ଫୁଲକିମୁଣ୍ଡା ପଂଚାୟତ ଉଚ୍ଚ ବିଦ୍ୟାଳୟ ରେ ଜାତୀୟ ବିଦ୍ୟୁତ ସୁରକ୍ଷା ସପ୍ତାହ ପାଳିତ

3

ଖପ୍ରାଖୋଲ ୨/୭(ହେମସାଗର ସାହୁ)ବଲାଙ୍ଗୀର ଜିଲ୍ଲା ଖପ୍ରାଖୋଲ ବ୍ଲକ ଫୁଲକିମୁଣ୍ଡା ଉଚ୍ଚ ବିଦ୍ୟାଳୟ ଠାରେ ବୁଧବାର ଜାତୀୟ ବିଦ୍ୟୁତ ସୁରକ୍ଷା ସପ୍ତାହ ପାଳିତ ହୋଇଯାଇଛି I କାର୍ଯ୍ୟକ୍ରମ ରେ ମୁଖ୍ୟ ଅତିଥି ଅନିଲ କୁମାର ବେହେରା, (ଏ. ସି. ଇ, )ସମ୍ମାନିତ ଅତିଥି ରୂପେ ବିଧାୟକ ପ୍ରତିନିଧି ପଦ୍ମନ ସିଂ ବରିହା ଯୋଗଦେଇ ଥିଲେ I କାର୍ଯ୍ୟକ୍ରମ ରେ ଦେବାର୍ଚନ ମହନନ୍ଦ ବିଦ୍ୟୁତ ସୁରକ୍ଷା ବିଷୟରେ ଛାତ୍ର ଛାତ୍ରୀ ମାନଙ୍କୁ ବୁଝାଇ ଥିଲେ I ବିଦ୍ୟାଳୟ ରେ ଡ୍ରଇଂ ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା ଓ କୃତି ପ୍ରତିଯୋଗି ଛାତ୍ର ଛାତ୍ରୀ ମାନଙ୍କୁ ପୁରସ୍କାର ବିତରଣ ସହ ମାନପତ୍ର ପ୍ରଦାନ କରାଯାଇଥିଲା I କାର୍ଯ୍ୟକ୍ରମ କୁ ଗୋପାଳ ଚନ୍ଦ୍ର ବେହେରା ଓ ଅମର ସିଂ ମାଝୀ ପରିଚାଳନା କରିଥିଲେ I ଶେଷ ରେ ଭୁବନେଶ୍ୱର ପୃଷ୍ଟି ଧନ୍ୟବାଦ ଅର୍ପଣ କରିଥିଲେ I ଅନ୍ୟ ମାନଙ୍କ ମଧ୍ୟରେ ନୀଳିମା କୁମାରୀ ମିଶ୍ର, ଅତସୀ ସାହୁ, ଗୋପୀକୃଷ୍ଣ ଦଳେଇ, ସହଦେଵ କୁମାର ପତି, ଗଗନ କୁମାର ସାହୁ, ଦିଲେଶ୍ଵର ମେହେର, ଜଗବନ୍ଧୁ ବେହେରା, ଲିଙ୍ଗରାଜ ମାଝୀ, ଦୀନବନ୍ଧୁ ଚର୍ବେମାଲ, ପ୍ରମୁଖ ସହଯୋଗ କରିଥିଲେ

Leave A Reply

Your email address will not be published.