ସ୍ବାମୀଙ୍କ ପରକିଆ ପ୍ରିତି ପାଇଁ ସ୍ତ୍ରୀଙ୍କ ଆତ୍ମହତ୍ୟା

0

କଳାହାଣ୍ଡି ଜିଲ୍ଲା ଭବାନୀପାଟଣା:ରୋହିତ କୁମାର ନାଏକ (ଶାସକ ପ୍ରଶାସକ): ସ୍ବାମୀ ଆଉ ପ୍ରେମିକା ମିଶି ଦେଉଥିଲେ ନିର୍ଯ୍ୟାତନା,ବାପଘରେ ଆତ୍ମହତ୍ୟା କରି ସୁସାଇଡ ନୋଟରେ ସ୍ବାମୀ ଆଉ ପ୍ରେମିକା ଙ୍କୁ ଦାଇ କଲେ।କଳାହାଣ୍ଡି ଜିଲ୍ଲା ଭବାନୀପାଟଣା ଟାଉନଥାନା, ଭବାନୀପାଟଣା ଧୋବାପଡା ରୁ ଅଭାବନୀୟ ଘଟଣା ସାମ୍ନା କୁ ଆସିଛି। କନ୍ଧମାଳ ବାଲିଗୁଡ଼ା ଥାନା , ଅଞ୍ଚଳର ଶ୍ୟାମଲ କୁମାର ବେହେରା, ଭବାନୀପାଟଣା ଧୋବାପଡା ର ଜିତେନ୍ଦ୍ର ସେଠୀ ଙ୍କ ଝିଅ କୁ ୨୦୨୩ରେ ବିବାହ କରିଥିଲେ।ଶ୍ୟାମଲ ଙ୍କ ଅନ୍ୟ ଝିଅ ସହ ସମ୍ପର୍କ ଥିବା ଜାଣିବାପରେ ବାପଘର ଭବାନୀପାଟଣା କୁ ପଲାଇ ଆସିଥିଲେ।ହେଲେ ଗତକାଲି ଶ୍ୟମଲ ଙ୍କ ପ୍ରେମିକା ଫୋନ ଯୋଗେ ଅସହ୍ୟ ନିର୍ଯ୍ୟାତନା ଦେବାରୁ ସହିନପାରି ଆତ୍ମହତ୍ୟା କରିଥିବା ନେଇ ପରିବାର ପକ୍ଷରୁ ଭବାନୀପାଟଣା ଟାଉନଥାନା ରେ ଲିଖିତ ଅଭିଯୋଗ ପରେ ଟାଉନଥାନା ପୋଲିସ ଶବ ଜବତ କରିବା ସ‌ହ ଶବ ବ୍ୟବଚ୍ଛେଦ ପାଇଁ ଭବାନୀପାଟଣା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ପଠାଯାଇ ଅଧିକ ତଦନ୍ତ ଜାରି ରଖିଛି ପୋଲିସ୍।

Leave A Reply

Your email address will not be published.