ଅତ୍ୟନ୍ତ ଶୋଚନୀୟରେ ଅବସ୍ଥାରେ ତେନ୍ତୁଳିଛୁଆଁ ଗ୍ରାମ ରାସ୍ତା

0 1

ଭବାନୀପାଟଣା:ରୋହିତ କୁମାର ନାଏକ (ଶାସକ ପ୍ରଶାସକ) କଳାହାଣ୍ଡି ଜିଲ୍ଲା ଭବାନୀପାଟଣା ସଦର ବ୍ଲକ ପାଲସି ଝରଣ ପଞ୍ଚାୟତ ଅନ୍ତର୍ଗତ ତେନ୍ତୁଲି ଛୁଆଁ ଗାଁକୁ ମାଟି ମୁରୁମ ରାସ୍ତାର ଅବସ୍ଥା ଅତ୍ୟନ୍ତ ଶୋଚନୀୟ ହୋଇପଡ଼ିଛି। ଉକ୍ତ ରାସ୍ତାଟି ମୁଖ୍ୟ ରାସ୍ତାରୁ ମୁଖ୍ୟ ରାସ୍ତା ପର୍ଯ୍ୟନ୍ତ ସଂଯୋଗ କରୁଥିବା ହାରାହାରି ୨କି.ମି ରାସ୍ତାର ଆରମ୍ବରୁ ଅନେକ ସ୍ଥାନରେ ବଡ଼ ବଡ଼ ଖାଲଖମା ସହ ରାସ୍ତା ମଝିରେ ପାଣି ଜମି ରହୁଥିବାରୁ ଲୋକେ ଯାତାୟାତରେ ନାହିଁ ନ’ଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି l ରାସ୍ତା ମଝିରେ ଆଣ୍ଠୁଏ ଲେଖାଏଁ ଖାଲ ଓ ପାଣି ଜମିବା ସହ କାଦୁଅ ପଚପଚ ହୋଇଥିବାରୁ ଲୋକେ ବାଇକରେ ଯାତାୟାତ ସମୟରେ ଦୁର୍ଘଟଣାର ଶିକାର ହେଉଛନ୍ତି। ରାସ୍ତା ନିର୍ମାଣ ହେବା ପରଠାରୁ ଆଜି ପର୍ଯ୍ୟନ୍ତ ଏହାର ମରାମତି ହୋଇ ପାରିନାହିଁ l ସୂଚନା ଅନୁସାରେ ଉକ୍ତ ରାସ୍ତା ମନରେଗା ଯୋଜନା ମୂଲ୍ୟରେ ମାଟି ଓ ମୁରୁମ ପାଇଁ ମଞ୍ଜୁରୀ ହୋଇଥିବା ଓ ରାସ୍ତା ନିର୍ମାଣ ପଇସା ପଇସା ଥିଲେ ମଧ୍ୟ୍ୟ କାମ ହାଇପାରୁ ନାଇଁ ବହୁତ ବର୍ଷଠାରୁ ଏବେ ଯାଏଁ ମରାମତି ହୋଇ ନ ଥିବା ବେଳେ ଏବେ ଖାଲ ଖମାରେ ପୂର୍ଣ୍ଣ ରହିଛି ଯାହାଫଳରେ ଲୋକେ ଯାତାୟାତ ପାଇଁ ନାନା ଅସୁବିଧାର ସମ୍ମଖିନ ହେଉଛନ୍ତି l ଉକ୍ତ ରାସ୍ତାରେ ହାରାହାରି ୨ହଜାରରୁ ଉର୍ଦ୍ଧ ଜନସାଧାରଣ ଏହି ରାସ୍ତା ଉପରେ ନିର୍ଭର କରିଥାଆନ୍ତି ହେଲେ ବର୍ତମାନ ଏବେ ଉକ୍ତ ରାସ୍ତା ଖାଲ ଖମାରେ ଭର୍ତି ରହିଥିବା ବେଳେ ଯାତାୟାତ ପାଇଁ ଲୋକେ ନାହିଁ ନ ଥିବା ଅସୁବିଧା ସମ୍ମୁଖୀନ ହେଉଛନ୍ତି ନଇଁ ପାଣି ବଡ଼ି ଯିବା ଫଳରେ ରାସ୍ତା ଟା ବନ୍ଦ ହୋଇଯାଇଛି I ବ୍ଲକ ୧୫ଓ ପଞ୍ଚାୟତ କାର୍ଯ୍ୟାଳୟ ଠାରୁ ମାତ୍ର ଏହି ଗାଁ ୩କି.ମି ଦୂରରେ ରହିଥିଲେ ସୁଦ୍ଧI
ପଞ୍ଚାୟତ ତଥା ବ୍ଲକ ପ୍ରଶାସନର ନଜର ପଡୁନି ବୋଲି ଗ୍ରାମ ବାସି ମତପ୍ରକଶ କରିଛନ୍ତି l ତେଵେ ପଞ୍ଚାୟତ, ବ୍ଲକ ଅଫିସ ଠାରୁ ଆରମ୍ଭ କରି ହାଟ ବଜାର, ଡାକ୍ତରଖାନା ପାଇଁ ଲୋକେ ଏହି ରାସ୍ତା ଉପରେ ନିର୍ଭରଶୀଳ ଥିବାବେଳେ ରାସ୍ତା କିନ୍ତୁ ଗମନାଗମନରେ ଲୋକଙ୍କୁ ସୁବିଧା ହେବା ପରିବର୍ତ୍ତେ ବାଧା ସାଜିଛି। ରାସ୍ତା ଏପରି ଅବସ୍ଥା ହୋଇଛି ଯେ’ଆମ୍ବୁଲାନ୍ସ ଯିବା ତ ଦୂରର କଥା ଦୁଇ ଚକିଆ ଯାନବାହାନ ଯାତାୟାତରେ ବି ଅସମ୍ଭବ ହୋଇପଡ଼ିଛି ଯାହାଫଳରେ କୌଣସି ରୋଗୀ କିମ୍ବା ଗର୍ଭବତୀ ମହିଳାଙ୍କୁ ଡାକ୍ତରଖାନା ନେବାପାଇଁ ବାଧକ ସାଜିଛି । ତେଣୁ ଏହି ରାସ୍ତା ସମସ୍ୟାଟିକୁ ଗୁରୁତ୍ୱ ଦେଇ ଯଥା ସମ୍ଭବ ସମସ୍ୟାର ସମାଧାନ କରିବାକୁ ତେନ୍ତୁଳିଛୁଆଁ ଗ୍ରାମ ବସି ଦାବି କରିଛନ୍ତି l

Leave A Reply

Your email address will not be published.