ଓଡ଼ଗାଁ ରାଜ୍ୟ ସ୍ତରୀୟ ପ୍ରଥମ ଡେଭିଡ ମେମୋରିଆଲ କ୍ରିକେଟ ଟୁର୍ଣ୍ଣାମେଣ୍ଟ ଉଦଘାଟିତ

3

ଜଟଣୀ ଏବଂ ପୁରୀ ଦଳ ସେମିଫାଇନାଲରେ ପ୍ରବେଶ,

ଓଡଗାଁ,୨୬।୬(ଶ୍ରୀକାନ୍ତ କୁମାର ମିଶ୍ର): ନୟାଗଡ଼ ଜିଲ୍ଲା ଓଡ଼ଗାଁ ରଘୁନାଥ ଆଥଲେଟିକ ଆସୋସିଏସନ୍ ଦ୍ବାରା ଆୟୋଜିତ ରାଜ୍ୟସ୍ତରୀୟ ପ୍ରଥମ ଡେଭିଡ ପ୍ରତିହାରୀ ମେମୋରିଆଲ କ୍ରିକେଟ ଟୁର୍ଣ୍ଣାମେଣ୍ଟ ୨୦୨୫ ସ୍ଥାନୀୟ ମିନି ଷ୍ଟାଡିୟମରେ ଗୁରୁବାର ସକାଳେ ଉଦଘାଟିତ ହୋଇଯାଇଛି। ପ୍ରଥମ ମ୍ୟାଚରେ ଜଟଣୀ ଓ ଦ୍ବିତୀୟ ମ୍ୟାଚରେ ପୁରୀ ଦଳ ମ୍ୟାଚ୍ ଜିତି ସେମିଫାଇନାଲରେ ପ୍ରବେଶ କରିଛନ୍ତି । ପ୍ରଥମ ମ୍ୟାଚ କଟକ ଦଳ ଟସଜିତି ବ୍ୟାଟିଂ କରିବାକୁ ଯାଇ ନିର୍ଦ୍ଧାରିତ ୧୬ ଓଭରେ ୮ ଓ୍ବିକେଟ ହରାଇ ୧୪୧ ରନ୍ ସଂଗ୍ରହ କରିଥିଲା ବେଳେ ପ୍ରତିପକ୍ଷ ଜଟଣୀ ଦଳ ଏହାର ମୁକାବିଲା କରିବାକୁ ଯାଇ ୧୫.୩ ଓଭରରେ ୮ ଓ୍ବିକେଟ ବିନିମୟରେ ୧୪୨ ରନ୍ କରି ମ୍ୟାଚ୍ ଜିତି ସେମିଫାଇନାଲରେ ପ୍ରବେଶ କରିଥିଲେ । ବିଜୟି ଦଳର ରାକେଶ ମ୍ୟାନ ଅଫ ଦି ମ୍ୟାଚ୍ ଘୋଷିତ ହୋଇଥିଲେ । ସେହିପରି ଦ୍ବିତୀୟ ମ୍ୟାଚ୍ ପୁରୀ ଦଳ ଟସଜିତି ବୋଲିଂ ନିଷ୍ପତ୍ତି ନେଇଥିଲେ । ପରେ ନୟାଗଡ଼ ଦଳ ପ୍ରଥମେ ବ୍ୟାଟିଂ କରି ୧୨.୨ ଓଭରରେ ସମସ୍ତ ଓ୍ବିକେଟ ହରାଇ ୧୦୮ ରନ୍ ସଂଗ୍ରହ କରିଥିଲେ । ଏହାର ମୁକାବିଲା କରିବାକୁ ଯାଇ ପୁରୀ ଦଳ ୮.୨ ଓଭରରେ ୨ ଓ୍ବିକେଟ ହରାଇ ୧୧୦ ରନ୍ କରି ମ୍ୟାଚରେ ବିଜୟ ହାସଲ କରି ସେମିଫାଇନାଲରେ ପ୍ରବେଶ କରିଥିଲେ । ବିଜୟୀ ଦଳର ବିଶାଳ ମ୍ୟାନ ଅଫ ଦି ମ୍ୟାଚ୍ ଘୋଷିତ ହୋଇଥିଲେ । ଓଡ଼ଗାଁ ତହସିଲଦାର ଡ. ମାନସ ରଞ୍ଜନ ଭୋଇ ଏବଂ ଓଡ଼ଗାଁରେ ଖେଳ ମଣିଷ ଭାବେ ପରିଚିତ ରଘୁନାଥ ଆଥଲେଟିକ ଆସୋସିଏସନର ସମ୍ପାଦକ ଦିବାକର ନାୟକ ଟୁର୍ଣ୍ଣାମେଣ୍ଟକୁ ଉଦଘାଟନ କରିଥିଲେ । ଏଥିସହିତ ସାମାଜିକ କର୍ମୀ ଲିଙ୍କନ ସୁବୁଦ୍ଧି, ଶ୍ରୀମତୀ ସାହୁ ସମ୍ମାନିତ ଅତିଥି ଭାବେ ଯୋଗଦେଇ ଖେଳାଳି ମାନଙ୍କୁ ଉତ୍ସାହିତ କରିଥିଲେ । ଜ୍ଞାନ ରଞ୍ଜନ ସ୍ବାଇଁ ଏବଂ ବ୍ରହ୍ମପୁରର ଶ୍ରୀକାନ୍ତ କୁମାର ଖେଳ ପରିଚାଳନା କରିଥିବା ବେଳେ ବୁଦ୍ଧଦେବ ମହାରଣା ଧାରା ବିବରଣୀ ପ୍ରଦାନ କରିଥିଲେ । ସୂଚନା ଥାଉକି ଉକ୍ତ ଟୁର୍ଣ୍ଣାମେଣ୍ଟରେ କଟକ, ଜଟଣୀ, ନୟାଗଡ଼, ପୁରୀ, ଫୁଲବାଣୀ, ଭୁବନେଶ୍ୱର, ବଲାଙ୍ଗୀର, କେଉଁଝର ମୋଟ୍ ୮ ଦଳ ଅଂଶଗ୍ରହଣ କରୁଥିବା ବେଳେ ଶୁକ୍ରବାର ପ୍ରଥମ ପର୍ଯ୍ୟାୟରେ ଫୁଲବାଣୀ ଭୁବନେଶ୍ୱର ମଧ୍ୟରେ ଲିଗ୍ ମ୍ୟାଚ୍ ଅନୁଷ୍ଠିତ ହେଉଥିବା ବେଳେ ଦ୍ବିତୀୟ ପର୍ଯ୍ୟାୟରେ ପ୍ରଥମ ସେମିଫାଇନାଲ ଏବଂ ଶନିବାର ପ୍ରଥମ ପର୍ଯ୍ୟାୟରେ ବଲାଙ୍ଗୀର କେଉଁଝର ମଧ୍ୟରେ ଲିଗ୍ ମ୍ୟାଚ୍ ଏବଂ ଦ୍ବିତୀୟ ପର୍ଯ୍ୟାୟରେ ଦ୍ବିତୀୟ ସେମିଫାଇନାଲ ଅନୁଷ୍ଠିତ ହେବ । ଏବଂ ୨୯ ତାରିଖରେ ଫାଇନାଲ ମ୍ୟାଚ୍ ଅନୁଷ୍ଠିତ ହେବ ।

Leave A Reply

Your email address will not be published.