ଜଗତସଂହପୁର ତା -୧୬.୦୭.୨୦୨୫ ସୁମନ୍ତ କୁମାର ଦାସ: ଜଗତସିଂହପୁର ଜିଲ୍ଲା କଂଗ୍ରେସ ସମେତ ମିଳିତ ବିରୋଧୀ ଦଳ ପକ୍ଷରୁ ଫକିରମୋହନ ମହାବିଦ୍ୟାଳୟର ମୃତ ଛାତ୍ରୀ ସୌମଶ୍ରୀ କୁ ନ୍ୟାୟ ପ୍ରଦାନ ଦାବିରେ ଜଗତସିଂହପୁର ସଦର ମହକୁମା ଠାରେ ଜିଲ୍ଲା କଂଗ୍ରେସ ସଭାପତି ନଟବର ବାରିକ ଙ୍କ ନେତୃତ୍ବରେ ଓଡ଼ିଶା ବନ୍ଦ ସଂପୂର୍ଣ୍ଣ ସଫଳ ହୋଇଛି।
ଏହି ବନ୍ଦ କାର୍ଯ୍ୟକ୍ରମରେ ସିପିଏମ ରାଜ୍ୟ କମିଟି ସଦସ୍ୟ ଲୋଭାକାନ୍ତ ସ୍ବାଇଁ,ଏସ.ୟୁ.ସି.ଆଇ ନେତା ପ୍ରଦିପ୍ତ ରାମ୍,ପୂର୍ବତନ ପୌରାଧ୍ୟକ୍ଷ ବିପ୍ଳବ ଚୌଧୁରୀ, ନଗର କଂଗ୍ରେସ ସଭାପତି ଅଭୟ କୁମାର ମହାନ୍ତି, ବ୍ଲକ କଂଗ୍ରେସ ସଭାପତି ମାନସ କୁମାର ରଥ, ସରପଞ୍ଚ ପ୍ରମୋଦ କୁମାର ସାହୁ, ସରପଞ୍ଚ ଦିଲ୍ଲିପ କୁମାର ମହାନ୍ତି,ପୂର୍ବତନ ସରପଞ୍ଚ ବିଶ୍ବଜିତ ପୋଥାଳ, ପୂର୍ବତନ ସରପଞ୍ଚ କାହ୍ନୁଚରଣ ରାଉତ,ଜିଲ୍ଲା ନିଖିଳ ଉତ୍କଳ ଗ୍ରାମୀଣ ଚାଷୀ ମୂଲିଆ ସଂଘ ସଭାପତି ଇଂ ବେଦଦ୍ୟୁତି ପୃଷ୍ଟି,ଜିଲ୍ଲା କଂଗ୍ରେସ ସେବା ଦଳ ଅଧ୍ୟକ୍ଷ ଡ଼ ଜଗଦାନନ୍ଦ ବେହେରା, ଜିଲ୍ଲା ସଂଖ୍ୟାଲଘୁ ସେଲ୍ ଅଧ୍ୟକ୍ଷ ଇମତିୟାଜ ଅହମ୍ମଦ ଖାଁ,ସେଖ୍ ଅମିନୁସ ସାଜେଦିନ, କଂଗ୍ରେସ ନେତା ନେତା ଲକ୍ଷ୍ମୀ ନାରାୟଣ ସାମନ୍ତରାୟ, ଦେବେନ୍ଦ୍ର ଦାଶ,ଇଂ ଜ୍ଞାନ ରଞ୍ଜନ ଜେନା, ସମିର ଖୁଣ୍ଟିଆ, କାଳନ୍ଦୀ ଜେନା,ସେଖ୍ ସଫାତ,କିଶୋର ପଟ୍ଟନାୟକ,ପ୍ରବିର ପରିଜା,ସୌମ୍ୟରଞ୍ଜନ ମହାନ୍ତି, ଦିପକ ପାଲ,ଦାଶରଥି ସ୍ବାଇଁ, ଦିଲ୍ଲିପ ସିଂହ,ସ୍ଵରୁପ କାନୁନଗୋ,ଉମେଶ ସ୍ୱାଇଁ,ଆର୍ଶୀବାଦ ତ୍ରିପାଠୀ,ହିଫଜୁଲ୍ ରହେମାନ,ସଂଦିପ ସ୍ବାଇଁ, ସୂର୍ଯ୍ୟକାନ୍ତ ସାହୁ, ଦେବୀ ପ୍ରସାଦ ପରିଡା,ଦିପକ କୁମାର ସ୍ବାଇଁ,ଅତୁଲ୍ୟ ବିଶ୍ବାଳ,ସେଖ ଅମିନୁସ ସାଜେଦିନ, ବୃନ୍ଦାବନ ପ୍ରଧାନ, ମିର୍ଜା ସାମସୁଦ୍ଦିନ ବେଗ୍,ଅବନୀକାନ୍ତ ମହାରଣା,ତ୍ରିପୁରେଶ୍ବର ମଲ୍ଲିକ,ପ୍ରଣବ ମହାପାତ୍ର,ବିଜୟ ପଲାଉରୀ, ଧର୍ମାନନ୍ଦ ବିଶ୍ବାଳ,ଚିତ୍ରସେନ ସାହୁ, ପବିତ୍ର ପ୍ରଧାନ, ଅମୁଲ୍ୟ ମହାନ୍ତି, ମନୋଜ ମହାପାତ୍ର,ଶ୍ରୀକାନ୍ତ ପଣ୍ଡା,ଗୌରାଙ୍ଗ ଦଳେଇ,ରାଜା ସ୍ବାଇଁ,ବାହାନ ପରିଡ଼ା, ପଙ୍କଜ କୁମାର ପଣ୍ଡା,ସେଖ ହେଦାୟତ ଅଲ୍ଲୀ, ବିକ୍ରମ ଚୌଧୁରୀ, ସୌଭାଗ୍ୟ ରଞ୍ଜନ ବିଶ୍ବାଳ, ଅବଦୁଲ ନସିମ ଖାଁ,ସଙ୍କରେଶ୍ବର ଦାସ, ପବିତ୍ର ପରିଡ଼ା, ରବି ସ୍ବାଇଁ,ଦିପୁନା ସ୍ବାଇଁ,ଦେବ ପ୍ରସାଦ ମହାପାତ୍ର, ସରୋଜ ମହାପାତ୍ର, ସମରେନ୍ଦ୍ର ସାହୁ, ପ୍ରଶାନ୍ତ ସାହୁ, ଅଜିତ୍ କୁମାର ମହାନ୍ତି, ରମେଶ ବିଶ୍ବାଳ, ସୁବ୍ରତ ପଣ୍ଡା,ଅଶୋକ ବେହେରା,ରାଜେନ୍ଦ୍ର ସ୍ବାଇଁ, ଇଶ୍ଵର ଚନ୍ଦ୍ର ସ୍ବାଇଁ,ମାନସ ସେଠୀ,ଧୃବ ଚରଣ କାଣ୍ତି,ଲିପକ ବସ୍ତି, ଗୋପିନାଥ ବିଶ୍ବାଳ, ବାସୁଦେବ ବାରିକ,ଲିଟୁ ମଲ୍ଲିକ, ପ୍ରଶାନ୍ତ କୁମାର ନାଥ, କାହ୍ନୁଚରଣ ରାଉତ,ଟୁକୁନା ନାୟକ, ରବିନ୍ଦ୍ର ସ୍ବାଇଁ, ଗୌରାଙ୍ଗ ଚରଣ ସ୍ବାଇଁ, ଅଶୋକ ଦାସ, ରବିନ୍ଦ୍ର ମାହାଳି,ଆଶିଷ ମଲ୍ଲିକ, କ୍ଷିରୋଦ ରାଉତରାୟ,ବିଜୟ ମଲ୍ଲିକ, ଚନ୍ଦନ ଦାସ, ବିଶ୍ବଜିତ ଦାସ,ଟୁଲା ଦାସ, ସୁଶାନ୍ତ ସେଠୀ,ସୋମନାଥ ଦାସ, ସୁକାନ୍ତ ମହାପାତ୍ର,ଏସ.କେ ଅହମ୍ମଦ ପ୍ରମୁଖ ଯୋଗଦେଇ ଓଡ଼ିଆ ବନ୍ଦରେ ସାମିଲ ହୋଇଥିଲେ।
ଜଗତସିଂହପୁର ସହରର ଡ଼ାକବଙ୍ଗଳା, ଗାନ୍ଧୀ ଛକ, ଚର୍ଚ୍ଚିକା ବଜାର, ହାଟ ବଜାର, ଆଳିପିଙ୍ଗଳ ବଜାର,ଢିହସାହି ବଜାର ଆଦି ବିଭିନ୍ନ ସ୍ଥାନରେ କଂଗ୍ରେସ କର୍ମୀ ମାନେ ପିକେଟିଂ କରିଥିଲେ।ଜିଲ୍ଲାପାଳ ଙ୍କ କାର୍ଯ୍ୟାଳୟ ସହ ଜିଲ୍ଲାର ସମସ୍ତ ଅଫିସ, ବ୍ୟାଙ୍କ, କଲେଜ , ସ୍କୁଲ,ବ୍ୟବସାୟ ପ୍ରତିଷ୍ଠାନ ଆଦି ବନ୍ଦ ରହିବା ସହ ବନ୍ଦ କୁ ସଫଳ କରିବାକୁ ସ୍ବତଃ ପ୍ରବୃତ ଭାବେ ସହଯୋଗ କରିଥିବାରୁ ଜିଲ୍ଲା କଂଗ୍ରେସ ସଭାପତି ନଟବର ବାରିକ ସମସ୍ତ ଙ୍କୁ କୃତଜ୍ଞତା ଜ୍ଞାପନ କରିଛନ୍ତି।
ସେହିପରି ଜଗତସିଂହପୁର ଜିଲ୍ଲାର ସମସ୍ତ ବ୍ଲକ ଓ ପୌରାଞ୍ଚଳରେ ଓଡ଼ିଶା ବନ୍ଦ ସଂପୂର୍ଣ୍ଣ ସଫଳ ହୋଇଛି।
Sign in
Sign in
Recover your password.
A password will be e-mailed to you.
Next Post