ଚକରା ବିଷୋୟୀ ଛକ ଠାରେ ଖୋଲାସ୍ଥାନ ସୈ।ନ୍ଦର୍ଯ୍ୟ କରଣ

0

ଭଞ୍ଜନଗର ରୁ { ଉଦୟନାଥ ପଣ୍ଡା }: କେ.ଏସ୍.ୟୁ.ବି କଲେଜ୍ ରୋଡ଼୍ ଚକରା ବିଷୋୟୀ ବାଇପାସ୍ ଛକରେ ଥିବା ମହାନ୍ ବୀର ବିପ୍ଲବୀ ଚକରା ବିଷୋୟୀ ଙ୍କ ପ୍ରତିମୂର୍ତ୍ତି ଥିବା ଛକ ପରିସର ଖୋଲାସ୍ଥାନ କୁ ଭଞ୍ଜନଗର ବିଜ୍ଞାପିତ ଅଞ୍ଚଳ ପରିଷଦ ତରଫରୁ ଆଜି ୨୦ ତାରିଖ ଜୁଲାଇ ମାସ ୨୦୨୫ ରବିବାର ଦିନ ସୈ।ନ୍ଦର୍ଯ୍ୟ କରଣ ଶୁଭ ଉଦ୍ଘାଟନ କରାଯାଇଛି।
ରବିବାର ସକାଳ ୧୦ ଘଣ୍ଟିକା ସମୟରେ ଏହି ଶୁଭ କାର୍ଯ୍ୟରେ ଉଦଘାଟକ ଭାବରେ ଯୋଗଦାନ କରିଥିଲେ, ପୁର୍ବତନ ରାଜ୍ୟ ସଭା ସାଂସଦ, ପୂର୍ବତନ ବିଧାୟକ ତଥା ଇଷ୍ଟର୍ନ ମିଡିଆ ଲିମିଟେଡ୍ ର ଅଧକ୍ଷ ଶ୍ରୀମାନ ସୈ।ମ୍ୟରଞ୍ଜନ ପଟ୍ଟନାୟକ। ଏଥିରେ ମୁଖ୍ୟ ଅତିଥି ରୂପେ ସ୍ଥାନୀୟ ବିଧାୟକ ଶ୍ରୀମାନ ପ୍ରଦ୍ୟୁମ୍ନ କୁମାର ନାୟକ ଙ୍କ ସହିତ ସମ୍ମାନିତ ଅତିଥି ଭାବରେ ସମ୍ବାଦ ସାହିତ୍ୟ ଘରର ରାଜ୍ୟ ସଂଯୋଜିକା ଡଃ ଶୁଭଶ୍ରୀ ଲେଙ୍କା, ସ୍ଥାନୀୟ ନଗର ପାଳ ଶ୍ରୀ ଗୋପବନ୍ଧୁ ମହାପାତ୍ର,ଉପ ନଗରପାଳ ଶ୍ରୀମତୀ ଶୁଭଶ୍ରୀ ଦାସ,ଏନ୍.ଏ.ସି କାର୍ଯ୍ୟନିର୍ବାହୀ ଅଧିକାରୀ ଶ୍ରୀ ମୁରଲି କୃଷ୍ଣ ପଣ୍ଡା, ସାଂସଦ ପ୍ରତିନିଧି ଶ୍ରୀ ସନ୍ତୋଷ କୁମାର ତିଆଡି , ବିଷ୍ଣୁ ପ୍ରସାଦ ପ୍ରଧାନ, ରବିନ୍ଦ୍ର କୁମାର ଗୈ।ଡ, ମାନସ ଜେନା ଓ ଅନ୍ୟାନ୍ୟ ବହୁ କାର୍ଯ୍ୟକର୍ତ୍ତା।
ଏହି କାର୍ଯ୍ୟକ୍ରମ ର ପ୍ରାରମ୍ବରେ ଏକ ବାଇକ୍ ଶୋଭାଯାତ୍ରା ରେ ସମ୍ମାନିତ ଓ ମୁଖ୍ୟ ଅତିଥି ମାନଙ୍କୁ ଉକ୍ତ ସ୍ଥାନକୁ ପାଛୋଟି ଅଣାଯିବା ପରେ ସମସ୍ତେ ବିଶାଳ ଚକରା ବିଷୋୟୀ ଙ୍କ ପ୍ରତିମୂର୍ତ୍ତି ପାଖରେ ଦିପ ଧୁପ ଓ ପୁଷ୍ପ ପ୍ରଦାନ ପୁର୍ବକ ଷ୍ଟିଲ୍ ରେଲିଂ ଦ୍ଵାରା ଚଢି ପ୍ରତିମୂର୍ତ୍ତି ରେ ବିରାଟ ଫୁଲମାଳ ପ୍ରଦାନ କରିଥିଲେ। ପରେ ପରେ ଖୋଲାସ୍ଥାନ ସୈ।ନ୍ଦର୍ଯ୍ୟ କରଣ କୁ ଉଦଘାଟନ ସ୍ଵରୁପ ରିବନ୍ କଟାଯାଇ ଉଦଘାଟନ ଫଳକ ପାଖରେ ପୁଜା ପାଠ ଓ ନାରିକେଳ ଭାଂଗି ନାମ ଫଳକ ଉନ୍ମୋଚିତ କରାଯାଇଥିଲା। ଏଠାରେ ଭଞ୍ଜନଗର ନଗରପାଳ ଓ ବିଜ୍ଞାପିତ ଅଞ୍ଚଳ ପରିଷଦ ଭଞ୍ଜନଗର ର କାର୍ଯ୍ୟନିର୍ବାହୀ ଅଧିକାରୀ ଙ୍କ ସହିତ କାର୍ଯ୍ୟାଳୟ ମୁଖ୍ୟ ସହାୟକ ମିଲନ୍ ମୁର୍ମୁ, ଦିଲିପ୍ କୁମାର ଷଡଙ୍ଗୀ, ସୁଶାନ୍ତ କୁମାର ମିଶ୍ର, ଶୁଭମ୍ କୁମାର ପାଣିଗ୍ରାହୀ, ମମତା ପଣ୍ଡା, ସୁବର୍ଣ୍ଣରେଖ ରାଓ, ଅମ୍ରିତା କୁମାରୀ ନାୟକ ଓ ଅନ୍ୟାନ୍ୟ କର୍ମଚାରୀଙ୍କ ସହିତ ସମସ୍ତ କାଉନସିଲର୍ ଉପସ୍ଥିତ ଥିଲେ। ଭବିଷ୍ୟତ ର ବିରାଟ ବୃକ୍ଷ ପାଇଁ ଅତିଥି ମାନେ ଗୋଟିଏ ଗୋଟିଏ ଚାରା ମଧ୍ୟ ଏଠାରେ ପୋତି ଥିଲେ। ଏବଂ କହିଥିଲେ, ଏହି ଚରାକୁ ଆମେ ଯତ୍ନ ର ସହିତ ବୃକ୍ଷ ରେ ପରିଣତ କରି ଭବିଷ୍ୟତ ସମାଜ କୁ ବଞ୍ଚାଇବାକୁ ହେବ

Leave A Reply

Your email address will not be published.