ଗଜପତି ବ୍ରାହ୍ମଣ ମହାସଂଘର ବୈଠକ

3

ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ସ୍ଥାନୀୟ ଉତ୍କଳ ହିତୈଷିଣୀ ସମାଜ ସଭାଗୃହରେ ବ୍ରାହ୍ମଣ ମହାସଂଘର ଏକ ସ୍ୱତନ୍ତ୍ର ବୈଠକ ପ୍ରାକ୍ତନ ରାଜ୍ୟ ସଭାପତି ତଥା ଅନୁଷ୍ଠାନର ଉପଦେଷ୍ଟା ଉପାନ୍ତ ପ୍ରହରୀ ପୂର୍ଣ୍ଣଚନ୍ଦ୍ର ମହାପାତ୍ରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି। ୧୩.୭.୨୫ ରବିବାର ଦିନ ଭୂବନେଶ୍ୱର ଠାରେ ରାଜ୍ୟ ମହାସଂଘର ୨୪ତମ କାର୍ଯ୍ୟକାରୀଣି ବୈଠକରେ ବିଭୁତି ଭୂଷଣ ରଥ , ସୁଶିଳ କୁମାର ପଣ୍ଡା , ତ୍ରିପତି ପ୍ରସାଦ ପଣ୍ଡା , ଲୋକନାଥ ମିଶ୍ର , ନାଗେଶ୍ଵର ମହାପାତ୍ର ଓ ପ୍ରମୋଦ ଚନ୍ଦ୍ର ପାଢ଼ୀ ଅଂଶ ଗ୍ରହଣ କରିବା ପାଇଁ ସ୍ଥିରିକୃତ ହୋଇଛି। ଏହି କାର୍ଯ୍ୟକ୍ରମ ସହିତ ୧୬ଜଣ ସଭ୍ୟବୃନ୍ଦଙ୍କୁ କାର୍ଯ୍ୟକାରୀ ସଭ୍ୟରୂପେ ଚୟନ କରାଗଲା। ଅଶ୍ଵିନୀ ପାଢୀ , ଶ୍ୟାମସୁନ୍ଦର ଗନ୍ତାୟତ , ନୃସିଂହ ପ୍ରଧାନ ନାୟକ , ନାଗେଶ୍ଵର ମହାପାତ୍ର ଇତ୍ୟାଦି ନିଜ ନିଜର ବକ୍ତବ୍ୟ ରଖିଥିଲେ। ସଭା ଶେଷରେ ସରୋଜ କୁମାର ପଣ୍ଡା ଧନ୍ୟବାଦ ଅର୍ପଣ କରିଥିଲେ।

Leave A Reply

Your email address will not be published.