‘ସଚେତନ ହେମା’ ଆୟୋଜନ କରିବ ରାଜ୍ୟସ୍ତରୀୟ ନାଟ୍ୟ ମହୋତ୍ସବ -୨୦୧୯

0

ପଦ୍ମପୁର/ନୀଳ ଦୀପ:  ପଦ୍ମପୁର ଉପଖଣ୍ଡ  ରାଜବୋଡାସମ୍ବର ବ୍ଳକର ସର୍ଗିବାହାଲ ଗ୍ରାମପଂଚାୟତର ଢୋଳବନ୍ଧ ଗ୍ରାମରେ ରାଜ୍ୟସ୍ତରୀୟ ନାଟକ ମହୋତ୍ସବ କରିବା ପାଇଁ ପ୍ରସ୍ତୁତି ବୈଠକ ଅନୁଷ୍ଠିତ  ହୋଇଯାଇଛି । ସଚେତନ ହେମା,ନାଟ୍ୟଅନୁଷ୍ଠାନ  ପ୍ରାଙ୍ଗଣରେ ଅନୁଷ୍ଠିତ  ଏହି ସଭାରେ ଶ୍ରୀ ଲାଲ ସାହେବ ସାହୁ ସଭାପତିତ୍ୱ କରିଥିଲେ ଓ ସମସ୍ତ ସଭ୍ୟସଭ୍ୟା ଉପସ୍ଥିତ ଥିଲେ  । ଆସନ୍ତା ମାର୍ଚ୍ଚମାସ ଶେଷ ସପ୍ତାହରେ ମହୋତ୍ସବ କରିବା ପାଇଁ ପ୍ରସ୍ତାବ ଗୃହୀତ  ହେଲା । ଦୁଇ ଦିନ ଧରି ଏହି ନାଟକ ମହୋତ୍ସବ ଆୟୋଜିତ ହେବ ଓ ଓଡିଶାର ବିଭିନ୍ନ ପ୍ରାନ୍ତରରୁ ସମାଜକୁ ବାର୍ତା ପ୍ରଦାନକାରୀ ନାଟକକୁ କେବଳ ମଂଚସ୍ଥ କରିବାକୁ ସୁଯୋଗ ଦିଆଯିବ ବୋଲି ପ୍ରସ୍ତାବ ଗୃହୀତ  ହେଲା । କଳା ଓ ସଂସ୍କୃତିର ଉନ୍ନତି ପାଇଁ କାମ କରୁଥିବା ବ୍ୟକ୍ତି ବିଶେଷଙ୍କୁ ସମ୍ବର୍ଦ୍ଧନା ଦିଆଯିବ ଏବଂ ପୁସ୍ତକ,ପୋଷ୍ଟର ପ୍ରଦର୍ଶନୀ କରାଯିବ । ଏହି ପରିପ୍ରେକ୍ଷୀରେ ଏକ ସ୍ମରଣିକା ଉନ୍ମୋଚିତ ହେବ, ଏଣୁ ଇଚ୍ଛୁକ କବି, ଲେଖକ ଲେଖିକାମାନଙ୍କୁ ଅନୁରୋଧ ସେମାନେ ଇମେଲ [email protected] ବା ଡାକ ଯୋଗେ ସଂଯୋଜକ, ରାଜ୍ୟସ୍ତରୀୟ ନାଟ୍ୟ ମହୋତ୍ସବ, ସଚେତନ ହେମା, ଢୋଳବନ୍ଧ, ନି.ଢୋଳବନ୍ଧ, ପୋ.ସର୍ଗିବାହାଲ, ଜି.ବରଗଡ-୭୬୮୦୪୯ ଠିକଣାରେ ଫେବ୍ରୁଆରୀ ୨୮ ସୁଦ୍ଧା ପଠାଇପାରିବେ ।  ମହୋତ୍ସବର ସୁପରିଚାଳନା ପାଇଁ ଏକ କମିଟୀ ଗଠନ କରାଯାଇଅଛି । ଉପଦେଷ୍ଟା ଭାବରେ ଅଛନ୍ତି ରାଜେଶ ବହିଦାର,କାର୍ଯ୍ୟକାରୀ ସଭାପତି ଟିକେଲାଲ ସ୍ୱାଇଁ, ସଂପାଦକ ବିଜୟ ସ୍ୱାଇଁ, ସଂଯୋଜକ ରାଜକୁମାର ସାହୁ, କୋଷାଧ୍ୟକ୍ଷ ଲାଲ ସାହେବ ସାହୁ, ସଂଜୀବ ମେହେର, ଡୋଳାମଣି ରଣା, ଶ୍ରୀକାନ୍ତ  ପାଣିଗ୍ରାହୀ, କୁଳମଣି ପସାୟତ, ଅନ୍ତର ସାହୁ, ବୃନ୍ଦାବନ କୁମ୍ଭାର, ବୃନ୍ଦାବନ ବରିହା, ଗୈାତମ ସାହୁ, କାର୍ତିକ ମହାନନ୍ଦ, ଅନୁବ୍ରତ ସାହୁ, ସୁଶାନ୍ତ ଗଡତିଆ, ଇନ୍ଦ୍ରମଣି ସାହୁ ଆଦି ପ୍ରମୁଖ । ଏଣୁ ଏହି ଐତିହାସିକ  କାର୍ଯ୍ୟକ୍ରମରେ ସହଯୋଗର ହାତ ବଢାଇବା ପାଇଁ ଜନସାଧାରଣଙ୍କୁ ଅନୁରୋଧ କରିଛନ୍ତି ଅନୁଷ୍ଠାନ ତରଫରୁ ରାଜକୁମାର ସାହୁ  । 

 

 

Leave A Reply

Your email address will not be published.