ମଙ୍ଗଳପୁର ସ୍ୱାମୀ ବିବେକାନନ୍ଦ ଶିକ୍ଷା କେନ୍ଦ୍ରର ସ୍ଵନକ୍ଷତ୍ର ଦିବସରେ ଶିଶୁଙ୍କ ବିଦ୍ୟା ସଂସ୍କାର ଏବଂ ବୃକ୍ଷରୋପଣ କାର୍ଯ୍ୟକ୍ରମ

3

ବେଲଗୁଣ୍ଠା, -(ଶିବରାମ ଚୌଧୁରୀ ), ଆଜି ପବିତ୍ର ବାହୁଡ଼ା ଯାତ୍ରା ଅବସରରେ ବେଲଗୁଣ୍ଠା ବ୍ଳକ୍ ମଙ୍ଗଳପୁର ସ୍ଥିତ ସ୍ୱାମୀ ବିବେକାନନ୍ଦ ଶିକ୍ଷା କେନ୍ଦ୍ର ୨୩ ବର୍ଷରେ ପଦାର୍ପଣ କରିଛି I ଏହି ଅବସରରେ ଅନୁଷ୍ଠାନ ତରଫରୁ ଶିଶୁଙ୍କ ବିଦ୍ୟା ସଂସ୍କାର କାର୍ଯ୍ୟକ୍ରମ ଅନୁଷ୍ଠିତ ହେବା ସହିତ ବେଲଗୁଣ୍ଠା ପ୍ରେସ କ୍ଲବ ଏବଂ ସ୍ୱାମୀ ବିବେକାନନ୍ଦ ଶିକ୍ଷା କେନ୍ଦ୍ରର ମିଳିତ ଆନୁକୂଲ୍ୟରେ ଏକ ବୃକ୍ଷରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି I ଏହି କାର୍ଯ୍ୟକ୍ରମକୁ ବେଲଗୁଣ୍ଠା ପ୍ରେସ କ୍ଲବ ସଭାପତି ପ୍ରଦ୍ୟୁମ୍ନ ପାତ୍ର ପରିଚାଳନା କରିଥିବା ବେଳେ ଏଥିରେ ବିଭିନ୍ନ କିସମର ଔଷଧିୟ ଚାରା ତଥା ଅଁଳା,ହରଡ଼ା, ବାହାଡ଼ା, ବଉଳ ଅଶୋକ,ଅର୍ଜୁନ ଓ ବେଲ ଭଳି ୧୧୦ ଟି ଚାରା ରୋପଣ କରାଯାଇଥିଲା I ଝିପିଝିପି ବର୍ଷା ସତ୍ତ୍ୱେ ପ୍ରତ୍ୟେକ ବର୍ଷ ଭଳି ଚଳିତ ବର୍ଷ ମଧ୍ୟ ଉତ୍ସାହର ସହିତ ବୃକ୍ଷ ରୋପଣ କରାଯାଇଥିବା ବେଳେ ପ୍ରତ୍ୟେକ ଛାତ୍ରଛାତ୍ରୀ ଗୋଟିଏ ଗୋଟିଏ ବୃକ୍ଷର ଯତ୍ନ ନେବା ପାଇଁ ଶପଥ କରିଥିଲେ I ଅନୁଷ୍ଠାନର ସମ୍ପାଦକ ମାଧବ ଚନ୍ଦ୍ର ଆପଟଙ୍କ ପୌରୋହିତ୍ୟରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ବନାଞ୍ଚଳ ଅଧିକାରୀ ଶ୍ରୀକାନ୍ତ କୁମାର ପଟ୍ଟନାୟକ, ବନପାଳ ଧବଳେଶ୍ଵର ପ୍ରଧାନ,ବହୁ ବନ କର୍ମଚାରୀ, ଜିଲ୍ଳା ପରିଷଦ ସଭ୍ୟ ବିଦ୍ୟାଧର ବିଷୋୟୀ, ସରପଞ୍ଚ ପ୍ରତିନିଧି ଜ୍ୟୋତିରଞ୍ଜନ ନାୟକ,ଶିଶୁ ପରିବେଶ ପ୍ରେମୀ ବିଦ୍ୱାନ ପାତ୍ର,ସାମ୍ବାଦିକ ପଞ୍ଚାନନ ସାହୁ, ତୋଫାନ୍ ସାହୁ, ଶିବରାମ ଚୌଧୂରୀ,ବରିଷ୍ଠ ସାମ୍ବାଦିକ ସନ୍ତୋଷ କୁମାର ବିଷୋୟୀ ପ୍ରମୁଖ ଉପସ୍ଥିତ ଥିଲେ I ବିଦ୍ୟାଳୟର ଉଦ୍ୟକ୍ତl ଉଦ୍ଧବ ଆପଟ ଓ ଝୁନୁ ଆପଟ ହୋମ କାଯ୍ୟ ସମ୍ପାଦନ କରିଥିଲେ l ବିଦ୍ୟାଳୟର ଗୁରୁମା ଦିପା, ମାମା, ଲକ୍ଷ୍ମୀ, ବର୍ଷା, ଗୁରୁଜୀ ସିଦ୍ଧେଶ୍ଵର,ରାଜେଶ୍ଵର,ନାରାୟଣ,ମଳୟ ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ I

Leave A Reply

Your email address will not be published.