ବେଲଗୁଣ୍ଠା,-(ଶିବରାମ ଚୌଧୁରୀ )-, ଗତ ଚାରି ତାରିଖ ଶୁକ୍ରବାର ଦିନ ଭୁବନେଶ୍ବର ସ୍ଥିତ କଂଗ୍ରେସ୍ ଭବନରେ ଅନୁଷ୍ଠିତ ମିଶ୍ରଣ ପର୍ବରେ ଗଂଜାମ ଜିଲ୍ଲା ସୋରଡ଼ା ନିର୍ବାଚନ ମଣ୍ଡଳୀର ବହୁ ସରପଞ୍ଚ, ସମିତିସଭ୍ୟ, ପୂର୍ବତନ ସରପଞ୍ଚ, ପୂର୍ବତନ ସମିତିସଭ୍ୟ,ୱାର୍ଡ଼ ସଭ୍ୟ ଏବଂ ବିଜେଡ଼ି କର୍ମୀ କଂଗ୍ରେସ୍ ରେ ଯୋଗ ଦେଇଛନ୍ତି I ସାନଖେମୁଣ୍ଡି ବିଧାୟକ ରମେଶ ଜେନାଙ୍କ ତତ୍ତ୍ୱାବଧାନରେ ଏବଂ ବେଲଗୁଣ୍ଠା ବ୍ଳକ୍ ନେଟଙ୍ଗା ପଂଚାୟତର ପୂର୍ବତନ ସମିତିସଭ୍ୟ ଦେବେନ୍ଦ୍ର ଗୌଡ଼ଙ୍କ ନେତୃତ୍ୱରେ ନେଟଙ୍ଗା ପଂଚାୟତର ସରପଞ୍ଚ ସୁପ୍ରଭା ଗୌଡ଼, ସମିତିସଭ୍ୟ ରାଜୀବ ଲୋଚନ ନାଇକ,ପୂର୍ବତନ ସାଂସଦ ପ୍ରତିନିଧି ନିକୁଞ୍ଜ ଖଣ୍ଡୁଆଳ, ନାଏବ ସରପଞ୍ଚ ସନାତନ ମହାନ୍ତି, ବରିଷ୍ଠ ଯୁବ ନେତା ଅକ୍ଷୟ କୁମାର ଗୌଡ଼, ୱାର୍ଡ଼ ସଭ୍ୟ ଧବଳେଶ୍ଵର ବେହେରା, ଗଣେଶ ଗୌଡ଼, ବିଜୟ ନାୟକ, ରଞ୍ଜୁ ଲେଙ୍କାଙ୍କ ସମେତ ପ୍ରଫୁଲ୍ଲ ଲେଙ୍କା, ରାଜେନ୍ଦ୍ର ପାତ୍ର, ବୃନ୍ଦାବନ ଗୌଡ଼, ଦିଲ୍ଲୀପ୍ ପ୍ରସାଦ ଜେନାଙ୍କ ସହିତ ଶତାଧିକ କର୍ମୀ ବିଜେଡ଼ି ଛାଡ଼ି କଂଗ୍ରେସ୍ ରେ ଯୋଗ ଦେଇଛନ୍ତି I ନେଟଙ୍ଗା ପଂଚାୟତର ନେଟଙ୍ଗା,ରତନପୁର, ବାଲି ଭାଗ, ଶ୍ରୀକର ପୁର, କଇଠ ପଲ୍ଲୀ,ଷଡ଼ଙ୍ଗୀ ପଲ୍ଲୀ ଓ ଗୋବିନ୍ଦ ପୁରର କର୍ମୀ ମାନେ କଂଗ୍ରେସ୍ ଆଦର୍ଶରେ ଅନୁପ୍ରାଣିତ ହୋଇ ଏବଂ ବିଧାୟକ ରମେଶ୍ ଜେନାଙ୍କର ଲୋକ ପ୍ରିୟତାରେ ପ୍ରଭାବିତ ହୋଇ କଂଗ୍ରେସ୍ ରେ ଯୋଗ ଦେଇଥିବା ପ୍ରକାଶ କରିଛନ୍ତି I ଭୁବନେଶ୍ୱର ସ୍ଥିତ କଂଗ୍ରେସ୍ ଭବନରେ ପିସିସି ସଭାପତି ଭକ୍ତ ଦାସ,ସାନଖେମୁଣ୍ଡି ବିଧାୟକ ରମେଶ ଜେନା, ସୋରଡା ବିଧାୟକ ପ୍ରାର୍ଥୀ ହରିକୃଷ୍ଣ ରଥ,ଗଞ୍ଜାମ ଜିଲ୍ଳା ( ପଶ୍ଚିମ) ସଂଯୋଜକ ଦେବକାନ୍ତ ଶର୍ମା,ଜିଲ୍ଳା ପର୍ଯ୍ୟବେକ୍ଷକ ବିଜୟ କୁମାର ପ୍ରଧାନ, ବିଧାୟକ ଦାଶରଥି ଗମାଙ୍ଗୋଙ୍କ ଉପସ୍ଥିତିରେ ଏହି ମିଶ୍ରଣ ପର୍ବ ଅନୁଷ୍ଠିତ ହୋଇଥିଲା I ସେହିପରି ସୋରଡା ବିଧାୟକ ପ୍ରାର୍ଥୀ ହରିକୃଷ୍ଣ ରଥଙ୍କ ନେତୃତ୍ୱରେ ସୋରଡା ବ୍ଳକ୍ ଗୌଡଗୋଠ ପଂଚାୟତର ସରପଞ୍ଚ ସରୋଜ ମଲ୍ଲିକ, ସମିତିସଭ୍ୟ କାମେଶ୍ଵର ମଲ୍ଲିକ, ନାଏବ ସରପଞ୍ଚ କାମଦାସ ଶବର, ପୂର୍ବତନ ନାଏବ ସରପଞ୍ଚ ଶ୍ୟାମ ମଲ୍ଲିକ, ବଡ଼ଗୋଛା ସମିତିସଭ୍ୟ ବାଳକୃଷ୍ଣ ମଲ୍ଲିକଙ୍କ ସମେତ ଦିଲ୍ଲୀପ ରଣଷଣ୍ଢ,ନିରଞ୍ଜନ ନାୟକ,ବନମାଳୀ ମଲ୍ଲିକ,ଚର୍ଚ୍ଚ କାଉନସିଲାର ସଦସ୍ୟ ଅନଙ୍ଗବଡ଼ ସେଠ ,ଜିତେନ୍ଦ୍ର କୁମାର, ଅରବିନ୍ଦ ମଲ୍ଳିକ, ତାନିୟଲ୍ ନାୟକ, ପୂର୍ଣ୍ଣ ଶବର ପ୍ରମୁଖ ବିଜେଡ଼ି ଛାଡ଼ି କଂଗ୍ରେସ୍ ରେ ଯୋଗ ଦେଇଥିଲେ I କଂଗ୍ରେସ୍ ରେ ଯୋଗ ଦେଇଥିବା ସମସ୍ତ ବ୍ୟକ୍ତିଙ୍କୁ ଉତ୍ତରୀୟ ପିନ୍ଧାଇ ପିସିସି ସଭାପତି ଭକ୍ତ ଦାସ ଏବଂ ସାନ ଖେମୁଣ୍ଡି ବିଧାୟକ ଶ୍ରୀ ଜେନା ଦଳକୁ ସ୍ୱାଗତ କରିଥିଲେ I ଏହି ମିଶ୍ରଣ ପର୍ବ ପରେ ଗଂଜାମ ଜିଲ୍ଲାରେ କଂଗ୍ରେସ୍ ସୁଦୃଢ ହେଉଥିବା ବିଧାୟକ ଶ୍ରୀ ଜେନା ପ୍ରକାଶ କରିଥିଲେ I ଆଗାମୀ ଦିନରେ ତୃଣମୂଳ ସ୍ତରରୁ ବହୁ ସରପଞ୍ଚ, ସମିତିସଭ୍ୟ ଏବଂ କର୍ମୀ ବିଜେଡ଼ି ଏବଂ ବିଜେପିକୁ ଛାଡ଼ି କଂଗ୍ରେସ୍ ରେ ସାମିଲ୍ ହେବାର କାର୍ଯ୍ୟକ୍ରମ ରହିଛି ବୋଲି ବିଧାୟକ ଶ୍ରୀ ଜେନା ପ୍ରକାଶ କରିଥିଲେ I
Sign in
Sign in
Recover your password.
A password will be e-mailed to you.