ଭଞ୍ଜନଗର ରୁ ଉଦୟନାଥ ପଣ୍ଡା ( ଶାସକ ପ୍ରଶାସକ ):: ଗଞ୍ଜାମ ଜିଲ୍ଲା ଭଞ୍ଜନଗର ସହର ର ପ୍ରମୁଖ ଚାରିଗୋଟି ଆକର୍ଷଣୀୟ ଅସ୍ଥାୟୀ ଦୁର୍ଗାପୂଜା ମଣ୍ଡପରେ ଆରମ୍ଭ ହୋଇଯାଇଛି, ଦେବୀ ଙ୍କ ଷୋଡ଼ଶ ପୂଜା ଊପଚାରବିଧିରେ ପୂଜାର୍ଚ୍ଚନା। ଆଜି ହୋଇଛି ମାଁ ଦୂର୍ଗା ଦେବୀ ଙ୍କ ନବମୀ ପୂଜା ଶାନ୍ତି ହୋମ ସହିତ ପୂର୍ଣ୍ଣାହୁତି କାର୍ଯ୍ୟକ୍ରମ।
ପ୍ରତିବର୍ଷ ପରି ଚଳିତ ବର୍ଷ ୨୦୨୬ ଶାରଦୀୟ ଦୁର୍ଗାତ୍ସବ ଭଞ୍ଜନଗର ସହର ଓ ଆଖପାଖ ଅଞ୍ଚଳର ଅସ୍ଥାୟୀ ପିଠ ସହିତ ସ୍ଥାୟୀ ପିଠ ବା ବିଭିନ୍ନ ଦେବୀ ମନ୍ଦିରମାନଙ୍କରେ , ଖୁବ୍ ଭବ୍ୟ ରିତି ନିତି ତନ୍ତ୍ର ଶାସ୍ତ୍ରୀୟ ମାନ୍ୟତା ଅନୁସାରେ ଅନୁଷ୍ଠିତ ହୋଇଯାଇଛି। ଠିକ୍ ସେହିପରି ଭଞ୍ଜନଗର ସହରରେ ପ୍ରତିବର୍ଷ ପରି ଚଳିତ ବର୍ଷ ମଧ୍ୟ ଚାରିଗୋଟି ଅସ୍ଥାୟୀ ଦୁର୍ଗାପୂଜା ମଣ୍ଡପ, ସୁସଜ୍ଜିତ ଓ ରଙ୍ଗିନ ଆଲୋକମାଳାରେ ଝଲସି ଉଠୁଛି। ସେଥିମଧ୍ୟରୁ ଭଞ୍ଜନଗର ଜଳସେଚନ ବିଭାଜନ ପକ୍ଷରୁ ଆୟୋଜିତ ହୋଇଥିବା ୫୮ ତମ ଦୁର୍ଗାପୂଜା ର ବିଶେଷ ଆକର୍ଷଣ ହୋଇଛି ସୁଉଚ୍ଚ ବିରାଟ ମେଢ ସାଙ୍ଗକୁ ଭବ୍ୟ ସାଂସ୍କୃତିକ ମହା ମଞ୍ଚ। କାହିଁକି ନା ଏହି ସାଂସ୍କୃତିକ ମଞ୍ଚ ଉକ୍ତ କାର୍ଯ୍ୟାଳୟ ପରିସରରେ ଉଚ୍ଚସ୍ଥାନରେ ଅନୁଷ୍ଠିତ ହୋଇଥାଏ। ଏବଂ ଏହି କାର୍ଯ୍ୟକ୍ରମ ରେ ଅନେକ ବିଶିଷ୍ଟ କଳାକାର ଓ କଳାକାର ଅନୁଷ୍ଠାନ ନିଜ ନିଜର ପ୍ରତିଭା ପ୍ରଦର୍ଶନ କରିବାର ସୁଯୋଗ ଲାଭ କରନ୍ତି। ଏଥିରେ ଅଧିକ୍ଷଣ ଯନ୍ତ୍ରୀ ସଞ୍ଜୟ କୁମାର ପ୍ରଧାନ ଓ ତାଙ୍କ ଧର୍ମପତ୍ନୀ କର୍ତ୍ତା ହିସାବରେ ମାଁ ଙ୍କ ସମସ୍ତ ପୁଜା କାର୍ଯ୍ୟକ୍ରମ ରେ ନିଷ୍ଠାର ସହିତ ଯୋଗଦାନ କରିଥିଲେ। ମୁଖ୍ୟ ଯନ୍ତ୍ରୀ ସନ୍ତୋଷ କୁମାର ପାତ୍ର, ପ୍ରହଲ୍ଲାଦ ପଣ୍ଡା ଙ୍କ ସହିତ ସମସ୍ତ କର୍ମଚାରୀ ବୃନ୍ଦ କାର୍ଯ୍ୟକ୍ରମ ରେ ସହଯୋଗ କରିଥିଲେ। ସେହିପରି ଖାଲାସିସାହିର ବିଶ୍ଵଜନନୀ ଦୁର୍ଗା ପୂଜା କମିଟି ଯାହା ସାହି ଦୁର୍ଗାପୂଜା ଭାବରେ ଦୀର୍ଘ ୭୦ ବର୍ଷ ରୁ ଉର୍ଦ୍ଧ ହେବ ଅନୁଷ୍ଠିତ ହୋଇ ଆସୁଅଛି। ଏହାର ପୂଜା ନିତି କାନ୍ତି ନିୟମ ଅନ୍ୟଠାରୁ ସ୍ଵତନ୍ତ୍ର ଓ ନିଘାନିଷ୍ଠା ରେ ପାଳନ ହୋଇଆସୁଛି। ଭଞ୍ଜନଗର ଓଡ଼ିଶା ରାଜ୍ୟ ସଡ଼କ ପରିବହନ ନିଗମ ତରଫରୁ ମଧ୍ୟ ଦୀର୍ଘ ବର୍ଷ ହେବ ଦୁର୍ଗାପୂଜା ଉତ୍ସବ ପାଳନ ହୋଇଆସୁଛି। ଦିନେ ଜନସାଧାରଣ ଙ୍କ ନିମନ୍ତେ ଏହାର ଆକର୍ଷଣ ଥିଲା ଅନେକ କଳାକୁଞ୍ଜ କିନ୍ତୁ ଏହା ଆସ୍ତେ ଆସ୍ତେ ଲୋପପାଇ କେବଳ ଆକର୍ଷଣୀୟ ପୂଜା ରେ ସିମିତ ହୋଇଛି। ସେହିପରି ଭଞ୍ଜନଗର ସହରର ମୁଖ୍ୟ ରାସ୍ତାରେ ଥିବା ଭଞ୍ଜ ସାହିତ୍ୟ ପରିଷଦ ର ସାର୍ବଜନୀନ ଦୁର୍ଗାପୂଜା ଉତ୍ସବ ଚଳିତ ବର୍ଷ ୮୦ ତମ ଉତ୍ସବ ପାଳନ କରୁଛି। ଏହାର ମଧ୍ୟ ଆକର୍ଷଣୀୟ ସାଂସ୍କୃତିକ କାର୍ଯ୍ୟକ୍ରମ ଯାହା ଭଞ୍ଜ ପରିଷଦ ସାମ୍ନା ରାସ୍ତାରେ ବିରାଟ ମଞ୍ଚପରିବେଷଣ କରାଯାଏ। ଏବଂ ଏଥିରେ ଅନେକ ସ୍ଥାନୀୟ କଳାକାର ସଂଘ ଓ କଳାକାର ମାନେ ନିଜେ ନିଜର ଆକର୍ଷଣୀୟ କଳା ସଂଗିତ ପରିବେଷଣ କରିଥାନ୍ତି। ଭଞ୍ଜନଗର ସହରର ଏହି ଚାରିଗୋଟି ଆକର୍ଷଣୀୟ ଅସ୍ଥାୟୀ ଦୁର୍ଗାପୂଜା ମଣ୍ଡପ ରେ ମାଁ ୧୬ ତାରିଖ ଶୁକ୍ରବାର ଷଷ୍ଠୀ ର କଳସ ଯାତ୍ରା ଓ ବିଲ୍ଲୋଧିବାସ ଠାରୁ ଆରମ୍ଭ ହୋଇ ବିଜୟା ଦଶମୀ ପର୍ଯ୍ୟନ୍ତ ପୁଜା ବିଧି ଅନୁଷ୍ଠିତ ହୋଇଥିଲେ ମଧ୍ୟ ୨୩ ତାରିଖ ପର୍ଯ୍ୟନ୍ତ ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ ହୋଇଥାଏ ,ଓ ଶେଷରେ ଭଷାଣୀ ଉତ୍ସବ ଅନୁଷ୍ଠିତ ହୋଇଥାଏ।
Sign in
Sign in
Recover your password.
A password will be e-mailed to you.