ଭବାନୀପାଟଣା:ରୋହିତ କୁମାର ନାଏକ(ଶାସକ ପ୍ରଶାସକ) ମହାନଗର ନିଗମ (ବି. ଏମ. ସି.) କାର୍ଯ୍ୟାଳୟ ଠାରେ ସୋମବାର ଅଭିଯୋଗ ଶୁଣାଣି କାର୍ଯ୍ୟକ୍ରମପରେ ଅତିରିକ୍ତ କମିଶନର ରତ୍ନାକର ସାହୁଙ୍କୁ ଆକ୍ରମଣ ଘଟଣାକୁ କଳାହାଣ୍ଡି ଓ.ଏ.ଏସ୍. ସଂଘ ତୀବ୍ର ନିନ୍ଦା କରିଛି । ଜଣେ କର୍ତ୍ତବ୍ୟ ରତ ବରିଷ୍ଠ ଓଡ଼ିଶା ପ୍ରଶାସନିକ ସେବା ଅଧିକାରୀଙ୍କୁ ନିଜ କାର୍ଯ୍ୟାଳୟରେ ଆକ୍ରମଣ କରି ମାଡ଼ ମାରିବା ଘଟଣାକୁ ଜିଲ୍ଲା ଓ.ଏ.ଏସ୍. ସଂଘ ନିନ୍ଦା କରିବା ସହିତ ସମ୍ପୃକ୍ତ ଦୋଷୀଙ୍କ ବିରୁଦ୍ଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ନିମନ୍ତେ ଜିଲ୍ଲା ସଂଘ ତରଫରୁ ଏକ ଦାବିପତ୍ର ଜିଲ୍ଲାପାଳ କଳାହାଣ୍ଡି ଙ୍କ ମାଧ୍ୟମରେ ରାଜ୍ୟ ମୁଖ୍ୟ ଶାସନ ସଚିବଙ୍କ ଗୋଚରାର୍ଥେ ପ୍ରଦାନ କରାଯାଇଛି । ଏହି ଘଟଣାରେ ସମ୍ପୃକ୍ତ ସମସ୍ତ ଦୋଷୀଙ୍କ ବିରୁଦ୍ଧରେ ସରକାର ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ଦାବି କରି ଜିଲ୍ଲାର ସମସ୍ତ ଓଡ଼ିଶା ପ୍ରଶାସନିକ ସେବା ଅଧିକାରୀ ମାସ୍ ଲିଭ ରେ ରହିଥିବା ସୂଚନା ମିଳିଛି । ଏଥିରେ ଜିଲ୍ଲାର ଓ.ଆର.ଏସ୍. ସଂଘ ମଧ୍ୟ ପୂର୍ଣ୍ଣ ସମର୍ଥନ ଜଣାଇଛନ୍ତି । ଆଜି ଜିଲ୍ଲା ଓ.ଏ.ଏସ୍. ସଂଘର ସଭାପତି ଅତିରିକ୍ତ ଜିଲ୍ଲାପାଳ (ସାଧାରଣ) ତନ୍ମୟ କୁମାର ଦରୱାନ ଙ୍କ ନେତୃତ୍ଵରେ ଆଠ ଦଫା ସମ୍ବିଳିତ ଅଧିକାରୀଙ୍କ ସ୍ଵାକ୍ଷରିତ ଏକ ଦାବିପତ୍ର ଅତିରିକ୍ତ ଜିଲ୍ଲାପାଳ (ରାଜସ୍ଵ) ବଇତୁରା ଦୀପ, ମୁଖ୍ୟ ଉନ୍ନୟନ ତଥା ନିର୍ବାହୀ ଅଧିକାରୀ ଜିଲ୍ଲାପରିଷଦ ଦୟାମୟ ପାଢୀ, ଉପଜିଲ୍ଲାପାଳ ଭବାନୀପାଟଣା ପ୍ରଭାତ କୁମାର ପରିଡା, ସଂଘର ସଭ୍ୟ, ସଭ୍ୟା ଙ୍କ ଉପସ୍ଥିତିରେ ଜିଲ୍ଲାପାଳ କଳାହାଣ୍ଡି ଙ୍କୁ ରାଜ୍ୟ ମୁଖ୍ୟ ଶାସନ ସଚିବ ଙ୍କ ଉଦ୍ଦେଶ୍ୟରେ ଏହାର ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ନିମନ୍ତେ ଜିଲ୍ଲା ଓ.ଏ.ଏସ୍. ସଂଘ ପକ୍ଷରୁ ଦାବିପତ୍ର ପ୍ରଦାନ କରାଯାଇଥିଲା ।
Sign in
Sign in
Recover your password.
A password will be e-mailed to you.