ବିଜେଡି ଆଇଟି ୱିଙ୍ଗ ଆଇଟି କନ୍‍କ୍ଲେଭ୍‍ : ଯୋଗଦେଲେ  ୩୦୦ କଲେଜ୍‍ରୁ ୧୨୦୦ ଛାତ୍ର 

0

ଭୁବନେଶ୍ୱର:  ବିଜେଡି ଆଇଟି ୱିଙ୍ଗ ଦ୍ୱାରା ଯେଉଁ ଆଇଟି କନ୍‍କ୍ଲେଭ୍‍ ଆୟୋଜନ ବିଜୁ ଛାତ୍ର ଜନତା ଦଳ କରିଥିଲା, ତାହା ଅତ୍ୟନ୍ତ ସଫଳ ହୋଇଛି । ସେଥିରେ ରାଜ୍ୟର ୩୦ ଜିଲ୍ଲାର ୩୦୦ କଲେଜ୍‍ରୁ ପ୍ରତିନିଧିତ୍ୱ କରୁଥିବା ୧୨୦୦ ଛାତ୍ର ଯୋଗ ଦେଇଥିଲେ । ଏହି ଛାତ୍ରମାନଙ୍କୁ ସୋସିଆଲ୍‍ ମିଡିଆ ଓ ଆଇଟି ବିଷୟରେ ଅନେକ କୌଶଳ, କାର୍ଯ୍ୟସୂଚୀ, ବିବରଣୀ ଏବଂ ପ୍ରଶିକ୍ଷଣ ଦିଆଯାଇଥିଲା ବୋଲି ବିଜେଡି ଆଇଟି ୱିଙ୍ଗ ମୁଖ୍ୟ ଡ. ଅମର ପଟ୍ଟନାୟକ ଆଜି ବିଜୁ ଜନତା ଦଳ ରାଜ୍ୟ କାର୍ଯ୍ୟାଳୟରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି,। ଡ. ପଟ୍ଟନାୟକ ଏହି ଅବସରରେ ଜଣାଇଛନ୍ତି ଯେ ଦୁଇଟି କାର୍ଯ୍ୟକ୍ରମକୁ ମାନ୍ୟବର ସଭାପତି ତଥା ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଶୁଭାରମ୍ଭ କରିଛନ୍ତି । ପ୍ରଥମଟି ହେଉଛି ‘ସେଲ୍‍ଫି ୱିଥ୍‍ ସିଏମ୍‍’ ଓ ଦ୍ୱିତୀୟଟି ହେଉଛି ‘ମୋ ନବୀନ ମୋ ଘରେ’ । ‘ସେଲ୍‍ଫି ୱିଥ୍‍ ସିଏମ୍‍’ କାର୍ଯ୍ୟକ୍ରମରେ ଏ.ଆର. ଟେକ୍ନୋଲୋଜି ଦ୍ୱାରା ରହିଥିବା ପ୍ଲାଟ୍‍ଫର୍ମରେ ଜୀବନ ସାଇଜ୍‍ ହଲୋଗ୍ରାମ୍‍ ଜରିଆରେ ଦଳର ସଭାପତି ଶ୍ରୀ ପଟ୍ଟନାୟକଙ୍କ ଛବି ଜୀବନ୍ତ ଆକାରରେ ସେଲ୍‍ଫିରେ ନେବା କାର୍ଯ୍ୟକ୍ରମ କରାଯାଇଥିଲା । ଜନସାଧାରଣ ବିଜେଡି ନିର୍ଦ୍ଧାରିତ ସ୍ଥାନମାନଙ୍କରେ ଆସି ଏହାର ଲାଭ ପାଇପାରିବେ ଓ ସେଲ୍‍ଫି ନେଇପାରିବେ । ଅପରପକ୍ଷରେ ଯେଉଁ ‘ମୋ ନବୀନ ମୋ ଘରେ’ କାର୍ଯ୍ୟକ୍ରମ ରହିଛି, ସେଥିରେ ଏ.ଆର. ଟେକ୍ନୋଲୋଜି ପ୍ଲାଟଫର୍ମକୁ ନେଇ ଦଳର କର୍ମୀମାନେ ଲୋକଙ୍କ ଘରକୁ ଯିବେ ।  ସଭାପତିଙ୍କ ପ୍ରତିଛବିକୁ ଏହି ଏ.ଆର. ଟେକ୍ନୋଲୋଜି ପ୍ଲାଟଫର୍ମ ଦ୍ୱାରା ସେଠାରେ ସେଲ୍‍ଫି ଉଠାଇ ଲୋକଙ୍କୁ ଦେଇପାରିବେ ଏବଂ ତା’ମଧ୍ୟ ପ୍ରିଣ୍ଟ କରାଯାଇପାରିବ । ଏହା ବ୍ୟତୀତ ଡ. ପଟ୍ଟନାୟକ ଜଣାଇଥିଲେ ଯେ ବିଜେଡି ଆଇଟି ୱିଙ୍ଗର ଲୋଗୋ ଓ ବ୍ୟାଜ୍‍ ମଧ୍ୟ ଉନ୍ମୋଚିତ ହୋଇଛି । ଆଗାମୀ ଦିନମାନଙ୍କରେ ‘ସେଲ୍‍ଫି ୱିଥ୍‍ ସିଏମ୍‍’  ଓ ‘ମୋ ନବୀନ ମୋ ଘରେ’ କାର୍ଯ୍ୟକ୍ରମର ସଂପୂର୍ଣ୍ଣ ବିବରଣୀ ଗଣମାଧ୍ୟମରେ ରଖାଯିବ । ଏହି ସାମ୍ବାଦିକ ସମ୍ମିଳନୀରେ ଦଳର ମୁଖପାତ୍ର ଡ. ସସ୍ମିତ ପାତ୍ର ଓ ଛାତ୍ର ବିଜେଡି ସଭାପତି ରାଣାପ୍ରତାପ ପାତ୍ର ଉପସ୍ଥିତ ଥିଲେ ।

Leave A Reply

Your email address will not be published.