ପଦ୍ମପୁର :- ସ୍ଥାନୀୟ ବିଜୁ ଜନତା ଦଳ କାର୍ଯ୍ୟାଳୟ ଠାରେ ବିଧାୟିକା ବର୍ଷା ସିଂ ବରିହା ଙ୍କ ଅଧ୍ୟକ୍ଷତାରେ ବିଜୁଜନତା ଦଳର ଏକ କର୍ମୀ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି। ବିଧାୟିକା ଶ୍ରୀମତୀ ବରିହା ଆଗାମୀ ପଞ୍ଚାୟତ ନିର୍ବାଚନରେ ଦଳ ସମସ୍ତ ପଞ୍ଚାୟତ ରେ କିପରି ନିଜ ଗଡ଼ ବଜାୟ ରଖି ପାରିବ ତଥା ବର୍ତ୍ତମାନର ଭାଜପା ସରକାର ମିଛ ପ୍ରତିଶ୍ରୁତି ଦେଇ ସରକାର ଗଠନ କରିଛି ତାହାର ପୁନରାବୃତ୍ତି ଯେପରି ହେବନାହିଁ ତା ଉପରେ ଆଲୋଚନା କରିଥିଲେ। ଏହି ସମ୍ମିଳନୀରେ ବ୍ଳକ୍ ଅଧ୍ୟକ୍ଷା ଭାବନା ସିଂ, ବରିଷ୍ଠ ବିଜେଡି ନେତା ହୃଦାନନ୍ଦ ବାରିକ, ପୂର୍ବତନ ବ୍ଳକ୍ ସଭାପତି, ପେକ୍ସ ଅଧ୍ୟକ୍ଷ ବିଜୟ ସ୍ଵାଇଁ, ଟାଇଲ୍ ଚନ୍ଦ୍ର ଭୋଇ, ଯୁବ ସଭାପତି ଗୌତମ ସିଂ, ଗିରିଶ ଡନସେନା, ଗୋବିନ୍ଦ ସୁନା, ନୃପ ବରିହା,ଭୋଜରାଜ ଭୋଇ, ଘନ ସୂପକାର ପ୍ରମୁଖ ଉପସ୍ଥିତ ଥିଲେ।
Sign in
Sign in
Recover your password.
A password will be e-mailed to you.