ଓଡ଼ଗାଁ,୬।୭(ଶ୍ରୀକାନ୍ତ କୁମାର ମିଶ୍ର): ନୟାଗଡ଼ ଜିଲ୍ଲା ଓଡ଼ଗାଁ ବ୍ଳକ ପନ୍ତିଖାରୀ ଗ୍ରାମ ପଞ୍ଚାୟତ ପନ୍ତିଖାରୀ ଶାସନ ଶ୍ରୀ ନୀଳକଣ୍ଠେଶ୍ଵର ମହାଦେବଙ୍କ ମନ୍ଦିର ପ୍ରାଙ୍ଗଣରେ ଅନ୍ନପୂର୍ଣ୍ଣା ଯଜ୍ଞ ପ୍ରଥମ ଦିବସରେ ମା’ ଭଗବତୀ ଅନ୍ନପୂର୍ଣ୍ଣାଙ୍କ ସିଂହାସନ ଆରୋହଣ, ଯଜ୍ଞ ବେଦୀ ସଂସ୍କାର, ମଣ୍ଡଳ କରଣ, ଜଳଯାତ୍ରା,କଳସ ପୂଜନ, କଳସ ସ୍ଥାପନା,ଗ୍ରାମବାସୀଙ୍କ ତରଫରୁ ଯଜ୍ଞ କର୍ତ୍ତା ପଣ୍ଡିତ ସତ୍ୟ ନାରାୟଣ ଷଡ଼ଙ୍ଗୀ ବୈଦିକ ବ୍ରାହ୍ମଣମାନଙ୍କୁ ବରଣ ପରେ ଯଜ୍ଞ ଆଚାର୍ଯ୍ୟ କମଳାକାନ୍ତ ରଥ ଏବଂ ପୁସ୍ତକାଚାର୍ଯ୍ୟ ଶାନ୍ତନୁ କୁମାର ଦାଶ ଏବଂ ଦୁର୍ଗା ମାଧବ ଷଡ଼ଙ୍ଗୀ ଦ୍ବାରା ଚତୁ଼ଃର୍ମଣ୍ଡଳ ସହିତ ଷୋଡ଼ଶ ଉପଚାରରେ ପୀଠ ପୂଜା ପାଠ ସହିତ ଆଳତୀ ଓ ପୁଷ୍ପାଞ୍ଜଳୀ ପ୍ରଦାନ କରାଯାଇଥିଲା। ପଣ୍ଡିତ ଲଡୁ କିଶୋର ରଥ ଚଣ୍ଡୀ ପାଠ ଏବଂ ପଣ୍ଡିତ ସର୍ବେଶ୍ଵର ଦାଶ ରୁଦ୍ରାଭିଷେକ କର୍ମାଦି କରିଥିଲେ। ପନ୍ତିଖାରୀ ଶାସନ ଓ ନୋତରପଲ୍ଲୀ ମିଳିତ ଆନୁକୂଲ୍ୟରେ ଅନୁଷ୍ଠିତ ଯଜ୍ଞ ୫ ଦିନ ଧରି ଚାଲିବ। ଏବଂ ୧୦ ତାରିଖ ରାତିରେ ପୂର୍ଣ୍ଣିହୂତି ପର୍ବ ଅନୁଷ୍ଠିତ ହେବ ବୋଲି ଯଜ୍ଞ କମିଟି ସଭାପତି ଜୟନ୍ତ କୁମାର ଦାଶ ସୂଚନା ପ୍ରଦାନ କରିଛନ୍ତି।
Sign in
Sign in
Recover your password.
A password will be e-mailed to you.
Next Post