ପ୍ରଧାମନ୍ତ୍ରୀ ଜନ ଔଷଧି କେନ୍ଦ୍ରରେ ସ୍ବେଚ୍ଛାସେବୀ ଦ୍ୱାରା ଅଭିଜ୍ଞତା ଶିକ୍ଷଣ କାର୍ଯ୍ୟକ୍ରମ

3

ଭବାନୀପାଟଣା:ରୋହିତ କୁମାର ନାଏକ (ଶାସକ ପ୍ରଶାସକ): ଭାରତ ସରକରଙ୍କ ଯୁବ ବ୍ୟାପାର ଓ କ୍ରୀଡ଼ା ମନ୍ତ୍ରଣାଳୟ ମେରା ୟୁବା ଭାରତ ଆନୁକୂଲ୍ୟରେ କଳାହାଣ୍ଡିରେ ପ୍ରଥମ ଥର ପାଇଁ ମାଇଁ ଭାରତ କଳାହାଣ୍ଡି ଓ ସ୍ଵାସ୍ଥ୍ୟ ବିଭାଗ ଦ୍ୱାରା ଆୟୋଜିତ ପ୍ରଧାମନ୍ତ୍ରୀ ଜନ ଔଷଧି କେନ୍ଦ୍ରରେ ସ୍ବେଚ୍ଛାସେବୀ ମାନଙ୍କୁ ଅଭିଜ୍ଞତା ଶିକ୍ଷଣୀୟ କାର୍ଯ୍ୟକ୍ରମ 2025 ଅନୁଷ୍ଠିତ ହୋଇଛି ସ୍ଥାନୀୟ ହିଲ୍ ଟାଉନ୍ ସ୍ଥିତ ପ୍ରଧାମନ୍ତ୍ରୀ ଜନ ଔଷଧି କେନ୍ଦ୍ରରେ ସ୍ବେଚ୍ଛାସେବୀ ମାନଙ୍କୁ କାର୍ଯ୍ୟକ୍ରମର ଅଭିମୁଖେ ମାନ୍ୟବର ପ୍ରଧାମନ୍ତ୍ରୀଙ୍କ ବିକଶିତ ଭରତର ସ୍ୱପ୍ନ ଓ ସୁସ୍ଥ ସମାଜ ପାଇଁ ଜନ ଔଷଧି କେନ୍ଦ୍ରରେ ସ୍ୱଳ୍ପ ମୂଲ୍ୟରେ ଔଷଧର ଉପଲବ୍ଧିତା ସମ୍ପର୍କିତ ଅଭିଜ୍ଞତା ଜ୍ଞାନ ଦିଆଯାଇଥିଲା। ଏହି କାର୍ଯ୍ୟକ୍ରମରେ ଜିଲ୍ଲା ଯୁବ ଅଧିକାରୀ ଶ୍ରୀ ପ୍ରସନ୍ନ ମେହେର, ଜୟପ୍ରକାଶ ସାନ୍ଧ୍ୟ ଡିଗ୍ରୀ ମହାବିଦ୍ୟାଳୟର ଏନ୍ ଏସ୍ ଏସ୍ କାର୍ଯ୍ୟକ୍ରମ ଅଧିକାରୀ ପ୍ରତାପ ଚନ୍ଦ୍ର ଦାସ ଓ ଜନ ଔଷଧି କେନ୍ଦ୍ରର ପ୍ରତିଷ୍ଠତା ଜୟଦେବ ସାହୁ ଏହି ଅଭିଜ୍ଞତା ସିକ୍ଷଣିୟ କାର୍ଯ୍ୟକ୍ରମ ସଂଯୋଜିତ ପରିଚାଳନା କରିଥିଲେ । ଉକ୍ତ କାର୍ଯ୍ୟକ୍ରମକୁ ସଫଳ କରିବାରେ ସହଯୋଗ କରିଥିଲେ ସ୍ବେଚ୍ଛାସେବୀ ଶମ୍ଭୁ ବିଶି, ଚୁଲମଣି ମାଝୀ, ଓ ଭୀଷ୍ମ କୁମାରୀ ବାଗ ।

Leave A Reply

Your email address will not be published.