ସାମ୍ବାଦିକ ଅଜିତଙ୍କ ବିୟୋଗରେ ସାମ୍ବାଦିକ ସଂଘର ଶୋକ

0 2

ପୁରୀ, (ଅନିମେଶ ପଟ୍ଟନାୟକ): କୋଣାର୍କର ଜଣାଶୁଣା ବରିଷ୍ଠ ସାମ୍ବାଦିକ ଅଜିତ କୁମାର ମଲ୍ଲିକଙ୍କ ସୋମବାର ରାତ୍ରରେ ହୃଦଘାତରେ ପରଲୋକ ହୋଇଯାଇଛି । ସେ କୋଣାର୍କ ଅଞ୍ଚଳ ସମେତ ପୁରୀଜିଲ୍ଲାରେ ଜଣେ ସଚ୍ଚୋଟ ସାମ୍ବାଦିକ ଭାବେ ପରିଚିତ ଥିଲେ । ତାଙ୍କ ବିୟୋଗ ଖବର ଶୁଣି କୋଣାର୍କରେ ଶୋକର ଛାୟା ଖେଳିଯାଇଛି । ମଙ୍ଗଳବାର ଓଡ଼ିଶା ସାମ୍ବାଦିକ ସଂଘ ପୁରୀ ଶାଖା ପକ୍ଷରୁ ବଡଦାଣ୍ଡ ସ୍ଥିତ ବଳଗଣ୍ଡି ମାଉସୀମାଙ୍କ ମନ୍ଦିର ପରିସରରେ ଏକ ଶୋକ ସଭା ଅନୁଷ୍ଠିତ ହୋଇଥିଲା । ଅମର ଆତ୍ମାର ସଦଗତି କାମନା ସହ ଦୁଇ ମିନିଟ ନୀରବ ପ୍ରାର୍ଥନା କରାଯାଇଥିଲା । ଶୋକ ସନ୍ତପ୍ତ ପରିବାରବର୍ଗଙ୍କୁ ପ୍ରଭୂ ଶ୍ରୀଜଗନ୍ନାଥ ଧର୍ଯ୍ୟ ଓ ସାହାସ ଦିଅନ୍ତୁ ବୋଲି ସାମ୍ବାଦିକ ମାନେ ମହାପ୍ରଭୁଙ୍କ ନିକଟରେ ପ୍ରାର୍ଥନା କରିଥିଲେ । ଜିଲ୍ଲା ସଭାପତି ବିଜୟ ମିଶ୍ରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଶୋକ ସଭାରେ ସମ୍ପାଦକ ସୁଧାଂଶୁ ଶେଖର କର, ବରିଷ୍ଠ ସାମ୍ବାଦିକ ଅକ୍ଷୟ କୁମାର ସ୍ବାଇଁ, ଅନିମେଶ ପଟ୍ଟନାୟକ, ଅଜିତ ମହାନ୍ତି, ସଞ୍ଜୟ ଅଗ୍ରୱାଲ, ପ୍ରଦୀପ କୁମାର ପ୍ରଧାନ, ସନ୍ତୋଷ କୁମାର ଦାସ, ଅନନ୍ତ ଶତପଥୀ, ବନିତା ଦୀକ୍ଷିତ ପ୍ରମୁଖ ଉପସ୍ଥିତ ରହିଥିଲେ ।

Leave A Reply

Your email address will not be published.