ଡୁମ୍ବେରବାହାଲ ବିଦ୍ୟାଳୟରେ ବୃକ୍ଷରୋପଣ କାର୍ଯ୍ଯକ୍ରମ ଅନୁଷ୍ଠିତ।

2

ପଦ୍ମପୁର :- ପାଇକମାଳ ବ୍ଳକ ଡୁମ୍ବେରବାହାଲ ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ପ୍ରଧାନ ଶିକ୍ଷକ ହୃଷୀକେଶ ବାଗଙ୍କ ସଭାପତିତ୍ବରେ ବନମହୋତ୍ସବ ପରିପ୍ରେକ୍ଷୀରେ ଏକ ସାଧାରଣ ସଭା ଅନୁଷ୍ଠିତ ହୋଇଥିଲା ।ମୁଖ୍ୟ ଅତିଥି ଭାବରେ ପଦ୍ମପୁର ବିଧାୟିକା ବର୍ଷା ସିଂ ବରିହା ଯୋଗ ଦେଇଥିଲେ । ସମ୍ମାନିତ ଅତିଥି ରୂପେ ପାଇକମାଳ ଗୋଷ୍ଠୀ ଶିକ୍ଷା ଅଧିକାରୀ ଅଦନ ସୁନା, ସମାଜସେବୀ ଟାଇଲ ଚନ୍ଦ୍ର ଭୋଇ , ହୃଦାନନ୍ଦ ବାରିକ, ଗୌତମ ସିଂ,ପରିବେଶ ସଭାପତି ବିଭୂତି ଭୂଷଣ ମୁଣ୍ଡ ,ଶାନ୍ତିକୁଞ୍ଜ ପ୍ରତିନିଧି ପ୍ରମୋଦ ଭୋଇ ତଥା ଗ୍ରାମର ଆବାଳ ବୃଦ୍ଧବନିତା,ଛାତ୍ର ଛାତ୍ରୀ, ବିଦ୍ୟାଳୟ ପରିଚାଳନା କମିଟି ସଭାପତି ବନବାସ ସାହୁ ଏବଂ ସମସ୍ତ ସ୍ୱୟଂ ସହାୟକ ଗୋଷ୍ଠୀ ଯୋଗଦାନ କରିଥିଲେ।ବିଧାୟିକା ନିଜ ବକ୍ତବ୍ୟରେ ପରିବେଶ ବଞ୍ଚାଇବାକୁ ପରାମର୍ଶ ଦେଇ ଥିଲେ । ଗାଆଁକୁ ସବୁଜ ସୁନ୍ଦର ରଖିବାକୁ ଗ୍ରାମବାସୀ ସଂକଳ୍ପ ନେଇଥିଲେ ।ଛାତ୍ରଛାତ୍ରୀଙ୍କ ପରିବେଶ ସୁରକ୍ଷାଧର୍ମି ଗୀତର ତାଳେ ତାଳେ ବିଧାୟିକା ବୃକ୍ଷ ରୋପଣ କରିଥିଲେ ଏବଂ ଚାରା ବଣ୍ଟନ କରିଥିଲେ ।

Leave A Reply

Your email address will not be published.