ଖୋର୍ଦ୍ଧା ଜ଼ିଲ୍ଲା ମୁଖ୍ୟ ଚିକିତ୍ସାଳୟ ରେ ଜନ୍ମ, ମୃତ୍ୟୁ ପ୍ରମାଣପତ୍ର ପ୍ରଦାନ ରେ ବ୍ୟାପକ ଅନିୟମିତତା

3

ଖୋର୍ଦ୍ଧାରୁ (ଶେଖ ଜାଫର ):  ଜ଼ିଲ୍ଲା ମୁଖ୍ୟ ଚିକିତ୍ସାଳୟ ର ଜନ୍ମ, ମୃତ୍ୟୁ ପ୍ରମାଣପତ୍ର ବିଭାଗ ରେ କାର୍ଯ୍ୟରତ କିରାଣୀ ଙ୍କ ଖାମଖିଆଲିଆ ଏବଂ ଅର୍ଥ ଲାଳସା ମନବୃତ୍ତି ଯୋଗୁଁ ବହୁ ବ୍ୟକ୍ତି ନିର୍ଭୁଲ ଜନ୍ମ, ମୃତ୍ୟୁ ପ୍ରମାଣପତ୍ର ପାଇବାରୁ ବଞ୍ଚିତହେଉଛନ୍ତି l ଏପରକି ଜନ୍ମ ମୃତ୍ୟୁ ପ୍ରମାଣ ପତ୍ର ପ୍ରଦାନ କରିବା ପାଇଁ ସମ୍ପୃକ୍ତ ବ୍ୟକ୍ତି ଜଣଙ୍କ ଉତ୍କଚ ଦାବୀ କରୁଥିବା ନେଇ ମଧ୍ୟ ଅଭିଯୋଗ ହେଉଛି l ଦୂର, ଦୁରାନ୍ତ ରୁ ଆସୁଥିବା ଜନସାଧାରଣ ଜନ୍ମ, ମୃତ୍ୟୁ ପ୍ରମାଣ ପତ୍ର ପାଇଁ ହାତ ଗୁଞ୍ଜା ନଦେଲେ ତାଙ୍କୁ ପ୍ରମାଣ ପତ୍ର ପ୍ରଦାନ କରାଯାଉ ନାହିଁ, ଯିଏ ହାତ ଗୁଞ୍ଜା ନ ଦେଉଛି ତାକୁ ତ୍ରୁଟିଯୁକ୍ତ ପ୍ରମାଣ ପତ୍ର ପ୍ରଦାନ କରାଯାଉଛି l ଏ ସମ୍ପର୍କ ରେ ସମ୍ପୃକ୍ତ ବ୍ୟକ୍ତି ଙ୍କର ଦୃଷ୍ଟି ଆକର୍ଷଣ କଲେ ସେହି ବ୍ୟକ୍ତି ଜଣଙ୍କ ନାଲି ଆଖି ଦେଖାଇବା ସହିତ, ଦୁର୍ବ୍ୟବହାର କରିବାକୁ ପଛାଉନାହଁନ୍ତି, ଯାହାକି ନିକଟରେ ଦେଖିବାକୁ ମିଳିଛି l ଜଟଣୀ ଅଞ୍ଚଳ ର ଜୈନକ ବ୍ୟକ୍ତି ନିଜ ପୁଅ ର ଜନ୍ମ ପ୍ରମାଣ ପତ୍ର ର ତ୍ରୁଟି ସଂଶୋଧନ ନିମନ୍ତେ ଖୋର୍ଦ୍ଧା ଜ଼ିଲ୍ଲା ମୁଖ୍ୟ ଚିକିତ୍ସାଳୟ ର ଜନ୍ମ, ମୃତ୍ୟୁ ପ୍ରମାଣ ପତ୍ର ବିଭାଗ କୁ ଧାଇଁ, ଧାଇଁ ଶେଷରେ ନିରାଶ ହୋଇ ଉପରିସ୍ଥ ଅଧିକାରୀ ଙ୍କ ଦୃଷ୍ଟି ଆକର୍ଷଣ କରି ଫେରି ଯାଇଛନ୍ତି l ଖୋର୍ଦ୍ଧା ଜ଼ିଲ୍ଲା ମୁଖ୍ୟ ଚିକିତ୍ସାଳୟ ଜନ୍ମ, ମୃତ୍ୟୁ ପ୍ରମାଣ ପତ୍ର ପ୍ରଦାନ ବିଭାଗ ରେ କାର୍ଯ୍ୟରତ କର୍ମଚାରୀ ଜଣଙ୍କ ପୂର୍ବରୁ ହଳଦିଆ ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ର ରେ କାର୍ଯ୍ୟରତ ଥିବା ସମୟରେ ଜନ୍ମ, ମୃତ୍ୟୁ ପ୍ରମାଣ ପତ୍ର କରିବାକୁ ନେଇ ଲାଞ୍ଚ ନେଉଥିବା ସମୟରେ ଭିଜିଲାନ୍ସ ବିଭାଗ ହାତରେ ଧରାପଡି ଜେଲ ଯାଇଥିଲେ l ପରବର୍ତ୍ତୀ ସମୟରେ ଖୋର୍ଦ୍ଧା ଜ଼ିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀ ଙ୍କ କାର୍ଯ୍ୟାଳୟ ର କିଛି ଅସାଧୁ କର୍ମଚାରୀ ଙ୍କୁ ହାତକରି ଜ଼ିଲ୍ଲା ମୁଖ୍ୟ ଚିକିତ୍ସାଳୟ ର ଜନ୍ମ, ମୃତ୍ୟୁ ପ୍ରମାଣ ପତ୍ର ବିଭାଗ ରେ ଅବସ୍ଥାପିତ ହେବା ରେ ସଫଳ ହୋଇଥିଲେ l ଏ ସମ୍ପର୍କ ରେ ଉପରିସ୍ଥ ବିଭାଗୀୟ ଅଧିକାରୀ ଙ୍କ ନିକଟରେ ବହୁବାର ଅଭିଯୋଗ ହୋଇଥିଲେ ମଧ୍ୟ ଏହାର କୌଣସି ସୁଫଳ ମିଳିପାରିନାହିଁ l ଏ ସମ୍ପର୍କ ରେ ବିଭାଗୀୟ ମନ୍ତ୍ରୀ ଦୃଷ୍ଟି ଦେବାସହିତ ସମ୍ପୃକ୍ତ କର୍ମଚାରୀ ଙ୍କ ବିରୋଧ ରେ ବିଭାଗୀୟ ତଦନ୍ତ କରାଯିବା ସହିତ ଅନ୍ୟତ୍ର ବଦଳି କରାଯିବା କୁ ସାଧାରଣ ରେ ଦାବୀ ହେଉଛି l ନଚେତ ଆଗାମୀ ଦିନ ରେ ଏହା ଏକ ଜନଅସନ୍ତୋଷ ରେ ପରିଣତ ହେବ ଏଥିରେ ତିଳେମାତ୍ର ସନ୍ଦେହ ନାହିଁ l

Leave A Reply

Your email address will not be published.