ପଦ୍ମପୁର :- ଭାରତୀୟ ଷ୍ଟେଟ ବ୍ୟାଙ୍କ ର ୭୦ ତମ ପ୍ରତିଷ୍ଠା ଦିବସ ଅବସରରେ ପଦ୍ମପୁର ମୂଖ୍ଯ ଶାଖା ତରଫରୁ ଏକ ସ୍ଵେଚ୍ଛାକୃତ ରକ୍ତଦାନ ଶିବିର ବ୍ୟାଙ୍କ ପରିସର ମଧ୍ଯ ରେ ଅନୁଷ୍ଠିତ ହୋଇ ଯାଇଛି ।ଏହି କାର୍ଯ୍ୟକ୍ରମ ରେ ବରିଷ୍ଠ ନାଗରିକ ତଥା ସାମାଜିକ କର୍ମୀ ନିରୋଜ ଦୋରା ମୂଖ୍ଯ ଅତିଥି ଭାବରେ ଯୋଗଦେଇ ତଥା ପଦ୍ମପୁର ଶାଖାର ମୂଖ୍ଯ ପରିଚାଳକ ବିଦ୍ୟାଧର ବରିହା , ରୁଣ ଅଧିକାରୀ, ଶ୍ରୀଯୁକ୍ତ ଲକ୍ଷ୍ମୀଧର ମହାରଣା ପ୍ରମୁଖ ଉକ୍ତ ଶିବିର କୁ ଉଦଘାଟନ କରିଥିଲେ। ପଦ୍ମପୁର ଷ୍ଟେଟ ବ୍ୟାଙ୍କ ର କର୍ମଚାରୀ ହେମନ୍ତ କୁମାର ସାହୁ, ସୁଶୀଲ କୁମାର ଦଣ୍ଡସେନା, ବିକ୍ରାନ୍ତ କିଶୋର ନାୟକ,ଓ ଦୀପକ କୁମାର ଦାଶ ତଥା ଅନ୍ଯାନ୍ଯ କର୍ମଚାରୀ ବୃନ୍ଦ ରକ୍ତଦାନ ର ମହନୀୟତା ଉପରେ ଆଲୋକପାତ କରିଥିଲେ ।ଉକ୍ତ ରକ୍ତଦାନ ଶିବିର ରେ ବିଭିନ୍ନ ଅନୁଷ୍ଠାନ ର କର୍ମକର୍ତ୍ତାମାନଙ୍କ ସହିତ, ପଦ୍ମପୁର ସହର ର ଜନସାଧାରଣଙ୍କ ସମେତ ଆଖପାଖ ଷ୍ଟେଟ ବ୍ୟାଙ୍କ ର କର୍ମକର୍ତ୍ତାମାନଙ୍କ ସହିତ ସମସ୍ତ କର୍ମଚାରୀ ସେଚ୍ଛାକୃତ ଭାବରେ ରକ୍ତଦାନ କରିଥିଲେ। ଉକ୍ତ ଶିବିର ରେ ମୋଟ ୬୫ ୟୁନିଟ ରକ୍ତ ସଂଗ୍ରହ କରାଯାଇଥିଲା । ସ୍ଥାନୀୟ ବ୍ଲଡ ବ୍ୟାଙ୍କ କର୍ମଚାରୀ ସଂଗ୍ରାମ କେଶରୀ ମହନ୍ତ, ସୁମିତ ସିହ୍ନା , ଜିତେନ୍ଦ୍ର ଗୁରୁଲା,କିଶୋର ପ୍ରଧାନ, ଗଣେଶ ପ୍ରଧାନ ପ୍ରମୁଖ ରକ୍ତଦାତା ମାନଙ୍କ ଠାରୁ ରକ୍ତ ସଂଗ୍ରହ କରିଥିଲେ । ଉକ୍ତ ରକ୍ତଦାନ ଶିବିର ର ସଫଳତା ପାଇଁ ମୂଖ୍ଯ ପରିଚାଳକ, ସମସ୍ତ ରକ୍ତଦାତା ଉପସ୍ଥିତ ଅତିଥି ତଥା ବ୍ୟାଙ୍କ ର ସମସ୍ତ କର୍ମଚାରୀମାନଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ ।
Sign in
Sign in
Recover your password.
A password will be e-mailed to you.
Next Post