ଓଡ଼ଗାଁ ଗଣେଶ ବଜାର ନିକଟ ବସଷ୍ଟାଣ୍ଡରୁ ୫ କେଜି ବାରହା ମାଂସ ଜବତ, ଜଣେ ଗିରଫ

0 2

ଓଡ଼ଗାଁ,୨୩।୭(ଶ୍ରୀକାନ୍ତ କୁମାର ମିଶ୍ର): ନୟାଗଡ଼ ଜିଲ୍ଲା ଓଡ଼ଗାଁ ଏନ୍ଏସି ଗଣେଶ ବଜାର ବସଷ୍ଟାଣ୍ଡରେ ବୁଧବାର ସକାଳେ ଜଙ୍ଗଲି ବାରହା ମାଂସ ପଲ୍ଲିଥିନ ପ୍ୟାକେଟରେ ବିକ୍ରି ହେଉଥିବା ଖବର ପାଇ ଓଡ଼ଗାଁ ବନ୍ୟାଳ ସରିତା ବରାଳ ଏବଂ ବନରଖି ସୈ।ମ୍ୟରଞ୍ଜନ ଦଳେଇଙ୍କ ସହିତ ରଘୁନାଥ ପ୍ରଧାନ, ରବିନାରାୟଣ ସାହୁ ଏବଂ ପ୍ରୋଟେକସନ ସ୍କାଡଟିମକୁ ସଙ୍ଗରେ ନେଇ ଘଟଣାସ୍ଥଳରେ ପହଂଚି ଥିଲେ । ଏବଂ ସେଠାରୁ ବାହାର ଚମଡ଼ା ଓ ଲୋମଥିବା ୨ ପଲ୍ଲିଥିନ କଟାମାଂସ ଜବତ କରିଥିଲେ । ଏବଂ ଓଡ଼ଗାଁ ଥାନା ତଥା ଏନ୍ଏସି ଅନ୍ତର୍ଗତ ହେମାମାଳି ସାହିର ଶିବ ରାମ ସାହୁ(୩୮)କୁ ଗିରଫ କରିଥିଲେ । ଅଭିଯୁକ୍ତ ଶିବରାମ ସାହୁଙ୍କ କହିବା ଅନୁସାରେ ସ୍ଥାନୀୟ ପାଇକ ସାହିର ସନ୍ୟାସୀ ବାରିକ(୪୧) ୩୦ ରୁ ୪୦ କିଲୋ ମାଂସ ଆଣି ତାଙ୍କ ଚାହା ଦୋକାନରେ ବିକ୍ରି କରୁଥିଲା ବେଳେ ବଳକା ୫ କିଲୋ ମାଂସ ବିକ୍ରି ପାଇଁ ଶିବ ରାମଙ୍କୁ ଦେଇଥିଲେ । ଶିବରାମ ଙ୍କ ଏହି ବୟାନ ରେକର୍ଡ କରି ଓସାର ନମ୍ବର ୧୬/୨୦୨୫-୨୬ ରେ ମାମଲା ରୁଜୁ କରିଛନ୍ତି । ଗୁରୁବାର ସକାଳେ ଶିବରାମଙ୍କୁ କୋର୍ଟ ଚାଲାଣ କରାଯିବ ବନାଞ୍ଚଳ ସୁତ୍ରରୁ ପ୍ରକାଶ ।

Leave A Reply

Your email address will not be published.