ବିଜେପୁର :-ବାହୁଡ଼ାଯାତ୍ରା ଅବସରରେ ପୁର୍ବବର୍ଷ ପରି ପୁଣି ପଦ୍ମଶ୍ରୀ ହଳଧର ନାଗ ରାଗଚଣା (ଘୁଗୁନି) ବିକିଛନ୍ତି। ନିଜ ଗାଁ ଘେଁସ ସ୍ଥିତ ହଳଧର ସଂଗ୍ରହାଳୟ ସମ୍ମୁଖରେ ସେ ଘୁଗୁନି ବିକ୍ରି କରିଛନ୍ତି। ପୂର୍ବରୁ ନିଜ ଜୀବନ ଜୀବିକା ନିମନ୍ତେ ପ୍ରତ୍ୟହ ରାଷ୍ଟ୍ର ରାଗଚଣା ବିକ୍ରି କରୁଥିବା ହଳଧର ଏବଂ ଜନସାଧାରଣଙ୍କ ଅନୁରୋଧ କ୍ରମେ ରଥଯାତ୍ରା ସମୟରେ (ଘୁଗୁନି )ରାଗଚଣା ବିକ୍ରି କରନ୍ତି I ଚଳିତ ବର୍ଷବିକ୍ରି କରିବା ଉଦ୍ଦେଶ୍ୟ କିନ୍ତୁ ସମ୍ପୂର୍ଣ୍ଣ ଭିନ୍ନ। ଓଡ଼ିଶା ସୀମାନ୍ତ ଛତିଶଗଡ଼ ରାଜ୍ୟ ଲାଗି ରହିଥିବା ଲୁହୁରାଚଟି ନିକଟସ୍ଥ କୁଦୋପାଲି ଠାରେ ହଳଧରଙ୍କ ଏକ ବନ ବିଦ୍ୟାଳୟ ରହିଛି। ଯେଉଁଠି ଆଦିବାସୀ, ହରିଜନ, ଦଳିତ, ପିଲାମାନେ ରହି ପାଠ ପଢୁଛନ୍ତି। ପଦ୍ମଶ୍ରୀ ଲୋକକବି ହଳଧର ନାଗ ବର୍ତ୍ତମାନ ଯାହାବି ରୋଜରାଜଗାର କରିଥାନ୍ତି ବନ ବିଦ୍ୟାଳୟର ଖର୍ଚ୍ଚ ନିମିତ୍ତ ତାହାକୁ ବିନିଯୋଗ କରୁଥିବା କହିଛନ୍ତି I
Sign in
Sign in
Recover your password.
A password will be e-mailed to you.