ନର୍ଲା ବ୍ଳକ ଯାଦବ ସମିତି ପୁନଃର୍ଗଠିତ

0

କଳାହାଣ୍ଡି ଜିଲ୍ଲା ଭବାନୀପାଟଣା:ରୋହିତ କୁମାର ନାଏକ(ଶାସକ ପ୍ରଶାସକ)ରବିବାର ନର୍ଲା ବ୍ଲକ ଯାଦବ ସମିତି ପୁନଃଗଠନ ନେଇ ଏକ ସାଧାରଣ ସଭା ସ୍ଥାନୀୟ ଯାଦବ ଭବନଠାରେ ଅନୁଷ୍ଠିତ ହୋଇଯାଇଛି। ନର୍ଲା ବ୍ଳକ୍ ଯାଦବ ସମିତି ସଭାପତି ଯୁଧିଷ୍ଠିର ଗଉଡଙ୍କ ଅଧ୍ୟକ୍ଷତାରେ ଏନେଇ ଆୟୋଜିତ କାର୍ଯ୍ୟକ୍ରମର ସଂଯୋଜନା କରିଥିଲେ କଳାହାଣ୍ଡି ଜିଲ୍ଲା ଯାଦବ ମହାସଭା ଅଭ୍ୟର୍ଥନା କମିଟି ସଭାପତି ଗିରିଧାରୀ ଗଉଡ ଓ ସାଧାରଣ ସମ୍ପାଦକ ତ୍ରିପୁରା ଗଉଡ, ପର୍ଯ୍ୟବେକ୍ଷକ ଭାବେ ଜିଲ୍ଲା ଅଭ୍ୟର୍ଥନା କମିଟିର ମାଧବ ଲହଜଲ ଓ ଅରଖିତ ଭଇଁସାଲ ଯୋଗ ଦେଇଥିଲେ। ମୁଖ୍ୟ ଅତିଥି ଭାବେ କଳାହାଣ୍ଡି ଜିଲ୍ଲା ଯାଦବ ମହାସଭା ସଭାପତି ନୃପରାଜ ଯାଦବ, ସମ୍ମାନିତ ଅତିଥି ଭାବେ ଭବାନୀପାଟଣା ଯାଦବ ସମିତିର ସତ୍ୟ ନାରାୟଣ ବିଶି ଓ ନଳିନୀକାନ୍ତ ରାଉତ, କେସିଙ୍ଗା ବ୍ଲକ ଯାଦବ ସମିତିର ଜଗନ୍ନାଥ ବାଗ ଓ ମହିପାଳ ନାଏକ, ଧର୍ମଗଡ଼ ଏନଏସି ଯାଦବ ସମିତିର ଅନିରୁଦ୍ଧ ଲହଜାଲ, ଶିକ୍ଷାବିତ ପ୍ରଶୁନ୍ନ କୁମାର ଜାଲ, କଳାହାଣ୍ଡି ଜିଲ୍ଲା ଯାଦବ ମହାସଭାର ଉପ ସଭାପତି ଦୁଲ୍ଲଭ ମାହାର, ବରିଷ୍ଠ ଯାଦବ ନେତା ହୃଷିକେଶ ଭୋଇ ପ୍ରମୁଖ ଉପସ୍ଥିତ ଥିଲେ। ମଞ୍ଚ ପରିଚାଳନା କରିଥିଲେ ଭାଗବତିଆ କବି ମଧୁସୂଦନ ରାଉତ। ଏହି ଅବସରରେ କର୍ମକର୍ତ୍ତା ନିର୍ବାଚନ ଅନୁଷ୍ଠିତ ହୋଇଥିଲା। ନର୍ଲା ବ୍ଳକ ଯାଦବ ସମିତିର ନୂତନ ସଭାପତି ଭାବେ ଲିଙ୍ଗରାଜ କରୁଆଁ, ଉପସଭାପତି ଭାବରେ ଦୁଲ୍ଲଭ ମାହାର, ସୁନୀଲ କୁମାର ଧଙ୍ଗଡାମାଝୀ ଓ ମାର୍କଣ୍ଡ ଜାଲ, ସାଧାରଣ ସମ୍ପାଦକ ଭାବେ ମଧୁସୂଦନ ରାଉତ, ଯୁଗ୍ମ ସମ୍ପାଦକ ଭାବରେ ଅଜିତ କରୁଆଁ, କୋଷାଧ୍ୟକ୍ଷ ଭାବେ ଗିରିଧାରୀ ଗଉଡ, ବ୍ଲକ ଯୁବ ଯାଦବ ସଭାପତି ଭାବେ ପ୍ରଶୁନ୍ନ କୁମାର ଜାଲ ନିର୍ବାଚିତ ହୋଇଛନ୍ତି। ଏହି କାର୍ଯ୍ୟକ୍ରମରେ ୨୫ ଗୋଟି ଆଞ୍ଚଳିକ ଯାଦବ ସମିତିର କର୍ମକର୍ତ୍ତାଙ୍କ ସମେତ ବହୁ ଯାଦବ ପୁରୁଷ ଓ ମହିଳାମାନେ ଉପସ୍ଥିତ ଥିଲେ।

Leave A Reply

Your email address will not be published.