ବେଲଗୁଣ୍ଠା -(ଶିବରାମ ଚୌଧୁରୀ )-ବେଲଗୁଣ୍ଠା ଥାନା ଅନ୍ତର୍ଗତ ନୂଆଁ ଗାଁ ବ୍ରିଜ ନିକଟରେ ଏକ ପିକଅପ ଭ୍ୟାନ ଭାରସାମ୍ୟ ହରାଇ ବ୍ରିଜ ତଳକୁ ଖସିଯିବା ଫଳରେ ତିନି ଜଣ ଆହତ ହୋଇଥିବା ଜଣାପଡିଛି। ସୂଚନା ଅନୁସାରେ, ଏମଭିଆଇଏଲ କମ୍ପାନୀର ଏକ ବୋଲେରୋ ପିକଅପ ଗାଡି (ଓ଼ଡ଼ି ୩୩ଏଜେ ୮୪୩୬) କମ୍ପାନୀର ମେସିନ ଯନ୍ତ୍ରପାତି ରିସିଭ କରିବା ପାଇଁ ଭଞ୍ଜନଗର ଯିବାବେଳେ ନୂଆଁ ଗାଁ ବ୍ରିଜ ନିକଟରେ ଭାରସାମ୍ୟ ହରାଇ ତଳକୁ ଖସିପଡ଼ିଥିଲା। ଫଳରେ ପିକଅପ ଗାଡ଼ିରେ ଥିବା ଝାଡ଼ଖଣ୍ଡର ଡ୍ରାଇଭର ନିଖିଲ କୁମାର ସିଂ( ୨୮) ସହିତ ଉକ୍ତ କମ୍ପାନୀରେ କାମ କରୁଥିବା ଦୁଇ ଜଣ କର୍ମଚାରୀ ଗୁରୁପ୍ରସାଦ ବିଶ୍ୱାଳ( ୩୦) ଓ଼ ଯୁଗଳ କିଶୋର ନାୟକ ( ୨୯) ତିନି ଜଣ ସାମାନ୍ୟ ଆହତ ହୋଇ ଥିଲେ। ଏହି ଘଟଣାରେ କେହି ମୃତାହତ ହୋଇନଥିବା ବେଳେ ବେଲଗୁଣ୍ଠା ଥାନାର ଏ ଏସ ଆଇ ଅନୁ ମଲ୍ଲିକ ଘଟଣା ସ୍ଥଳରେ ପହଞ୍ଚି ଗ୍ରାମ ବାସୀଙ୍କ ସହାୟତାରେ ତିନି ଜଣଙ୍କୁ ଚିକିର୍ସା ପାଇଁ ଭଞ୍ଜନଗର ମେଡିକାଲ କୁ ପଠାଇବା ସହିତ ଗାଡିକୁ ଜବତ କରି ତଦନ୍ତ କରୁଥିବା ଜଣାପଡିଛି।
Sign in
Sign in
Recover your password.
A password will be e-mailed to you.