ଭୁବନେଶ୍ବର ତା. 12.07.25: ଆଜି ଏକ ନମ୍ବର ଉଚ୍ଚ ବିଦ୍ୟାଳୟ ପୁରାତନ ଛାତ୍ର ସଂସଦ ସଭାପତି ଡଃ ମଧୁ ମାଧବ ଜେନା,ଉପ ସଭାପତି ଶୀଳଭଦ୍ର ଶାସ୍ତ୍ରୀ,ଯୁଗ୍ମ ସମ୍ପାଦକ ଅମର ନାରାୟଣ ଦାସ,ବରିଷ୍ଠ ସଦସ୍ୟ ଲକ୍ଷ୍ମୀନାରାୟଣ ପାଢି, ସୁଧାଂଶୁ ପରିଜା,ଚିତ୍ତ ରଞ୍ଜନ ବୈରିଶାଲ,ସ୍କୁଲ ପ୍ରଧାନ ଶିକ୍ଷକ ପ୍ରମୋଦ କୁମାର ଦାଶ ପ୍ରମୁଖଙ୍କ ଉଦ୍ୟମରେ ବନ ମହୋତ୍ସବ କାର୍ଯ୍ୟକ୍ରମରେ ବିଦ୍ୟାଳୟ ପ୍ରାଙ୍ଗଣରେ ଅନେକ୍ ପ୍ରକାର ଔଷଧୀୟ ବୃକ୍ଷ ତଥା ଅଶ୍ଵତ୍ଥ ଏବଂ ଅନ୍ୟାନ୍ୟ ସବୁଜ ବଳୟ ସୃଷ୍ଟି ଉପକାରୀ ବୃକ୍ଷ ରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା l ଏହି କାର୍ଯ୍ୟକ୍ରମରେ ସ୍କୁଲର ସମସ୍ତ ଶିକ୍ଷକ ଶିକ୍ଷୟିତ୍ରୀ ତଥା ଅନେକ୍ ଛାତ୍ର ଛାତ୍ରୀ ଏବଂ ବିଶେଷ କରି NCC ର ଛାତ୍ର ମାନେ ଏକ ବୃକ୍ଷ ହିଁ ଜୀବନ ପ୍ରଚାର କାର୍ଯ୍ୟକ୍ରମ ରେ ଯୋଗ ଦେଇ ଥିଲେ,କାର୍ଯ୍ୟକ୍ରମ ଶେଷରେ NCC ଶିକ୍ଷକ ବିକ୍ରମ ବେହେରା ଧନ୍ୟବାଦ ଅର୍ପଣ କରିଥିଲେ l
Sign in
Sign in
Recover your password.
A password will be e-mailed to you.