ବିଜେଡ଼ି ତରଫରୁ ସୈାମ୍ୟାଶ୍ରୀଙ୍କ ଉଦ୍ଦେଶ୍ୟରେ କ୍ୟାଣ୍ଡେଲ ଶୋଭାଯାତ୍ରା

0 2

ଓଡ଼ଗାଁ,୧୮।୭(ଶ୍ରୀକାନ୍ତ କୁମାର ମିଶ୍ର): ଫକିରମୋହନ ସ୍ବୟଂ ଶାସିତ ମହାବିଦ୍ୟାଳୟ ଛାତ୍ରୀ ସୈାମ୍ୟାଶ୍ରୀଙ୍କ ଆତ୍ମାହୁତି ଘଟଣା ସମଗ୍ର ରାଜ୍ୟବାସୀଙ୍କ ମନରେ ଭାବ ବିହ୍ବଳ ସୃଷ୍ଟି କରିଥିବା ବେଳେ ଶୁକ୍ରବାର ସନ୍ଧ୍ୟାରେ ସୈାମ୍ୟାଶ୍ରୀଙ୍କ ଆତ୍ମାର ସଦଗତି ଉଦ୍ଦେଶ୍ୟରେ ଓଡ଼ଗାଁ ବ୍ଳକ ଏବଂ ଏନ୍ଏସି ବିଜୁ ଜନତାଦଳ (ବିଜେଡି) ତରଫରୁ ଶତାଧିକ କର୍ମୀ ଓ ସମର୍ଥକ ମାନଙ୍କ ଦ୍ଵାରା ଏକ କ୍ୟାଣ୍ଡେଲ ଶୋଭାଯାତ୍ରା ଅନୁଷ୍ଠିତ ହୋଇଥିଲା । ଜିଲ୍ଲାପରିଷଦ ସଭ୍ୟ ବିରଜା ଲକ୍ଷ୍ମୀ ସାହୁ ଏବଂ ଝିଲ୍ଲୀ ପ୍ରଧାନଙ୍କ ନେତୃତ୍ବରେ ଓଡ଼ଗାଁ ରଘୁନାଥ ଜିଉଙ୍କ ବେଢାରେ ମିଳିତ ହୋଇ ସେଠାରୁ ବ୍ଳକ ରୋଡ଼ ଗାନ୍ଧୀଙ୍କ ପ୍ରତିମୂର୍ତ୍ତି ଠାରେ ଶୋଭାଯାତ୍ରା ପହଞ୍ଚିଥିଲା । ନାରୀ ସୁରକ୍ଷା ପାଇଁ ସରକାରଙ୍କର ଦୃବଳ ବ୍ୟବସ୍ଥା ବିରୁଦ୍ଧରେ ନିରବ ପ୍ରତିବାଦ ଜଣାଇଥିଲେ । ବ୍ଳକ ଅଧ୍ୟକ୍ଷ ଲୋକନାଥ ସାହୁଙ୍କ ସହିତ ବ୍ଳକ ସଭାପତି ନିତ୍ୟାନନ୍ଦ ପ୍ରଧାନ, ଏନ୍ଏସି ସଭାପତି ମନୋଜ ପାତ୍ର, କୁରାଳ ସରପଞ୍ଚ ବିଜନ ପାଇକରାୟ ଏବଂ ଅନ୍ୟ ଜନପ୍ରତିନିଧି ପ୍ରମୁଖ ଯୋଗଦେଇ କାର୍ଯ୍ୟକ୍ରମକୁ ସଫଳ କରିଥିଲେ ।

Leave A Reply

Your email address will not be published.