ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ଝାଡଖଣ୍ଡ ର ଘାଟଶିଲା ଠାରେ ନେତାଜୀ ସୁଭାଷଚନ୍ଦ୍ର ବୋଷ ଜୟନ୍ତୀ ଉଦଯାପନ କମିଟି ଦ୍ବାରା ପରିଚାଳିତ , ସ୍ଥାନୀୟ ବିଭୁତି ସ୍ମୃତି ସଂସଦ ହଲଠାରେ ଏକ ବହୁଭାଷୀୟ କବି ସମ୍ମିଳନୀ , ସାହିତ୍ଯ ଚର୍ଚ୍ଚା , ସମ୍ବର୍ଦ୍ଧନ ପର୍ବ ଏବଂ ବହି ପ୍ରକାଶନ ସମାରୋହ ଅନୁଷ୍ଠିତ ହୋଇଥିଲା।
ଏଥିରେ ଓଡ଼ିଆ , ବଙ୍ଗଳା , ହିନ୍ଦୀ , ସାନ୍ତାଳି , ମୁଣ୍ଡାରି , ଟୁସୁ , ପୁରୁଲିଆ , ଭୋଜପୁରୀ ଏବଂ ଇଂରାଜୀ ଭାଷାରେ କବିତାପାଠ ଏବଂ ସାହିତ୍ଯ ଆଲୋଚନା ପାଇଁ ଦୁଇଶହ ଜଣ ଲେଖକ-ଲେଖିକା ସକ୍ରିୟ ଭାବରେ ଅଂଶଗ୍ରହଣ କରିଥିଲେ। ଭାଷାର ଭିନ୍ନତା ଥିଲେ ମଧ୍ଯ ଭାବ ଏକ ଥିଲା-ସାହିତ୍ଯ ମାଧ୍ୟମ ରେ ସମାଜରେ ସଂସ୍କାର ଆଣିବା।
ଏହି ଅବସରରେ ଯୋଗଦେଇଥିବା ଲେଖକ ଲେଖିକାମାନଙ୍କ ଦ୍ବାରା ରଚିତ ବିଭିନ୍ନ ଭାଷା ସମ୍ବଳିତ ଏକ ପତ୍ରିକା “ଉଲଟା ହାଓଆ ” ପ୍ରକାଶିତ ହୋଇ ଲୋକାର୍ପଣ ହୋଇଥିଲା।
ଏହି ସମାରୋହରେ ଓଡ଼ିଶାର ଅନ୍ଯାନ୍ଯ ଲେଖକ ଲେଖିକାମାନଙ୍କ ମଧ୍ୟରେ ଗଜପତି ଜିଲ୍ଲା ପାରଳାଖେମୁଣ୍ଡିରୁ ଡ.କଲ୍ଯାଣୀ ମିଶ୍ର ନିମନ୍ତ୍ରିତ ଅତିଥି ତଥା କବି ଭାବରେ ଯୋଗ ଦେବା ପୂର୍ବକ କବିତାପାଠ ସହ ଆଲୋଚନାରେ ଅଂଶଗ୍ରହଣ କରିଥିଲେ।
ମାନପତ୍ର ଓ ଉପଢୌକନ ସହ ଲେଖିକାଙ୍କୁ ସମ୍ବର୍ଦ୍ଧିତ ମଧ୍ଯ କରାଯାଇଥିଲା। ଜାତୀୟସ୍ତରର ସାହିତ୍ଯ ସମାରୋହ ରେ ଡ.କଲ୍ଯାଣୀ ମିଶ୍ରଙ୍କର ଏହା ପ୍ରଥମ ଅନୁଭୂତି ଏବଂ ଏହା ନିଶ୍ଚିତ ଭାବରେ ଏକ ସମ୍ମାନର ବିଷୟ ବୋଲି ସେ ମତବ୍ୟକ୍ତ କରିଥିଲେ।
Sign in
Sign in
Recover your password.
A password will be e-mailed to you.
Prev Post