ସ୍ବର୍ଗତ ଶିକ୍ଷକଙ୍କ ପରିବାରଙ୍କୁ ଭେଟି ସମବେଦନା ଜଣାଇଲେ ରାଜ୍ୟ ସଂଘ

0 2

ବଲାଙ୍ଗିର: ବଲାଙ୍ଗିର ଜିଲ୍ଲା ପାଟଣାଗଡ ବଥର୍ଲା ନିବାସୀ ସ୍ଵର୍ଗତ ଆଭାସ ପ୍ରଧାନ ଙ୍କ ପରିବାରଙ୍କୁ ଭେଟି ସମବେଦନା ଜଣାଇଲେ ଓଡିଶା ଇଲେମେଣ୍ଟାରୀ ଶିକ୍ଷକ ସଂଘ୍ (ଏସଏସଡି) ର କର୍ମକର୍ତ୍ତା । ସ୍ବର୍ଗତ ପ୍ରଧାନ ୨୦୧୪ ମସିହାରୁ ଶିକ୍ଷା ସହାୟକ ଭାବରେ ବନେଇମୁଣ୍ଡା ଉଚ୍ଚ ବିଦ୍ୟାଳୟ (ଏସଏସଡି) ରେ କାର୍ଯ୍ୟରତ ଥିଲେ। ଗତ ୩୦/୦୬/୨୦୨୫ ରିଖରେ ସ୍ଵର୍ଗତ ପ୍ରଧାନ ସ୍ଵର୍ଗାରୋହଣ କରିଥିଲେ। ଏହି ଖବର ପାଇ ରାଜ୍ୟ ସଂଗଠନର ସଭାପତି ସତ୍ୟବାନ୍ ପତି , ସମ୍ପାଦକ ଚିତ୍ତରଞ୍ଜନ ମହାନ୍ତ , କାର୍ଯ୍ୟକର୍ତ୍ତା ସୁଜିତ୍ କୁମାର ଦାଶ, ବଲାଙ୍ଗିର ଜିଲ୍ଲାରୁ ଶିକ୍ଷକ ଅନଙ୍ଗ ନାଗ, ଶିକ୍ଷକ ନିରଞ୍ଜନ ଭୋଇ, ଶିକ୍ଷକ ଛବିଲାଲ ମେହେର, ଶିକ୍ଷୟତ୍ରୀ ପ୍ରମୋଦିନି ରଣା, ଶିକ୍ଷକ ଆଲୋକ ପଣ୍ଡା ପ୍ରମୁଖ ତାଙ୍କ ପରିବାର ନିକଟରେ ପହଞ୍ଚି କିଛି ଆର୍ଥିକ ସହାୟତା ପ୍ରଦାନ ସହ ସମବେଦନା ଜଣାଇଥିଲେ। ସ୍ବର୍ଗତ ପ୍ରଧାନଙ୍କ ସ୍ମୃତିରେ ପରିବାରଙ୍କ ସହ ମିଶି ଏକ ବୃକ୍ଷରୋପଣ କରିଥିଲେ।

Leave A Reply

Your email address will not be published.