ଭଞ୍ଜନଗର ରୁ { ଉଦୟନାଥ ପଣ୍ଡା }: ଭଞ୍ଜନଗର ନିକଟ ଶାଳୁଆ ପଲ୍ଲୀ ଉଦ୍ୟାନ ଠାରେ ନୂତନ ଉପଖଣ୍ଡ ଆରକ୍ଷୀ ଅଧିକ୍ଷକ ଡଃ ଦୀପକ କୁମାର ମିଶ୍ରଙ୍କୁ ସ୍ବାଗତ ସମ୍ବଦ୍ଧନା ଓ ପୂର୍ବତନ ଉପଖଣ୍ଡ ଆରକ୍ଷୀ ଅଧିକ୍ଷକ ସୁଜିତ କୁମାର ନାୟକଙ୍କୁ ବିଦାୟ କାଳୀନ ସମ୍ବଦ୍ଧନା ପ୍ରଦାନ କରାଯାଇଛି। ଏଥିରେ ମୁଖ୍ୟ ଅତିଥ୍ ରୂପେ ଭଞ୍ଜନଗର ଅତିରିକ୍ତ ଏସ୍ .ପି ରଞ୍ଜନ କୁମାର ଦେ ଯୋଗ ଦେଇଥିଲୋଭଞ୍ଜନଗର ରୁ ବଦଳି ହୋଇ ପୁରୁଷୋତ୍ତମ ପୁର ଯାଇଥିବା ଏସ୍.ଡି.ପି.ଓ ଶ୍ରୀ ନାୟକ ନିଜର ୧୩ ମାସ ରହଣୀ ସମୟରେ ଘଟିଥିବା ବିଭିନ୍ନ ଘଟଣା, ସ୍ମୃତି ଓ ଅନୁଭୂତିକୁ ବଖାଣିଥୁଲୋ । ସେହିପରି ଆଗାମୀ ଦିନରେ ଆଳସ୍ୟ ତ୍ୟାଗ କରି ସମସ୍ତ ପୋଲିସ କର୍ମଚାରୀଙ୍କ ସହଯୋଗରେ ଭଞ୍ଜନଗର ଉପଖଣ୍ଡ ଜିଲ୍ଲାରେ ପ୍ରଶଂସିତ ହୋଇପାରିବ ବୋଲି ପୁରୁଷୋତ୍ତମ ପୁରରୁ ଆସିଥିବା ନୂତନ ଏସ୍.ଡି.ପି.ଓ ଡ଼ଃ ମିଶ୍ର କହିଥିଲେ ଯେ,କର୍ମ ସହିତ ଧର୍ମ ଯୋଡ଼ି ହୋଇ ରହିଛି, ତେଣୁ ସମସ୍ତେ ଧର୍ମକୁ ଆଖି ଆଗରେ ରଖି କର୍ମ କଲେ ତାହା ସରଳ ହୋଇଥାଏ ବୋଲି ଅତିରିକ୍ତ ଏସପି ଶ୍ରୀ ଦେ କହିଥିଲୋ ଏଥିସହ ଭଞ୍ଜନଗର ଥାନାଧିକାରୀ ଜୀବନାନନ୍ଦ ଜେନା, ତାରାସିଂ ଥାନାଧିକାରୀ ଶୁଭଲକ୍ଷ୍ମୀ ପୂଜାରୀ, ବେଲଗୁଣ୍ଠା ଥାନାଧୂକାରୀ ରେବତୀ ଶବର,ଜଗନ୍ନାଥ ପ୍ରସାଦ ଥାନାଧୂକାରୀ ପ୍ରମୋଦ କୁମାର ଲେଙ୍କା ଉପସ୍ଥିତ ୩ ଉଚ୍ଚ ପଦସ୍ଥ ଅଧିକାରୀଙ୍କ କାର୍ଯ୍ୟଶୈଳୀକୁ ବେଶ ପ୍ରଶଂସା କରିଥିଲୋ ପୂର୍ବତନ ଏସ୍ .ଡି.ପି.ଓ ଶ୍ରୀ ନାୟକଙ୍କ ସାହାଯ୍ୟ ଓ ସହଯୋଗ ବେଶ ପ୍ରେରଣାଦାୟୀ ବୋଲି ବରିଷ୍ଠ ପୋଲିସ ଅଧିକାରୀ ଓ କର୍ମକର୍ତ୍ତା ମାନେ କହିଥିଲୋ ଅନ୍ୟମାନଙ୍କ ମଧ୍ୟରେ ଗାଙ୍ଗପୁର ଥାନାକାରି ବନବିହାରୀ ପ୍ରଧାନ, ବୁଗୁଡ଼ା ଥାନାଧିକାରୀ ସୀତାଂଶୁ ଶେଖର ମାନ୍ଧାତା, ବାଲିପଦର ଫାଣ୍ଡି ଅଧିକାରୀ ନୀଳାଦ୍ରି ରେଡି,ଗାଲେରି ଫାଣ୍ଡି ଅଧିକାରୀ ମଧୁବାବୁ, ଭଞ୍ଜନଗର ଥାନା ଏସ୍.ଆଇ ସମୀର କୁମାର ସେଠି, ଲକ୍ଷ୍ମୀଧର ମାହାନ୍ତି, ଲିପିନା ବିଶ୍ବାଳ,ଏଏସଆଇ ସୁଶାନ୍ତ କୁମାର ପଟ୍ଟନାୟକ, ରୁଦ୍ରପ୍ରତାପ କହଁର,ଏବଂ ଉପଖଣ୍ଡରେ ଥିବା ୫ଟି ଥାନାର ପୋଲିସ କର୍ମଚାରୀ ଓ ଗୃହରକ୍ଷୀମାନେ ଉପସ୍ଥିତ ଥିଲେ।
Sign in
Sign in
Recover your password.
A password will be e-mailed to you.