ବେଲଗୁଣ୍ଠା,-(ଶିବରାମ ଚୌଧୁରୀ )-, ବିଦ୍ୟୁତ୍ ର ଉଚିତ୍ ବ୍ୟବହାର ଏବଂ ବିଦ୍ୟୁତ୍ ସୁରକ୍ଷା ସମ୍ପର୍କରେ ସଚେତନ କରିବା ଉଦ୍ଦେଶ୍ୟରେ ବେଲଗୁଣ୍ଠା ବ୍ଳକ୍ ନାଟଙ୍ଗା ଦୀନବନ୍ଧୁ ବିଦ୍ୟାପୀଠରେ ରାଜ୍ୟ ସ୍ତରୀୟ ଜାତୀୟ ବିଦ୍ୟୁତ୍ ସୁରକ୍ଷା ସପ୍ତାହ-୨୦୨୫ ପାଳିତ ହୋଇଯାଇଛି I ଅନୁଷ୍ଠାନର ପ୍ରଧାନ ଶିକ୍ଷକ ମନୋଜ କୁମାର ଘଡ଼େଇଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ଛତ୍ରପୁର ବିଦ୍ୟୁତ୍ ବିଭାଗର ସହକାରୀ ନିର୍ବାହି ଯନ୍ତ୍ରୀ ଆଦର୍ଶ କୁମାର ବେହେରା ଏବଂ ଗଂଜାମ ଜିଲ୍ଳା ଡେପୁଟି ବିଦ୍ୟୂତ୍ ନୀରିକ୍ଷକ ସମ୍ବିତ୍ ସାଗର ପାଣି ଯୋଗ ଦେଇ ଉପସ୍ଥିତ ଛାତ୍ରଛାତ୍ରୀ ଏବଂ ଅଭିଭାବକଙ୍କୁ ବିଦ୍ୟୁତ୍ ର ବ୍ୟବହାରରେ ସତର୍କତା, ବିଦ୍ୟୁତ୍ ଅପଚୟକୁ ରୋକିବା ଦିଗରେ ପଦକ୍ଷେପ,ସୌରଶକ୍ତିର ବ୍ୟବହାର,ଶକ୍ତି ସଞ୍ଚୟ ସମ୍ପର୍କରେ ବକ୍ତବ୍ୟ ପ୍ରଦାନ କରିଥିଲେ I ଏହି କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ଏନର୍ଜି କ୍ଳବ୍ ଶିକ୍ଷକ ପ୍ରଭାତ କୁମାର ଗୌଡ଼, ବରିଷ୍ଠ ଶିକ୍ଷୟିତ୍ରୀ ଡୋକି ସରୋଜିନୀ ପ୍ରମୁଖ ମଞ୍ଚାସୀନ ଥିବା ବେଳେ ଶିକ୍ଷକ ମାନସ ରଞ୍ଜନ ମହାନ୍ତି ଅତିଥି ପରିଚୟର ପ୍ରଦାନ କରିବା ସହିତ କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ I କାର୍ଯ୍ୟକ୍ରମରେ ଇକୋ କ୍ଳବ୍ ଏବଂ ଏନର୍ଜି କ୍ଳବ୍ ର ଷାଠିଏ ଜଣ ଛାତ୍ରଛାତ୍ରୀ ଏବଂ ପଚାଶ ଜଣ ଅଭିଭାବକ ଅଂଶଗ୍ରହଣ କରିଥିଲେ I
Sign in
Sign in
Recover your password.
A password will be e-mailed to you.