀ ରୋଜାଲିନ ପଟେଲ ଙ୍କୁ ଭବ୍ୟ ସମ୍ୱର୍ଦ୍ଧନା ଜ୍ଞାପନ କରାଯାଇଛି। ସାମ୍ବାଦିକ ସଂଘ ସଭାପତି ପଦ୍ମବାଗ୍ ଯାଦବଙ୍କ ନେତୃତ୍ୱରେ ଉପ ସଭାପତି ଚୌବର୍ଗ ଭୋଇ , ସମ୍ପାଦକ ମୁକେଶ କୁମାର ଭୋଇ ,ସାମ୍ବାଦିକ ଦୀନବନ୍ଧୁ ସୁନା, ସୁଦାମ ସାହୁ ,ପ୍ରକାଶ ହାତୀ ,ରବୀନ୍ଦ୍ର ତ୍ରିପାଠୀ ,କିଶୋର ସାହୁ,ଗୋପାଳ ମାହି ,ଉମାକାନ୍ତ ବାଗ୍,ପ୍ରମୁଖ ସାମ୍ବାଦିକ ମାନେ ପ୍ରେସ ଏବଂ ପୋଲିସ୍ ସମ୍ପର୍କିତ କେତେକ ମୌଳିକ ସମସ୍ୟା ଉପରେ ଆଲୋଚନା କରିଥିଲେ। ଆଇ .ଆଇ .ସି ମହୋଦୟା ଏଠାକୁ ସହମତି ପ୍ରଦାନ କରି ସାମ୍ବାଦିକ ଏବଂ ପୋଲିସ୍ ର ମିଳିତ ଉଦ୍ୟମରେ ସମାଜ ପାଇଁ ଏକାନ୍ତ ଭାବେ ଆବଶ୍ୟକ ବୋଲି ମତ ବ୍ୟକ୍ତ କରିଥିଲେ। ଡୁଙ୍ଗୁରିପାଲି ଥାନାର ପ୍ରଥମ ମହିଳା ଥାନା ଅଧିକାରୀ ଯୋଗ ଦାନକୁ ସ୍ୱାଗତ ଜଣାଇ ଏକ ନୂତନ ଆଧ୍ୟାର ଅୟମାରମ୍ଭ ବୋଲି ସାମ୍ବାଦିକ ମାନେ ମତ ପ୍ରକାଶ କରିଛନ୍ତି।

Leave A Reply

Your email address will not be published.