ବେଲଗୁଣ୍ଠା ଏବଂ ଗୋବରା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ର ରୋଗୀ କଲ୍ୟାଣ ସମିତି ବୈଠକ,

0 2

ବେଲଗୁଣ୍ଠା, -(ଶିବରାମ ଚୌଧୁରୀ )-, ବେଲଗୁଣ୍ଠା ମେଡିକାଲ ରେ ଆଜି ରୋଗୀ କଲ୍ୟାଣ ସମିତି ବୈଠକ ଅନୁଷ୍ଠିତ ହୋଇଯାଇଛି l ସୋରଡ଼ା ବିଧାୟକ ନୀଳମଣି ବିଷୋୟୀ ଯୋଗଦେଇ ବିଭିନ୍ନ ସମସ୍ୟା ଓ ଏହାର ସମାଧାନ ଦିଗରେ ଆଲୋଚନା କରିଥିଲେ l ନିଷ୍ଠା,ପ୍ରତିବଦ୍ଧତା ଏବଂ ସମର୍ପଣ ମନୋଭାବ ରଖି ସମୟାନୁବର୍ତ୍ତିତା ହୋଇ କାର୍ଯ୍ୟ କରିବାକୁ ପରାମର୍ଶ ଦେଲେ | ପୂର୍ବ ବୈଠକର ବିବରଣୀ,ରୋଗୀ କଲ୍ୟାଣ ସମିତିର ଖର୍ଚ୍ଚ,ସ୍ୱାସ୍ଥ୍ୟ କେନ୍ଦ୍ରର ଭିର୍ତ୍ତିଭୂମିର ବିକାଶ,ପରିମଳ ଓ ପାନୀୟଜଳର ବ୍ୟବସ୍ଥା,ରୋଗୀଙ୍କୁ ଉତ୍ତମ ସ୍ୱାସ୍ଥ୍ୟ ସେବା,ରୋଗୀକଲ୍ୟାଣ ସମିତିକୁ ପ୍ରାପ୍ତ ଅନୁଦାନକୁ ସଠିକ ଭାବେ ବିନିଯୋଗ କରିବା ପାଇଁ ବିଶେଷ ଦୃଷ୍ଟି ଦେବାକୁ ବିଧାୟକ ଶ୍ରୀ ବିଷୋୟୀ ପରାମର୍ଶ ଦେଇଥିଲେ |
ଏହି ଅବସରରେ,ବେଲଗୁଣ୍ଠା ପଞ୍ଚାୟତ ସମିତି ଅଧକ୍ଷl ମମତା ଭୋଳ,ବିଡିଓ ବିଜୟ ପ୍ରଧାନ, ଗୋବରା ଗୋଷ୍ଟି ସ୍ୱାସ୍ତ୍ୟ କେନ୍ଦ୍ର ମୁଖ୍ୟ ଚିକିଚ୍ଛା ଅଧିକାରୀ ସୌରଭ କୁମାର ଉପାଧ୍ୟୟା, ବେଲଗୁଣ୍ଠା ଗୋଷ୍ଟି ସ୍ୱାସ୍ଥ୍ୟକେନ୍ଦ୍ର ମୁଖ୍ୟ ଚିକିଛା ଅଧିକାରୀ ସବିତା ବେହେରା, ସିଡିପିଓ ନଳିନୀ ମହାରଣା,ଡାକ୍ତର ବସନ୍ତ କୁମାର ସ୍ୱାଇଁ, ବିଜ୍ଞାପିତ ଅଞ୍ଚଳ ପରିଷଦର କାର୍ଯ୍ୟ ନିର୍ବାହୀ ଅଧିକାରୀ ବନମାଳୀ ଶତପଥି, ଗୋବରା ଓ ବେଲଗୁଣ୍ଠା ମେଡିକାଲ ର ସମସ୍ତ ରୋଗୀ କଲ୍ୟାଣ ସମିତି ସଦସ୍ୟ ଓ ଅନ୍ୟାନ୍ୟ ନେତୃବୃନ୍ଦ ଉପସ୍ଥିତ ଥିଲେ |

Leave A Reply

Your email address will not be published.