ବେଲଗୁଣ୍ଠା, -(ଶିବରାମ ଚୌଧୁରୀ )-, ଆଜି କଂଗ୍ରେସ୍ ତରଫରୁ ବିଧାୟକ ପ୍ରାର୍ଥୀ ହରିକୃଷ୍ଣ ରଥଙ୍କ ନେତୃତ୍ୱରେ ବହୁ କଂଗ୍ରେସ୍ କର୍ମୀ ହାତରେ ପ୍ଲାକାର୍ଡ ଧରି ବେଲଗୁଣ୍ଠା ବ୍ଳକ୍ ର ଗୋବରା, କ୍ଷତ୍ରିୟବରପୁର,ଗାଙ୍ଗପୁର, କଣ୍ଟେଇପଲ୍ଲୀ ଏବଂ ନାଟଙ୍ଗା ଦେଇ ବେଲଗୁଣ୍ଠା ଠାରେ ପହଞ୍ଚିଥିଲେ I ବେଲଗୁଣ୍ଠାରେ ଏନ୍ଏସି କାର୍ଯ୍ୟାଳୟ,ବ୍ଳକ୍ କାର୍ଯ୍ୟାଳୟ, ଭାରତୀୟ ଷ୍ଟେଟ ବ୍ୟାଙ୍କ୍,ଉତ୍କଳ ଗ୍ରାମୀଣ ବ୍ୟାଙ୍କ୍ ଏବଂ ବିଭିନ୍ନ କାର୍ଯ୍ୟାଳୟକୁ ଯାଇ ଶାନ୍ତିପୂର୍ଣ୍ଣ ଭାବେ ବନ୍ଦକୁ ସମର୍ଥନ କରିବା ପାଇଁ ଅନୁରୋଧ କରିଥିଲେ I ଆଜି ବର୍ଷା ପାଇଁ ବିଭିନ୍ନ ଦୋକାନ ବଜାର ବନ୍ଦ ରହିଥିବା ବେଳେ ବଳକା ଖୋଲାଥିବା ଦୋକାନ ଗୁଡ଼ିକ କଂଗ୍ରେସ୍ ଶୋଭାଯାତ୍ରାକୁ ଦେଖି ବନ୍ଦ ହୋଇଯାଇଥିଲା I ମୋଟାମୋଟି ବେଲଗୁଣ୍ଠାରେ ବନ୍ଦ ଶାନ୍ତିପୂର୍ଣ୍ଣ ଭାବେ ସମାପ୍ତ ହୋଇଛି I ଆଜିର ଏହି କାର୍ଯ୍ୟକ୍ରମରେ ବିଭିନ୍ନ ସ୍ଥାନରେ କର୍ମୀମାନେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ ଏବଂ ଉଚ୍ଚ ଶିକ୍ଷା ମନ୍ତ୍ରୀ ସୂର୍ଯ୍ୟବଂଶୀ ସୁରଜ୍ ଙ୍କ ଫଟୋ ଧରି ବିଜେପି ସରକାର ବିରୁଦ୍ଧରେ ନାରା ଦେବା ସହ ମୁଖ୍ୟ ମନ୍ତ୍ରୀ ଏବଂ ଉଚ୍ଚ ଶିକ୍ଷା ମନ୍ତ୍ରୀଙ୍କ ଇସ୍ତଫା ଦାବି କରିଥିଲେ I ଆଜିର କାର୍ଯ୍ୟକ୍ରମରେ ଫକୀରମୋହନ ମହାବିଦ୍ୟାଳୟର ଛାତ୍ରୀ ସୌମ୍ୟାଶ୍ରୀ ବିଶିଙ୍କୁ କେହି ମଧ୍ୟ ସହଯୋଗ କରିନଥିବାରୁ ତାଙ୍କର ବିଭିନ୍ନ ଗଣମାଧ୍ୟମ ଠାରୁ ଆରମ୍ଭ କରି ମୁଖ୍ୟମନ୍ତ୍ରୀ,କେନ୍ଦ୍ରମନ୍ତ୍ରୀ, ପୋଲିସ୍ ପ୍ରଶାସନ ପର୍ଯ୍ୟନ୍ତ ସମସ୍ତେ ଦାୟୀ ବୋଲି ବିଧାୟକ ପ୍ରାର୍ଥୀ ଶ୍ରୀ ରଥ ପ୍ରକାଶ କରିଥିଲେ I ଏଥିରେ ଅନ୍ୟମାନଙ୍କ ମଧ୍ୟରେ ପୂର୍ବତନ ସମିତିସଭ୍ୟ ତଥ ନାଟଙ୍ଗା ସରପଞ୍ଚ ପ୍ରତିନିଧି ଦେବେନ୍ଦ୍ର କୁମାର ଗୌଡ଼,ସମିତିସଭ୍ୟ ରାଜୀବ୍ ଲୋଚନ ନାଇକ, ଯୁବନେତା ଅକ୍ଷୟ କୁମାର ଗୌଡ଼,ଅନୀଲ କୁମାର ମଲ୍ଲିକ, ପୂର୍ବତନ ସାଂସଦ ପ୍ରତିନିଧି ତଥା ବରିଷ୍ଠ କଂଗ୍ରେସ୍ ନେତା ନିକୁଞ୍ଜ ଖଣ୍ଡୁଆଳଙ୍କ ସମେତ ବେଲଗୁଣ୍ଠା ବ୍ଳକ୍ ଏବଂ ଏନ୍ଏସିର ଶତାଧିକ କର୍ମୀ ଏଥିରେ ଯୋଗ ଦେଇଥିଲେ I ଆଇନ୍ ଶୃଙ୍ଖଳାକୁ ଆଖି ଆଗରେ ରଖି ଗାଙ୍ଗପୁର ଥାନା ଅଧିକାରୀ ବନବିହାରୀ ପ୍ରଧାନଙ୍କ ନେତୃତ୍ୱରେ ବିଭିନ୍ନ ଗ୍ରାମ ଏବଂ ସରକାରୀ କାର୍ଯ୍ୟାଳୟ ସମ୍ମୁଖରେ ପୋଲିସ୍ ବାହିନୀ ମୁତୟନ ଥିଲେ I ସେହିପରି ବେଲଗୁଣ୍ଠା ଥାନା ଅଧିକାରୀ ରେବତୀ ଶବରଙ୍କ ନେତୃତ୍ୱରେ ଏସ୍ଆଇ ଅଭୟ କୁମାର ପ୍ରଧାନଙ୍କ ସମେତ ପୋଲିସ୍ ବାହିନୀ ବେଲଗୁଣ୍ଠାର ବିଭିନ୍ନ ଛକ ଏବଂ ସରକାରୀ କାର୍ଯ୍ୟାଳୟ ସମ୍ମୁଖରେ ମୁତୟନ ଥିଲେ I
Sign in
Sign in
Recover your password.
A password will be e-mailed to you.
Prev Post