ରଥଯାତ୍ରା ପାଳନ ଉପଲକ୍ଷେ ସାଂସ୍କୃତିକ କାର୍ଯ୍ୟକ୍ରମ ଉଦଯାପିତ

2

 

ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ଗଜପତି ଜିଲ୍ଲା ପ୍ରଶାସନ ଓ ଜିଲ୍ଲା ସଂସ୍କୃତି ପରିଷଦର ମିଳିତ ଆନୁକୂଲ୍ୟରେ ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡି ସ୍ଥିତ ଜଗନ୍ନାଥ ମନ୍ଦିର ପ୍ରାଙ୍ଗଣ ଦେବସ୍ନାନ ମଣ୍ଡପ ଠାରେ ସ୍ଥାନୀୟ କଳାକାର ମାନଙ୍କ ଦ୍ବାରା ତିନି ଦିନ ଧରି ଅନୁଷ୍ଠିତ ହୋଇଥିବା ରଙ୍ଗାରଙ୍ଗ ସାଂସ୍କୃତିକ କାର୍ଯ୍ୟକ୍ରମ ଉଦଯାପିତ ହୋଇଯାଇଛି।
ଉଦଯାପନୀ ସନ୍ଧ୍ୟାରେ ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ ଶ୍ରୀ ଅରୁଣ କୁମାର ତ୍ରିପାଠୀ , ସହକାରୀ ଜିଲ୍ଲାପାଳ ମଞ୍ଜୁଲତା ବେହେରା , ରାୟଗଡ଼ା ସିଡିପିଓ ଶ୍ରୀମତୀ ବି. କମାଳଙ୍ଗି , ଜିଲ୍ଲା ସଂସ୍କୃତି ପରିଷଦ ସଦସ୍ୟ ତଥା ଗୁରୁ ରଘୁନାଥ ପାତ୍ର , କ୍ରିଏଟିଭ ଆର୍ଟସ୍ ସଭାପତି ଶ୍ରୀଯୁକ୍ତ ନୃସିଂହ ଚରଣ ପଟ୍ଟନାୟକ ଓ ଜିଲ୍ଲା ସଂସ୍କୃତି ଅଧିକାରୀ ସୁଶ୍ରୀ ଅର୍ଚ୍ଚନା କୁମାରୀ ମଙ୍ଗରାଜ ପ୍ରମୁଖ ମଞ୍ଚାସୀନ ଥିଲେ।
ତୃତୀୟ ତଥା ଉଦଯାପନୀ ସନ୍ଧ୍ୟାରେ ସ୍ଥାନୀୟ ପାରଳାଖେମୁଣ୍ଡିର ୧୧ ଗୋଟି ସାଂସ୍କୃତିକ ଅନୁଷ୍ଠାନ ଶ୍ରୀ ଜଗନ୍ନାଥ ଓଡିଶୀ କଳାକେନ୍ଦ୍ର , ସମଲେଇ ନୃତ୍ୟକଳା ପରିଷଦ , ପଦାମୃତ ନୃତ୍ୟାୟନ, ଗ୍ରେସ୍ ଡାନ୍ସ ଗ୍ରୁପ , ନଟରାଜ୍ ନୃତ୍ୟକଳା କ୍ଷେତ୍ରମ୍ , ମିରାକେଲ୍ ଡାନ୍ସ ଷ୍ଟୁଡିଓ , ଭିନିଷା କୁଚିପୁଡି ଏକାଡେମୀ , ଡ୍ରିମ୍ ଡାନ୍ସ ଷ୍ଟୁଡିଓ , ଚାରୁ ନର୍ତ୍ତନ , ଏ.ଯେ.କ୍ରିୟୁ , ଗଜପତି ଡାନ୍ସ ତେଲେନ୍ସ ର କଳାକାରମାନଙ୍କ ଦ୍ଵାରା ଶସ୍ତ୍ରୀୟ ନୃତ୍ୟ ଓଡ଼ିଶୀ , କୁଚୁପୁଡ଼ି , ଭାରତ ନାଟ୍ୟମ୍ , ସମ୍ବଲପୁରୀ ଓ ଭଜନ ପରିବେଷଣ କରାଯାଇଥିଲା।
ଶୁଭାଶିଷ ପତି ସମସ୍ତ ସାଂସ୍କୃତିକ କାର୍ଯ୍ୟକ୍ରମକୁ ଉପସ୍ଥାପନା କରିଥିବା ବେଳେ ଜିଲ୍ଲା ସଂସ୍କୃତି ବିଭାଗ କାର୍ଯ୍ୟାଳୟର ମନୋଜ କୁମାର ଲିମ୍ମା ପରିଚାଳନାରେ ସହଯୋଗ କରିଥିଲେ।

Leave A Reply

Your email address will not be published.