ଶ୍ରାବଣ ସୋମବାର ରେ କେଲିଆ ପ୍ରସିଦ୍ଧ ଶୈବ ପୀଠରେ କାଉଡିଆ ଙ୍କ ଭିଡ

0 2

ଡାବୁଗାଁ -ଯଶବନ୍ତ ପରିଛା (ଶାସକ ପ୍ରଶାସକ )୧୪/୦୭/୨୫ ନବରଙ୍ଗପୁର ଜିଲ୍ଲା ଡାବୁଗାଁ ର ପ୍ରସିଦ୍ଧ କେଲିଆ ବାବା ଝାଡେଶ୍ୱର ଶୈବ ପୀଠରେ ଆଜି ପବିତ୍ର ଶ୍ରାବଣ ମାସର ପ୍ରଥମ ସୋମବାର ରେ କାଉଡିଆ ଙ୍କ ପ୍ରବଳ ଭିଡ ଦେଖିବାକୁ ମିଳିଥିଲା। ପୋଡଶି ଛତିଶ ଗଡ଼ ସହ ନବରଙ୍ଗପୁର ଜିଲ୍ଲା ଓ ଜିଲ୍ଲା ବାହାରୁ ଆଜି ହଜାର ହଜାର ସଂଖ୍ୟାରେ ବୋଲ ବୋମ ଭକ୍ତ କାଉଡ଼ିଆ ନିଜ ମନସ୍କାମନା ପୂର୍ଣ୍ଣ ପାଇଁ କେଲିଆ ଶୈବ ପୀଠରେ ବାବା ଝାଡେଶ୍ୱର ଙ୍କ ଲିଂଗରେ ଜଳାଭିଷେକ କରିଥିଲେ। କାଉଡ଼ିଆ ମାନେ କାନ୍ଧରେ ବାହୁଙ୍ଗି ଧରି ଆଜି ବଡି ଭୋର୍ ରୁ ବୋଲ ବୋମ , ଜଟିଆ ବାବା ପାର କରେଗା ନାରା ଦେବା ସହ ଧାଡ଼ିରେ ଡାବୁଗାଁ ଦେଇ କେଲିଆ ଶୈବ ପୀଠ ପହଞ୍ଚିଥିଲେ। ଭକ୍ତ ଓ କାଉଡ଼ିଆ ମାନଙ୍କ ପାଇଁ କେଲିଆ ମନ୍ଦିର ପରିଚାଳନା କମିଟି ତରଫରୁ ସ୍ଵତନ୍ତ୍ର ବ୍ୟବସ୍ଥା କରାଯାଇଥିଲା। ରହିବା ସହ ଅନ୍ନ ଭୋଗ କରାଯାଇଥିଲା। ଏଥିରେ ବ୍ଲକ ଅଧ୍ୟକ୍ଷା ବୀଣା ମାଝୀ,ଚାଚରା ଗୁଡା ସରପଞ୍ଚ ରଞ୍ଜୁ ଭତରା, ମନ୍ଦିର ପରିଚାଳନା କମିଟି ର କୋଷାଧ୍ୟକ୍ଷ ଜି ସାଇ ରାଜୁ, ଭଗବାନ ମହାନ୍ତି,ପୂର୍ବତନ ଚଚରା ଗୁଡା ସରପଞ୍ଚ ଧରମା ନନ୍ଦ ନାୟକ,ସୂର୍ଯ୍ୟ ନାରାୟଣ ସୁବୁଦ୍ଧି, ପଦମ ମାଝୀ,ଭାଗିରଥି ମାଝୀ, ସହ କମିଟି ର ସଦସ୍ୟ ଉପସ୍ଥିତ ଥିଲେ।

Leave A Reply

Your email address will not be published.