ଜଗତସିଂହପୁର,ତା-୧୬.୦୭.୨୦୨୫/ସୁମନ୍ତ କୁମାର ଦାସ:ଜଗତସିଂହପୁର ବ୍ଲକ ଅନ୍ତର୍ଗତ ପୁରୁଣାଗଡସ୍ଥିତ ବୀଣାପାଣି ଉଚ୍ଚ ବିଦ୍ୟାଳୟରେ ଜଗତସିଂହପୁର ଜିଲ୍ଲା ଆଇନ ସେବା ପ୍ରାଧିକର ତରଫରୁ କିଶୋର ନ୍ୟାୟ ଆଇନ, ୨୦୧୫ ଓ ବାଧ୍ୟତାମୂଳକ ଶିକ୍ଷା ଅଧିକାର ଆଇନ ସମ୍ପର୍କିତ ଏକ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଜିଲ୍ଲା ଆଇନ ସେବା ପ୍ରାଧିକରଣ ସଚିବଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ବିଦ୍ୟାଳୟର ପ୍ରଧାନ ଶିକ୍ଷୟତ୍ରୀ, ବରିଷ୍ଠ ଶିକ୍ଷକ, ଶିକ୍ଷୟତ୍ରୀ ଏବଂ ଛାତ୍ରଛାତ୍ରୀମାନେ ଉପସ୍ଥିତ ଥିଲେ । ବିଦ୍ୟାଳୟର ପ୍ରଧାନ ଶିକ୍ଷୟତ୍ରୀ ସ୍ଵାଗତ ଭାଷଣ ଦେଇଥିଲେ । ଏହା ପରେ ଆଇନ ସେବା ପ୍ରାଧିକରଣ ସଚିବ ତାଙ୍କ ବକ୍ତବ୍ୟରେ କହିଥିଲେ ଯେ କିଶୋର ନ୍ୟାୟ ଆଇନ, ୨୦୧୫ ଅନୁଯାଇ ବିଭିନ ମାମଲା ସହ ଜଡିତ ଥିବା ୧୮ ବର୍ଷରୁ କମ୍ ପିଲାମାନଙ୍କୁ ସୁରକ୍ଷା ପ୍ରଦାନ କରିବା ହେଉଛି ଏହି ଆଇନର ମୂଳ ଲକ୍ଷ୍ୟ । ଶିଶୁମାନଙ୍କୁ ଦଣ୍ଡ ବଦଳରେ ପୁନର୍ବାସ କରାଇବାସହ ସେମାନଙ୍କ ସହିତ ଜଡିତ ଥିବା ମୋକଦ୍ଦମା ଗୁଡିକର ପରିଚାଳନା କରାଇବା ପାଇଁ ଏହି ଆଇନ ରୂପରେଖ ପ୍ରଦାନ କରିଥାଏ । ଏହା ପରେ ସଚିବ ଭାରତୀୟ ସମ୍ବିଧାନର ଧାରା ୨୧(କ) ଅନୁଯାଇ ୬ ବର୍ଷରୁ ୧୪ ବର୍ଷ ପର୍ଯ୍ୟନ୍ତ ସମସ୍ତ ଶିଶୁଙ୍କୁ ନିଶୁଳ୍କ ଓ ବାଧ୍ୟତାମୂଳକ ଶିକ୍ଷା ପ୍ରଧାନ ବିଷୟରେ ସଚେତନ କରାଇବା ସହ ବାଧ୍ୟତାମୂଳକ ଶିକ୍ଷା ଅଧିକାର ଆଇନ ବିଷୟରେ ପୁଙ୍ଖାନୁପୁଙ୍ଖ ଭାବେ ଆଲୋଚନା କରିଥିଲେ । ଶେଷରେ ବରିଷ୍ଠ ଶିକ୍ଷକ ଧନ୍ୟବାଦ ଅର୍ପଣ କରିଥିଲେ ।
Sign in
Sign in
Recover your password.
A password will be e-mailed to you.