ବଡ଼ବିଲରେ ରସଗୋଲା ଦିବସ ପାଳିତ

2

ବଡ଼ବିଲ (ଶାସକ ପ୍ରଶାସକ): ମହାପ୍ରଭୁ ଶ୍ରୀଜଗନ୍ନାଥ, ବଡଭାଇ ବଳଭଦ୍ର ଭଉଣୀ ସୁଭଦ୍ରା ରଥଯାତ୍ରା, ବାହୁଡା଼, ଅଧରପଣା କାର୍ଯ୍ୟ ଶେଷକରି ବାର ଦିନ ପରେ ରଥରୁ ନୀଳାଦ୍ରି ବିଜେ କରିଥାଆନ୍ତି। ଏହି ଦିନ ଜଗନ୍ନାଥ ମା ଲକ୍ଷ୍ମୀଙ୍କ ମାନ ଭଞ୍ଜନ କରିବା ପାଇଁଁ ରସଗୋଲା ଖୁଆଇ ରାଗ ଶାନ୍ତି କରିଥାନ୍ତି । ତେଣୁ ଏହି ଦିନକୁ ରସଗୋଲା ଦିବସ ଭାବେ ପାଳନ କରାଯାଇ ଆସୁଅଛି।
ଓଡ଼ିଶାର ସୀମାନ୍ତ ଅଞ୍ଚଳ ବଦବିଲର ଅଗ୍ରଣୀ ସାଂସ୍କୃତିକ ସଂଗଠନ ନିଳାଦ୍ରୀ ପ୍ରତିବର୍ଷ ରସଗୋଲା ଦିବସ ପାଳନ କରି ଆସୁଛି। ମଙ୍ଗଳବାର ନିଳାଦ୍ରୀ କାର୍ଯ୍ୟାଳୟରେ ଉତ୍ସାହ ଉଦ୍ଦୀପନାର ସହିତ ସମସ୍ତ ସଦସ୍ୟ ରସଗୋଲା ଦିବସ ପାଳନ କରିଥିଲେ। ଏହି କାର୍ଯ୍ୟକ୍ରମରେ ବଡ଼ବିଲ ମ୍ୟୁନିସିପାଲିଟିର ନିର୍ବାହୀ ଅଧିକାରୀ ରମେଶ ଚନ୍ଦ୍ର ନାଏକ ମୁଖ୍ୟ ଅତିଥିଭାବେ ଯୋଗ ଦେଇଥିଲେ।

Leave A Reply

Your email address will not be published.