ଓଡ଼ଗାଁ ବ୍ଳକ ସ୍ତରୀୟ ଶ୍ରୀଅରବିନ୍ଦ ଦ୍ବିତୀୟ ବାର୍ଷିକ ପାଠଚକ୍ର

0 2

ପ୍ରତି ଗାଁ ହେବ ଆମ ଘର ପ୍ରତ୍ୟେକେ ଆମ ପରିବାର

ଓଡ଼ଗାଁ,୧୩।୭(ଶ୍ରୀକାନ୍ତ କୁମାର ମିଶ୍ର): ନୟାଗଡ଼ ଜିଲ୍ଲା ଓଡ଼ଗାଁ ବ୍ଳକ ସ୍ତରୀୟ ଶ୍ରୀଅରବିନ୍ଦ ଦ୍ବିତୀୟ ବାର୍ଷିକ ପାଠଚକ୍ର ସ୍ଥାନୀୟ ମିନି ଷ୍ଟାଡିୟମ ନିକଟ ରଘୁନାଥ ଆଥଲେଟିକ ଆସୋସିଏସନ ପରିସରରେ ରବିବାର ଅନୁଷ୍ଠିତ ହୋଇଯାଇଛି। ମୁଖ୍ୟ ଅତିଥି ଭାବେ ନୟାଗଡ଼ ଜିଲ୍ଲା ପାଠ ଚକ୍ର ଆବାହକ ସୁନିଲ କୁମାର ପୃଷ୍ଟି, ଅନ୍ୟତମ ଅତିଥି ରୁପେ ଜିଲ୍ଲା ମହିଳା ପାଠ ଚକ୍ର ସଙ୍ଗଠିକା ସୁଶ୍ରୀ ପୁଷ୍ପାଞ୍ଜଳି ସାହୁ, ପାଠ ଚକ୍ର ସଙ୍ଗଠକ ଅଧିକାରୀ ମହାନ୍ତି, ବ୍ଳକ ଆବାହକ ସୁକାନ୍ତ ଚୈଧୁରୀ, ରାଜକିଶୋର ନାୟକ, ରମେଶ ଚନ୍ଦ୍ର ପଣ୍ଡା ପ୍ରମୁଖ ଯୋଗଦେଇ ପାଠ ଚକ୍ର ହେଉଛି ଚିନ୍ତା ଚେତନାର ଯଜ୍ଞଶାଳା । କେବଳ ବ୍ଳକ, ଜିଲ୍ଲା କିମ୍ବା ରାଜ୍ୟ ନୁହେଁ, ପ୍ରତି ପଞ୍ଚାୟତରେ ଏପରିକି ପ୍ରତି ଗାଁରେ ପାଠ ଚକ୍ର ହେଲେ ସବୁ ଗାଁ ହେବ ଆମଘର । ଏବଂ ପ୍ରତ୍ୟେକ ହେବ ଆମ ପରିବାର ବୋଲି ମତବ୍ୟକ୍ତ କରିଥିଲେ । ନୂତନ କରି ପାଠ ଚକ୍ର ଗଠନ ହୋଇଥିବା ଓଡ଼ଗାଁ, ଗିରିଡିପଲ୍ଲି, କୁରାଳ, ରଙ୍ଗଣିପାଟଣା, ରାବରା, ପଞ୍ଚିରିଡା ଏବଂ କୋରପିଠା ପଞ୍ଚାୟତର ଆବହକମାନେ କାର୍ଯ୍ୟକ୍ରମରେ ଯୋଗ ଦେଇଥିବା ବେଳେ ଆଗାମୀ ଦିନରେ ଓଡ଼ଗାଁ ବ୍ଳକର ପ୍ରତି ପଞ୍ଚାୟତରେ ଆବାହକ ମନୋନୀତ କରାଯାଇ ନିୟମିତ ପାଠଚକ୍ର କରିବାକୁ ନିଷ୍ପତ୍ତି ଗ୍ରହଣ କରାଯାଇଥିବା ବେଳେ ସନ୍ତୋଷ କୁମାର ସାହୁ କାର୍ଯ୍ୟକ୍ରମର ସଞ୍ଜୋଜନା କରିଥିଲେ ।

Leave A Reply

Your email address will not be published.