ପ୍ରବାସୀ ଶ୍ରମିକଙ୍କ ସମସ୍ୟା ସମ୍ପର୍କିତ ଶିବିର

3

ଓଡଗାଁ,୨୬।୬(ଶ୍ରୀକାନ୍ତ କୁମାର ମିଶ୍ର): ନୟାଗଡ଼ ଜିଲ୍ଲା ଓଡ଼ଗାଁ ଅଦାଲତରେ ତାଲୁକ ଆଇନ୍ ସେବା କମିଟି ଓଡ଼ଗାଁ ଦ୍ବାରା ଆୟୋଜିତ ପ୍ରବାସୀ ଶ୍ରମିକଙ୍କ ବହୁବିଧ ସମସ୍ୟା ଓ ତାର ପ୍ରତିକାର ସଂମ୍ପର୍କିତ ସଚେତନତା ଶିବିର ଗୁରୁବାର ଅପରାହ୍ନରେ ଓଡ଼ଗାଁ ବାର କାଉନସିଲ ହଲରେ ଅନୁଷ୍ଠିତ ହୋଇଥିଲା । ଓଡ଼ଗାଁ ତାଲୁକ ଆଇନ୍ ସେବା କମିଟି ଅଧ୍ୟକ୍ଷ ଅତିରିକ୍ତ ଜିଲ୍ଲା ଓ ଦୌରାଜଜ୍ ସଙ୍ଘମିତ୍ରା ଶର୍ମାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଶିବିରରେ ନୟାଗଡ଼ ସହକାରୀ ଶ୍ରମ ଅଧିକାରୀ ଜ୍ଞାନ ରଞ୍ଜନ ସାହୁ, ମୋନିକା ସେକଙ୍କ ସହିତ ବାର ଆସୋସିଏସନ ସଭାପତି ପୂର୍ଣଚନ୍ଦ୍ର ସାହୁ, ଉପସଭାପତି ଯଜ୍ଞ ନାରାୟଣ ପାତ୍ର, ସମ୍ପାଦକ ବଟକୃଷ୍ଣ ମିଶ୍ର, ପୂର୍ବତନ ସଭାପତି ବରିଷ୍ଠ ଆଇନଜୀବି ଗୋବିନ୍ଦ ଚନ୍ଦ୍ର ସାହୁ ଏବଂ ସରକାରୀ ଅଧିବକ୍ତା ଇନ୍ଦୁ ଭୂଷଣ ମିଶ୍ର ପ୍ରମୁଖ ଯୋଗଦେଇ ପ୍ରବାସୀ ଶ୍ରମିକ ମାନଙ୍କ ନିମନ୍ତେ ରହିଥିବା ସରକାରୀ ସହାୟତା ସମ୍ପର୍କରେ ଆଲୋଚନା କରିଥିଲେ । ସରକାରୀ କିମ୍ବା ବେସରକାରୀ ସଂସ୍ଥାରେ କାର୍ଯ୍ୟରତ ପ୍ରବାସୀ ଶ୍ରମିକ ମାନେ ଇ ଶ୍ରମିକ ପୋର୍ଟାଲରେ ନାମ ପଞ୍ଜିକରଣ କରିବା ନିଶ୍ଚିତ ଆବଶ୍ୟକ ବୋଲି କହିଥିଲେ । ଯଦି ଓଡ଼ିଶାର ଜଣେ ଶ୍ରମିକ ସୁରାଟରେ କାର୍ଯ୍ୟ କରୁଥିବା ବେଳେ ମହତକାଙ୍ଖି ଖାଦ୍ୟ ସୁରକ୍ଷା ଯୋଜନାର କିଭଳି ଲାଭ ପାଇବେ ଏବଂ ପ୍ରଧାନମନ୍ତ୍ରୀ କର୍ମଯୋଗୀ ମନଧନ ଯୋଜନା ଏବଂ ୬୦ ବର୍ଷରୁ ଉର୍ଦ୍ଧ୍ବ ଶ୍ରମିକଙ୍କୁ ଭତା ପ୍ରଦାନ ନିମନ୍ତେ ରହିଥିବା ସୁବିଧା ସମ୍ପର୍କରେ ଶ୍ରମ ଅଧିକାରୀ କହିଥିଲେ । କେହି ଯଦି ଶ୍ରମିକଙ୍କ ସ୍ୱାର୍ଥ ସୁରକ୍ଷା ଦିଗରେ ପ୍ରତିବନ୍ଧକ ସୃଷ୍ଟି କରେ, ତେବେ ସେମାନଙ୍କୁ କିପରି ତାଲୁକ ଆଇନସେବା ମାଧ୍ୟମରେ ସୁବିଧା ଯୋଗାଇ ଦିଆଯାଇ ପାରିବ ସେ ସମ୍ପର୍କରେ ତାଲୁକ ଅଧ୍ୟକ୍ଷଙ୍କ ସହିତ ଉପସ୍ଥିତ ଅଧିବକ୍ତା ମାନେ ଅଂଶଗ୍ରହଣ କରିଥିବା ୭୦ ରୁ ଉର୍ଦ୍ଧ ଶ୍ରମଜୀବୀ ମାନଙ୍କୁ ଅବଗତ କରାଇଥିଲେ । ତାଲୁକ ଆଇନସେବା କମିଟିର ସଞ୍ଜୋଜିକା ଶ୍ରଦ୍ଧାଞ୍ଜଳି ରଥ କାର୍ଯ୍ୟକ୍ରମର ସଂଯୋଜନା କରିଥିଲେ ।

Leave A Reply

Your email address will not be published.