ଅସ୍ତରଙ୍ଗ: କାକଟପୁର ବିଦୁତ ଶବ ଡିଭିଜନ ଅଧୀନ ଅସ୍ତରଙ୍ଗ ବ୍ଲକ ର ବେଳାଭୂମି ହାଇ ସ୍କୁଲ ଠାରେ ଜାତୀୟ ବିଦୁତ ସୁରକ୍ଷା ସପ୍ତାହ 2025,ବୁଧବାର ଦିନ ପାଳିତ ହୋଇଅଛି l ଏହି ଉପଲକ୍ଷେ ଏକ ଆଲୋଚନା ଚକ୍ର ବେଳାଭୂମି ହାଇ ସ୍କୁଲ ସଭା ଗୃହ ରେ ଅବସର ପ୍ରାପ୍ତ ଶିକ୍ଷାବିତ ଶ୍ରୀ କାହୁ ଚରଣ ବିଶ୍ୱାଳ ଙ୍କ ସଭାପତି ତ୍ୱରେ ଅନୁଷ୍ଠିତହୋଇ ଥିଲା l ଏହି ସଚେତନତା କାର୍ଯ୍ୟକ୍ରମ ରେ ବିଦ୍ୟାଳୟ ଛାତ୍ର ଛାତ୍ରୀ ଙ୍କ ସମେତ ସ୍ଥାନୀୟ ଅଞ୍ଚଳର ବୁଦ୍ଧିଜୀବୀ ଓ ଓଡିଶା ସରକାର ଙ୍କ ର ବିଭାଗୀୟ ବରିଷ୍ଠ ଅଧିକାରୀ ତଥା ପୁରୀ ର ଶ୍ରୀକାନ୍ତ ଦାସ ଓ ସତ୍ୟଜିତ ନାଇଡୁ, କାକଟପୁର ର ଅଧିକ୍ଷଣ ଯନ୍ତ୍ରୀ ସ୍ମୃତି ରଞ୍ଜନ ବେହେରା, ଅସ୍ତରଙ୍ଗ ର କନିଷ୍ଠ ଯନ୍ତ୍ରୀ ସନ୍ତୋଷ କୁମାର ବେଉରା,ଲାଇନ ମ୍ୟାନ ରାକେଶ ସାହୁ, ପ୍ରମୁଖ ଭାଷଣ ଦେଇ, ଲାଇନ ତଳେ ଘର ନ କରିବା, ଘର ତାର ରେ ଲୁଗା ନ ଶୁଖାଇବା, ଓଦା ହାତରେ କୌଣସି ବିଦୁତ ଉପ କରଣ ନ ଧରିବା, କମ ଉଚତାରେ ତାର ଥିଲେ ବିଦୁତ ବିଭାଗ କୁ ଖବର ଦେବା, ବନ୍ୟ ଜନ୍ତୁ ଙ୍କ ଦାଉ ରୁ ରକ୍ଷା ପାଇଁ ବାଡ଼ରେ ବିଦୁତ ତାର ସଂଯୋଗ ନ କରିବା, ବର୍ଷା ଓ ଘଡ ଘଡି ସମୟ ରେ ମେନ ସୁଇଜ ବନ୍ଦ କରିବା ଆଦି ଉପରେ ନିଜ ନିଜ ର ମତ ରଖିବା ସହ, ଏଲ ସି ଡି, ଦ୍ଵାରା ବିଦୁତ ବିଭାଗ ର ତଥ୍ୟ ଭିତିକ ଚିତ୍ର ଉପ ସ୍ଥାପନ କରିଥିଲେ l ପ୍ରାରମ୍ଭରେ ବିଦୁତ କୁ ଅପଚୟ ନ କରିବା ପାଇଁ ଶପଥ ପାଠ କରା ଯାଇଥିବା ବେଳେ, ଶିକ୍ଷାବିତ ପ୍ରମୋଦ କୁମାର ନାୟକ,ବିଦ୍ୟାଳୟ ର ପ୍ରଧାନ ଶିକ୍ଷକ ପ୍ରଶାନ୍ତ କୁମାର ସ୍ୱାଇଁ, ସମିତି ସଭ୍ୟ ବିମ୍ବାଧର ବିଶ୍ୱାଳ, ବରିଷ୍ଟ ସାମ୍ବାଦିକ ଦୁଃସାଶନ ନାୟକ, ସରପଞ୍ଚ କ୍ଷୀରୋଦ କାଣ୍ଡି, ପୂର୍ବତନ ସରପଞ୍ଚ ପ୍ରଫୁଲ ବିଶ୍ୱାଳ, ବିଦ୍ୟାଳୟ ପରି ଚାଳନା କମିଟି ସଭାପତି ପ୍ରତାପ ନାୟକ, ମଣି ବିଶ୍ୱାଳ, କନକା ନାୟକ,ଦେବ ବିଶ୍ୱାଳ ପ୍ରମୁଖ ଉପସ୍ଥିତ ରହି ନିଜନିଜ ର ମତ ରଖିଥିଲେ l କାର୍ଯ୍ୟକ୍ରମ କୁ ସଂଯୋଜନା କରିଥିଲେ, ଶିକ୍ଷକ ବିଜୟ କୁମାର ଭଟ ଓ ଶେଷରେ ଧନ୍ୟବାଦ ଅର୍ପଣ କରିଥିଲେ ସନ୍ତୋଷ କୁମାର ଓଝା l କାର୍ଯ୍ୟକ୍ରମ ଟି ଓଡିଶା ସରକାରୀ ଙ୍କ ଶକ୍ତି ବିଭାଗ ଓ ଟାଟା ପାୱାର ର ମିଳିତ ଉଦ୍ୟମ ରେ ଅନୁଷ୍ଠିତ ହୋଇ ଥିଲା l
Sign in
Sign in
Recover your password.
A password will be e-mailed to you.