ଆନ୍ତର୍ଜାତୀୟ ଯୋଗ ଦିବସ ଉପଲକ୍ଷେ ବାନ୍ଦୁପଲାରେ ବିଶେଷ କାର୍ଯ୍ୟକ୍ରମ ଅନୁଷ୍ଠିତ

3

ଟିଟିଲାଗଡ଼- ଶାସକ ପ୍ରଶାସକ (ଘନଶ୍ୟାମ ନାଗ)-ବଲାଙ୍ଗୀର ଜିଲ୍ଲା ଟିଟିଲାଗଡ଼ ବ୍ଳକ ଅନ୍ତର୍ଗତ ବାନ୍ଦୁପଲା ଗ୍ରାମପଞ୍ଚାୟତରେ ଆଜି ଆନ୍ତର୍ଜାତୀୟ ଯୋଗ ଦିବସ ଉପଲକ୍ଷେ ଏକ ବିଶେଷ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ଯୋଗ ମଣିଷର ଶାରିରୀକ ଓ ମାନସିକ ଖାଦ୍ୟ ସାଦୃଶ୍ୟ। ଯେପରି ପବିତ୍ର ଶାସ୍ତ୍ରରେ ଲେଖା ଅଛି ମଣିଷ ଶରୀର ଇଶ୍ଵରଙ୍କ ମନ୍ଦିର ଏବଂ ଅନ୍ତରରେ ଇଶ୍ଵର ବାସ କରନ୍ତି।ତେଣୁ କୁହାଯାଏ ନର ଦେହେ ନାରାୟଣ ଓ ସ୍ବାସ୍ଥ୍ୟ ହିଁ ଅମୂଲ୍ୟ ସମ୍ପଦ ।ଏହି କାର୍ଯ୍ୟକ୍ରମରେ ଏଡିଇଓ ଶ୍ରୀଯୁକ୍ତ ରାଜକୁମାର ଶର୍ମା ଯୋଗ ପ୍ରଶିକ୍ଷଣ ଦେଇ ଉପସ୍ଥିତମାନଙ୍କୁ ଜଣାଇଲେ ଯେ କେମିତି ନିତ୍ୟ ଯୋଗ ଅଭ୍ୟାସ ମାନବ ସ୍ୱାସ୍ଥ୍ୟ ଓ ମନୋବଳ ପାଇଁ ଲାଭଦାୟକ।

ଶ୍ରୀଯୁକ୍ତ ଗିରିଧାରୀ ମହାନନ୍ଦ ଯୋଗ ସପଥ ପାଠ କରାଇ ସମସ୍ତଙ୍କୁ ସଚେତନ କରିଥିଲେ। ଏହି କାର୍ଯ୍ୟକ୍ରମରେ ଗ୍ରାମପଞ୍ଚାୟତର ନାଏବ ସରପଞ୍ଚ, ୱାର୍ଡ ମେମ୍ବରମାନେ, ଗ୍ରାମ ସାଥୀ, ସମସ୍ତ ଅଧିକାରୀ ଓ ଅନେକ ଗ୍ରାମବାସୀ ଉପସ୍ଥିତ ରହିଥିଲେ। ସେମାନେ ଯୋଗ ଅଭ୍ୟାସରେ ଯୋଗଦେଇ ଏହି ଦିବସକୁ ଗରିମାମୟ କରିଥିଲେ।

ଏହି କାର୍ଯ୍ୟକ୍ରମରେ ବିଶିଷ୍ଟ ଅତିଥି ଭାବରେ ଉପସ୍ଥିତ ଥିଲେ ଶ୍ରୀଯୁକ୍ତ ଇଶ୍ଵର ତାଣ୍ଡି, ଅନିରାମ ମହାନନ୍ଦ, ଗଣେଶ ରାମ ନାଗ, ପ୍ରେମ ଲାଲ୍ ନାଏକ, ଡମେନ ପୁଟେଲ, ଧର୍ମେନ୍ଦ୍ର ନାଗ, ସୁସିଲ ସିକା, ବଳଦେବ ମାଝୀ ଓ ଅନ୍ୟାନ୍ୟ ମାନ୍ୟଗଣ୍ୟ ବ୍ୟକ୍ତିମାନେ। ସେମାନେ ଏହି କାର୍ଯ୍ୟକ୍ରମ ମାଧ୍ୟମରେ ଯୋଗ ଜଗତର ମହତ୍ତ୍ୱ ବିଷୟରେ ଅନୁପ୍ରେରଣା ଦେଇଥିଲେ।

ଅନ୍ତେ, ସମସ୍ତଙ୍କ ସହଯୋଗ ଓ ଉତ୍ସାହ ଦ୍ୱାରା ବାନ୍ଦୁପଲା ଗ୍ରାମପଞ୍ଚାୟତରେ ଏହି ବାର୍ଷିକ ଯୋଗ ଦିବସ ବ୍ୟାପକ ଭାବେ ଉଦ୍‌ଯାପିତ ହୋଇ ସଫଳ ହୋଇଥିଲା।

Leave A Reply

Your email address will not be published.