ଖପ୍ରାଖୋଲ ରେ ସବୁଜ ରଥ ର ଶୁଭାରମ୍ଭ ସହ ବନ ମହୋତ୍ସବ ପାଳିତ

3

ଖପ୍ରାଖୋଲ ୨/୭(ହେମସାଗର ସାହୁ) ସ୍ଥାନୀୟ ବନ ବିଭାଗ ରେଞ୍ଜ କାର୍ଯ୍ୟାଳୟ ପରିସରରେ ବନ ଜଙ୍ଗଳ, ପରିବେଶ ଓ ଜଳବାୟୁ ପରିବର୍ତ୍ତନ ବିଭାଗ ତରଫରୁ ବନ ମହୋତ୍ସବ ସପ୍ତାହ ପାଳନ ସହିତ ମଙ୍ଗଳବାର ସବୁଜ ରଥ ର ଶୁଭାରମ୍ଭ ହୋଇଥିଲା। ଏହି ଅବସରରେ ସବୁଜ ରଥ କୁ ପୂଜା ସହିତ ନଡ଼ିଆ ଭାଙ୍ଗି ଖପ୍ରାଖୋଲ ବନ ପାଳ ସୁଧୀର କୁମାର ଜେନା ଶୁଭାରମ୍ଭ କରିଥିଲେ। ଏହି ଅବସରରେ ପରିବେଶ କର୍ମୀ ଡ: ଅଭୟ ତ୍ରିପାଠୀ, ରେଙ୍ଗାଳି ବନପାଳ ବିପିନ ସାହୁ,ହରିଶଙ୍କର ବନପାଳ ରଞ୍ଜିତ କୁମ୍ଭାର, ଧଣ୍ଡାମୁଣ୍ଡା ବନପାଳ ଇନ୍ଦ୍ରମଣି ବେହେରା ପ୍ରମୁଖ ଯୋଗଦେଇ ବନ ମହୋତ୍ସବ ସପ୍ତାହ ପାଳନ ଉପରେ ଆଲୋକପାତ କରି ଚାତା ରୋପଣ ପାଇଁ ସଚେତନତା ବାର୍ତ୍ତା ପ୍ରଦାନ କରିଥିଲେ। ବନବିଭାଗ ତତଫରୁ ୧ ଲକ୍ଷ ଚାରା ବଣ୍ଟନ ଲକ୍ଷ ରଖାଯାଇଥିବା ବନବିଭାଗ ପକ୍ଷରୁ ସୁଚନା ପ୍ରଦାନ କରିଥିଲେ। ଏହି ଅବସରରେ ଅଗ୍ନିଶମ କାର୍ଯ୍ୟାଳୟ ପରିସରରେ ବନ ମହୋତ୍ସବ ତଥା ଚାରା ରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା।କାର୍ଯ୍ୟକ୍ରମ ରେ ବ୍ଲକ୍ ଅଗ୍ନିଶମ ଅଧିକାରୀ ଜୟ ଗୋପାଳ ପଣ୍ଡା, ଓଡ଼ିଶା ପୋଲିସ ହାଉସିଂ ବୋର୍ଡ ର କନିଷ୍ଠ ଯନ୍ତ୍ରୀ ଅରୁଣ କୁମାର ସିଂ ସମେତ ବନବିଭାଗ ଅଧିକାରୀ, ବନ ରଖି ମଞ୍ଜୁ କୁମ୍ଭାର, ଉମା ଭୁଇ, ରାଜେନ୍ଦ୍ର ଧରୁଆ, ସଞ୍ଜୀବ ସାହୁ ବନକର୍ମଚାରୀ, ଅଗ୍ନିଶମ କର୍ମଚାରୀ ଉପସ୍ଥିତ ଥିଲେ।

Leave A Reply

Your email address will not be published.