ଅସ୍ତରଙ୍ଗ: ବାଲେଶ୍ୱର ଫକୀର ମୋହନ କଲେଜ ଛାତ୍ରୀ ସୌମ୍ୟଶ୍ରୀ ଙ୍କ ଅଭାବ ନୀୟ ମୃତ୍ୟୁ ଘଟଣାର ବିଚାର ବିଭାଗୀୟ ତଦନ୍ତ ଓ ଘଟଣା ପାଇଁ ଦାୟୀ ବ୍ୟକ୍ତିଙ୍କ ବିରୁଦ୍ଧରେ କଠୋର କାର୍ଯ୍ୟାନୁଷ୍ଠାନ ଦାବିରେ ଓଡିଶା ବନ୍ଦ ଡାକରାରେ, ଓଡିଶା ବନ୍ଦ ରହିଥିବା ବେଳେ ଆଜି ପୁରୀ ଜିଲ୍ଲା ଅସ୍ତରଙ୍ଗ ବ୍ଲକ ଅଂଚଳ ରେ ତାହାର ପ୍ରଭାବ ଦେଖିବାକୁ ମିଳିଛି। ଅସ୍ତରଙ୍ଗବଜାର ରେ ଥିବା, ଦୋକାନ ବଜାର , ଶିକ୍ଷାନୁଷ୍ଠାନ , ଡାକ ଘର , ବ୍ୟାଙ୍କ , ଯାନବାହନ ଚଳାଚଳ ବନ୍ଦ ରହିଥିଲା l ବ୍ଲକ ଅଫିସି, ତହସିଲ ଅଫିସି, ମହିଳା ଓ ସିଶୁ ବିକାଶ କାର୍ଯ୍ୟାଳୟ ଖୋଲା ରସିଥିବା ବେଳେ କଂଗ୍ରେସ କର୍ମୀ ମାନେ, ପିକେଟିଙ୍ଗି କରି ବନ୍ଦ କରି ଦେଇ ଥିଲେ l କଂଗ୍ରେସ ର ପରାଜିତ ବିଧାନସଭା ପ୍ରାଥୀ ବିଶ୍ଵ ଭୂଷଣ ଦାସ,
କଂଗ୍ରେସ ନେତା ବାଉରୀ ବାନ୍ଧୁ ମହାନ୍ତି, ବିକାଶ ବାରିକ, ପ୍ରତାପ ଖୁଣ୍ଟିଆ, ଅଜୟ ବାରିକ, ଜୁମରବର ବାରିକ, ସମାଜସେବୀ କୈଳାଶ ନାୟକ, ଲିଟୁ ବିଶ୍ୱାଳ, ସୁବାସ ବିଶ୍ୱାଳ, ପ୍ରଶାନ୍ତ ନାୟକ,ପ୍ରମୁଖ ରାଲି କରି,ଫ୍ଲାକେଟ ଧରି ବିଭିନ୍ନ ନାରାବାଜି ଦେଇ,, ଘଟଣାର ବିଚାର ବିଭାଗୀୟ ତଦନ୍ତ , ମହିଳାଙ୍କ ସୁରକ୍ଷା ଦାବୀ, ମୁଖ୍ୟମନ୍ତ୍ରୀ ଓ ଉଚ୍ଚଶିକ୍ଷା ମନ୍ତ୍ରୀ ଙ୍କ ଇସ୍ତଫା ଦାବି ଆଦି ସେମାନଙ୍କର ମୁଖ୍ୟ ସ୍ଲୋଗାନ ରସିଥିଲା l ଜିଲ୍ଲା ପୋଲିସ ପକ୍ଷରୁ ଶାନ୍ତି ଶୃଙ୍କଳା ରକ୍ଷା ପାଇଁ ବ୍ୟାପକ ସୁରକ୍ଷା ଗ୍ରହଣ କରା ଯାଇ ଥିଲାl
Sign in
Sign in
Recover your password.
A password will be e-mailed to you.