ଏକ୍ ସାମ୍ ରଫି ସାହେବ କେ ନାମ୍ ଆସନ୍ତା ୨୮ ରେ

0 2

ରାଉରକେଲା, (ବସନ୍ତ କୁମାର ଜେନା): ସହରର ଅନ୍ୟତମ ସାମାଜିକ ତଥା ସଂଗୀତ ଅନୁଷ୍ଠାନ ସାଇ ସଂଗମ ମ୍ୟୁଜିକାଲ ଏଣ୍ଡ ସୋସିଆଲ ଟ୍ରଷ୍ଟ ତରଫରୁ ମହାନ୍ ଚଳଚ୍ଚିତ୍ର ଜଗତର ଗାୟକ ମହମ୍ମଦ ରଫି ଙ୍କ ସ୍ମୃତି ଉଦ୍ଦେଶ୍ୟରେ ଏକ ସଂଗୀତ ଭିତ୍ତିକ କାର୍ଯ୍ୟକ୍ରମ ଏକ୍ ସାମ୍ ରଫି ସାହେବ କି ନାମ୍ ଆସନ୍ତା ୨୮ ତାରିଖ ଦିନ ସଂଧ୍ୟାରେ ରାଉରକେଲା କ୍ଲବ୍ ଠାରେ ଅନୁଷ୍ଠିତ ହେବ ବୋଲି ସାମ୍ବାଦିକ ସମ୍ମିଳନୀରେ ସୂଚନା ଦିଆଯାଇଛି। ସେକ୍ଟର ୬ ସ୍ଥିତ ଇସ୍ପାତ ସରୋବର ଠାରେ ଅନୁଷ୍ଠାନ ତରଫରୁ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ସୂଚନା ପ୍ରଦାନ କରି କୁହାଯାଇଛି ଯେ ଉକ୍ତ କାର୍ଯ୍ୟକ୍ରମରେ ରାଞ୍ଚିର ବ୍ୟାଣ୍ଡ ପାର୍ଟି ଡୋରେମୀ, ଗାୟକ ଭାବେ ଦୀପକ ଶ୍ରେଷ୍ଠ ଓ ସୁଜାତା ପ୍ରମୁଖ ମୁଖ୍ୟ ଆକର୍ଷଣ ରହି ମହମ୍ମଦ ରଫି ଙ୍କ ସଂଗୀତ ପରିବେଷଣ କରିବେ। ସେହିପରି ଏହି କାର୍ଯ୍ୟକ୍ରମରେ ରାଉରକେଲା ର ଅନିଲ ବାୱରା, ପବନ ରାଜା, ସ୍ବର୍ଣ୍ଣରେଖା ମହନ୍ତ,ଝୁନୁ ନାୟକ, ମନୋଜ ସେଠୀ, ପ୍ରାଞ୍ଜଳୀ ନାଗ,ତରୁଣ, ରବିନ୍ଦ୍ର କୁମାର ପ୍ରମୁଖ ଯୋଗଦେଇ ରଫି ସାହେବ ଙ୍କ ସଂଗୀତ ପରିବେଷଣ କରିବେ। ତେଣୁ ସହରବାସୀ ବହୁ ସଂଖ୍ୟାରେ ଏହି କାର୍ଯ୍ୟକ୍ରମରେ ଯୋଗଦେଇ ଉପଭୋଗ କରିବା ପାଇଁ ଅନୁଷ୍ଠାନ ତରଫରୁ ଅନୁରୋଧ କରାଯାଇଛି। ଆଜିର ଏହି ସାମ୍ବାଦିକ ସମ୍ମିଳନୀରେ ଅନୁଷ୍ଠାନର ମୁଖ୍ୟ ଝୁନୁ ନାୟକ,ପ୍ରଦୀପ କୁମାର ପଟ୍ଟନାୟକ, ଗ୍ରେସି ଡେଭିଡ,ମାନସୀ ଦେ, ପ୍ରାଞ୍ଜଳୀ ନାଗ, ମୁରଲୀ ପଟ୍ଟନାୟକ ଓ ମୁକ୍ତି ବେହେରା ପ୍ରମୁଖ ଉପସ୍ଥିତ ଥିଲେ।

Leave A Reply

Your email address will not be published.