ଛତ୍ରମଠ ଶିଶୁ ମନ୍ଦିରରେ ବାର୍ଷିକ କ୍ରୀଡା ଉତ୍ସବ

0

ତିର୍ତ୍ତୋଲ/ରମେଶ ମହାନ୍ତି  :ତିର୍ତ୍ତୋଲ ବ୍ଳକ ଅନ୍ତର୍ଗତ କନକପୁର ପଞ୍ଚାୟତର ଛତ୍ରମଠ ସ୍ଥିତ ସରସ୍ୱତୀ ଶିଶୁ ମନ୍ଦିରର ବାର୍ଷିକ କ୍ରୀଡା ଉତ୍ସବ ୨ଦିନ ଧରି ଅନୁଷ୍ଠିତ ହୋଇଯାଇଛି।ଉକ୍ତ ସରସ୍ୱତୀ ଶିଶୁ ମନ୍ଦିରର ପ୍ରଧାନ ଆଚାର୍ଯ୍ୟ ଉମାକାନ୍ତ ସାହୁଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ପୁରସ୍କାର ବିତରଣ ଉତ୍ସବରେ ମୁଖ୍ୟ ଅତିଥିଭାବେ ଧୂନ ଚନ୍ଦ୍ର ସେନାପତି,ମଖ୍ୟ ବକ୍ତା ଭାବେ ଅମର ଜ୍ୟୋତି ସାହୁ,ସମ୍ମାନିତ ଅତିଥି ଭାବେ ଶୋଭାରାଣୀ ନନ୍ଦ ଯୋଗଦେଇଥିଲେ।ଅତିଥି ମାନେ ଶିଶୁ ଓ ବାଲ ବର୍ଗରେ ଆଶିଷ ଦାସ,ସୋମେଶ ଦାସ,ସୂର୍ଯ୍ୟ ନାରାୟଣ ବାରିକ,ଶୁଭମ ମାଣିକ,ଅଙ୍କିତା ନାୟକ,ଶୁଭଲକ୍ଷ୍ମୀ ସାସମଲ,ଦେବୀସ୍ମୀତା ମହାନ୍ତି ଓ ଜ୍ୟୋତିର୍ମୟୀ ରାଉଳ ପ୍ରମୁଖ କୃତି ପ୍ରତିଯୋଗୀମାନଙ୍କୁ ପ୍ରମାଣ ପତ୍ର ପୂର୍ବକ ପୁରସ୍କୃତ କରିଥିଲେ।କ୍ରିଡ଼ା ଶିକ୍ଷକ ଶିବ ପ୍ରସାଦ ନନ୍ଦ ଏହି ଉତ୍ସବକୁ ପରିଚାଳନା କରିଥିଲେ।ଅନ୍ୟମାନଙ୍କ ମଧ୍ୟରେ ସୁପ୍ରଭା ନାୟକ,କମଳିନୀ ଶତପଥି,ଲିପତିମୟୀ ନାୟକ,ସରୋଜିନୀ ରାଉତ,ସାଗରିକା ନାୟକ,ଶୁଭଶ୍ରୀ ତ୍ରିପାଠୀ,ଦେବସ୍ମିତା ରାଉତ ଓ ରଶ୍ମିରେଖା ରାଉତ ପ୍ରମୁଖ ସହଯୋଗ କରିଥିଲେ।

 

 

Leave A Reply

Your email address will not be published.