ଓଡ଼ଗାଁ,୬।୭(ଶ୍ରୀକାନ୍ତ କୁମାର ମିଶ୍ର):ନୟାଗଡ଼ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ବ୍ଲଡ଼ବ୍ୟାଙ୍କର ୪୫ତମ ପ୍ରତିଷ୍ଠା ଦିବସ ପାଳିତ ହୋଇଯାଇଛି।ଏହି ଅବସରରେ ନୟାଗଡ଼ ଜିଲ୍ଲାରେ ରକ୍ତଦାନ ଶିବିର ଆୟୋଜନ କରିଥିବା ସମସ୍ତ ଆୟୋଜକଙ୍କୁ ସମ୍ମାନିତ କରାଯାଇଥିବା ବେଳେ ଓଡ଼ଗାଁ ବ୍ଲକର ଜୀବନ ଧାରା ସେବା ଟ୍ରଷ୍ଟ, ରଘୁନାଥ ସମବାୟ ମହାବିଦ୍ୟାଳୟ, ଓଡ଼ଗାଁ ଏବଂ ମା’ ପାଣିଷଣ୍ଢ ଯୁବ ସଂସଦ ଦୋଣ୍ଡରରେ ଆୟୋଜିତ ହୋଇଥିବା ରକ୍ତଦାନ ଶିବିରର ଆୟୋଜକଙ୍କୁ ସମ୍ମାନିତ କରାଯାଇଛି।ଏହା ଆୟୋଜକ ଏବଂ ସ୍ବେଚ୍ଛାକୃତ ରକ୍ତଦାତାଙ୍କୁ ପ୍ରୋତ୍ସାହିତ କରିବ ବୋଲି ଅତିଥିମାନେ ମତ ବ୍ୟକ୍ତ କରିଥିଲେ।
Sign in
Sign in
Recover your password.
A password will be e-mailed to you.