ବେଲଗୁଣ୍ଠା-:(ଶିବରାମ ଚୌଧୁରୀ )–:ବେଲଗୁଣ୍ଠା ବିଜ୍ଞାନ ସ୍ନାତକ ମହାବିଦ୍ୟାଳୟ ର ଆଭ୍ୟନ୍ତରୀଣ ଅଭିଯୋଗ କମିଟି ତରଫରୁ ଏକ ସଚ଼େତନତା ମୂଳକ ସଭାକାର୍ଯ୍ୟକ୍ରମ ଅଧ୍ୟକ୍ଷ ଅଜିତ୍ କୁମାର ପଟ୍ଟନାୟକ ଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମରେ କମିଟିର ରହିଥିବା ପ୍ରିଜାଣ୍ଡିଙ୍ଗଅଫିସର ଶ୍ରୀମତି ପିଙ୍କି ପାତ୍ର, ଏବଂ ଅଧ୍ୟାପକ ଗଣ ସନ୍ତୋଷ କୁମାର ପାଣିଗ୍ରାହୀ, ଡ଼.ପ୍ରଫୁଲ କୁମାର ଜେନା, ଅଜୟ କୁମାର ବିଶ୍ଵାଳ, ଛାତ୍ରଛାତ୍ରୀ ସଭ୍ୟ ଓ ସଭ୍ୟା ଭାବେ ଅରବିନ୍ଦ ରାଉତ, ସୁଶ୍ରୀ ସୋନାଲି ବରଡ଼, ସୁଶ୍ରୀଇପ୍ସିତାନାୟକ ଏବଂ ଅଧ୍ୟାପକଅଶୋକ କୁମାର ସ୍ଵାଇଁ, ସପନ କୁମାର ପ୍ରଧାନ, କ୍ରୀଡ଼ା ଶିକ୍ଷକ ବିଶ୍ଵଭଂଜନ ସ୍ଵାଇଁ ପ୍ରମୁଖ ମଞ୍ଚାସୀନ ଥିଲେ । ମହାବିଦ୍ୟାଳୟ ଓ ବିଦ୍ୟାଳୟସ୍ତରରେ ଘଟୁଥିବା ଛାତ୍ରୀନିର୍ଯ୍ୟାତନା ଓ ତାର କିପରି ପ୍ରତିକାର କରାଯାଇପାରିବ ବିଷୟରେ ଆଲୋଚ଼ନା କରାଯାଇଥିଲା ଅଧ୍ୟକ୍ଷ ପଟ୍ଟନାୟକ ମହାବିଦ୍ୟାଳୟରେ କିପରି ଏକ ସୁସ୍ଥ ବାତାବରଣ ସୃଷ୍ଟି କରିବା ଏବଂ ଶିକ୍ଷାର ମାନ ବୃଦ୍ଧି କିପରି ହେବ ସେ ସଂପର୍କରେ ମତ ପ୍ରଦାନ କରିଥିଲେ । ମହାବିଦ୍ୟାଳୟର ଆଭ୍ୟନ୍ତରୀଣ ଅଭିଯୋଗ କମିଟି ର ଆଇନ ପରାମର୍ଶଦାତା ଭାବେ ସିନିୟର ଆଡ଼ଭୋକେଟ୍ ସନ୍ତୋଷ କୁମାର ପଣ୍ଡାକୁ ରଖାଯାଇଛି । ଏହି କାର୍ଯ୍ୟକ୍ରମରେ ମହାବିଦ୍ୟାଳୟ ର ସମସ୍ତ ଛାତ୍ରଛାତ୍ରୀ ଯୋଗଦେଇ କାର୍ଯ୍ୟକ୍ରମକୁ ସଫଳ ରୂପାୟନ କରିଥିଲେ ।
Sign in
Sign in
Recover your password.
A password will be e-mailed to you.