ସଡ଼କ ସୁରକ୍ଷା ସଚେତନତା କାର୍ଯ୍ୟକ୍ରମ,ଅମାନିଆଙ୍କୁ ସଚେତନ କଲେ ଅଧିକାରୀ

2

 

ଓଡ଼ଗାଁ,୧୨।୭(ଶ୍ରୀକାନ୍ତ କୁମାର ମିଶ୍ର): ନୟାଗଡ଼ ଜିଲ୍ଲା ଓଡ଼ଗାଁ ଏନ୍ଏସି ଓଡ଼ଗାଁ ଥାନା ସାମ୍ନା ନୟାଗଡ଼-ଭଞ୍ଜନଗର ୨୧ ନମ୍ବର ରାଜ୍ୟ ସଡ଼କପଥରେ ଓଡ଼ଗାଁ ବିଜ୍ଞାପିତ ଅଞ୍ଚଳ (ଏନ୍ଏସି) ତରଫରୁ ଶନିବାର ଏକ ସଡ଼କ ସୁରକ୍ଷା ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଚାଳକ ମାନେ ସାଧାରଣ ପରିବହନ ନିୟମ ଅନୁସାରେ ହେଲମେଟ ପିନ୍ଧି ବାଇକ୍ ଚାଳାଇବା ଏବଂ ସିଟବେଲ୍ଟ ପିନ୍ଧି ଚାରିଚକିଆ ଜାନ ଚାଳନା କରୁଥିବା ପ୍ରାୟ ୨ ଶହରୁ ଅଧିକ ଚାଳକଙ୍କୁ ସଡ଼କ ସୁରକ୍ଷା ନୀୟମ ପାଳନ ନିମନ୍ତେ ଗୋଲାପ ଫୁଲଦେଇ ସ୍ବାଗତ କରାଯାଇଥିଲା । ଏଥିସହିତ ସିଟବେଲ୍ଟ ଏବଂ ହେଲମେଟ ପିନ୍ଧିନଥିବା ୩ ଶହରୁ ଉର୍ଦ୍ଧ୍ବ ଚାଳକଙ୍କୁ ପ୍ରଚାର ପତ୍ର ଦେଇ ସଚେତନ କରାଯାଇଥିଲା । ନୟାଗଡ଼ ଜିଲ୍ଲା ସଡ଼କ ପରିବହନ ଅଧିକାରୀ ସୁଶାନ୍ତ କୁମାର ପରିଡ଼ାଙ୍କ ନିର୍ଦ୍ଦେଶକ୍ରମେ କନିଷ୍ଟ ମୋଟର ଯାନ ଅଧିକାରୀ ନୟାଗଡ଼ ଗୋବିନ୍ଦ ଚନ୍ଦ୍ର ବାନରାଙ୍କ ନେତୃତ୍ୱରେ ସଡ଼କ ସୁରକ୍ଷା ସଚେତନତା କାର୍ଯ୍ୟକ୍ରମରେ ଓଡ଼ଗାଁ ପୋଲିସ, ନୟାଗଡ଼ ମୋଟରଜାନ କର୍ମଚାରୀ ସଂଘ, ଓଡ଼ଗାଁ ଏନ୍ଏସି କର୍ମଚାରୀ ଏବଂ ପ୍ରକୃତି ବନ୍ଧୁ ପଞ୍ଚାନନ ପଣ୍ଡା, ଶୁଶାନ୍ତ କୁମାର ସାହୁ ପ୍ରମୁଖ ମିଳିତ ଭାବେ ଚାଳକ ମାନଙ୍କୁ ସଚେତନ କରିଥିଲେ । ସୂଚନା ଥାଉକି ଏଥିନିମନ୍ତେ ହୋଇଥିବା ବ୍ୟାନରରେ ସୈ।ଜନ୍ୟ ଓଡ଼ଗାଁ ଏନ୍ଏସି ବଦଳରେ ଇଂ. ସୈ।ଜନ୍ୟ: ସତ୍ୟନାରାୟଣ ସାହୁ କନିଷ୍ଠ ଯନ୍ତ୍ରୀ ଓଡ଼ଗାଁ ଏନ୍ଏସି ଲେଖା ଆଶ୍ଚର୍ଯ୍ୟ କରିଥିବା ବେଳେ ସାଧାରଣରେ ଏନେଇ ସମାଲୋଚନା ହୋଇଥିଲା ।

Leave A Reply

Your email address will not be published.