ବିଜେପୁର :-ବିଜେପୁର ବିଜ୍ଞାପିତ ଅଞ୍ଚଳ ପରିଷଦ ଅନ୍ତର୍ଗତ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର ମୁଖ୍ୟ ପ୍ରବେଶ ଦ୍ବାର ଓ ଡାକ୍ତରଖାନା ପରିସରରେ ବର୍ଷାପାଣି ସାମାନ୍ୟ ବର୍ଷା ହେଲେ ଜମି ରହିଛି। ଫଳରେ ରୋଗୀ,ଜନସାଧାରଣ ଓ କର୍ମଚାରୀ ସ୍ବାସ୍ଥ୍ୟକେନ୍ଦ୍ର ପରିସରକୁ ଯିବାଆସିବାରେ ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ଏପରିକି ରୋଗୀଙ୍କୁ ନେବା ଆଣିବାରେ କାଦୁଅ ପାଣି ମାଡ଼ି ଯିବାକୁ ପଢୁଛି I ବର୍ତ୍ତମାନ ରାଜ୍ୟରେ ହଇଜା ବ୍ୟାପୁଥିବା ବେଳେ ସ୍ବାସ୍ଥ୍ୟକେନ୍ଦ୍ରରୁ କାଦୁଅ ପାଣି ନିଷ୍କାସନ ହେଉ ନ ଥିବାରୁ ଲୋକଙ୍କ ମନରେ ଭୟ ସୃଷ୍ଟି ହୋଇଛି । ଦୂଷିତ ଓ କାଦୁଅ ପାଣି ଜମି ରହିଲେ ମଶାଙ୍କ ଉତ୍ପତି ହେବା ସହିତ ଡାଇରିଆ ହେବାର ସମ୍ଭାବନା ରହିଛି। ସରକାର ସ୍ବାସ୍ଥ୍ୟକର୍ମୀ ଓ ଆଶାକର୍ମୀ ମାନଙ୍କୁ ନେଇ ଲୋକଙ୍କୁ ସଚେତନ କରୁଥିବା ବେଳେ ମୁଖ୍ୟ ସ୍ବାସ୍ଥ୍ୟକେନ୍ଦ୍ରରେ ବର୍ଷା ପାଣି ଜମା ରହିବା କେତେଦୂର ଠିକ ବୋଲି ଲୋକେ ଆଲୋଚନା କରୁଛନ୍ତି । ଯଦି ମୁଖ୍ୟ ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ ଏଭଳି ଅବ୍ୟବସ୍ଥା ଦେଖାଯାଏ ତାହେଲେ ସଚେତନ ହେବ କିଏ? ରୋଗ ଦାଉରୁ ରକ୍ଷା ପାଇବା ପାଇଁ ସରକାର ମଶାରି ବଣ୍ଟନ ସହ ଅନେକ ପ୍ରୟାସ ଜାରି ରଖିଥିବା ବେଳେ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରର ବର୍ଷା ପାଣି ନିଷ୍କାସନ ପାଇଁ କିଛି ପଦକ୍ଷେପ ନିଆଯାଉ ନାହିଁ । ପ୍ରକାଶ ଥାଉ କି ବିଜେପୁର ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରକୁ ପ୍ରାୟ ୨୩ ପଂଚାୟତ ୧୧୦ଟି ଗାଁର ଲୋକେ ନିର୍ଭର କରିଥାନ୍ତି । ତେଣୁ ଏଠାରେ ଥିବା ବିଜ୍ଞାପିତ ଅଞ୍ଚଳ ପରିଷଦ ନିର୍ଭର କରିଥାନ୍ତି । ଅବ୍ୟବସ୍ଥାକୁ ତୁରନ୍ତ ସୁଧାରିବା ପାଇଁ ଏନଏସି ପ୍ରଶାସନ ପକ୍ଷରୁ ଦୃଷ୍ଟି ଦେବାକୁ ବୁଦ୍ଧିଜୀବୀ ମହଲରେ ଦାବି ହେଉଛି।
Sign in
Sign in
Recover your password.
A password will be e-mailed to you.